ବାଇକ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଉତ୍ତେଜନା

ଦିଗପହଣ୍ଡି,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ନୂଆ ସାହିରେ ଥିବା ପ୍ରାଥମିକ ସେବା ସମବାୟ ସମିତି ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତ ବୃଦ୍ଧ ଜଣକ ହେଲେ ସିଦ୍ଧେଶ୍ୱର ନୂଆ ସାହିର ତ୍ରିନାଥ ଗୌଡ଼ (୭୦)। ଏହି ଦୁର୍ଘଟଣା ବୁଧବାର ସକାଳେ ଘଟିଛି। ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ତ୍ରିନାଥଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଉତ୍ତେଜିତ ଲୋକମାନେ ଗଣିଆନାଳ ଛକରେ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଉତ୍ତେଜିତ ଲୋକମାନେ ପୋଲିସ୍‌ ଗାଡିକୁ ଛାଡ଼ି ନ ଥିଲେ। ପରେ ବିଜେଡି ନେତା ସରୋଜ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ଏନେଇ ଦିଗପହଣ୍ଡି ଥାନା କେସ୍‌ ନଂ-୩୬୦/୨୨ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଘଟାଇଥିବା ବାଇକ୍‌ ସହ ଦୁଇଜଣ ଛାତ୍ରଙ୍କୁ ଅଟକ ରଖି ଘଟଣାର ଅନୁସନ୍ଧାନ ଚଳେଇଛନ୍ତି ବୋଲି ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ାବାନ୍ତିରେ ଚାଲିଗଲା ଆଉ ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଳକ କଦମଗୁଡା ପଞ୍ଚାୟତ ସେମେଲପଦର ଏବଂ ବାଲାପଦର ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିବାରେ ଲାଗିଛି। ରବିବାର ଜିଲା ମୁଖ୍ୟ ଚିକିତ୍ସାଳୟରେ...

ବ୍ରହ୍ମପୁର ସହରରେ ରହିଛି ୭ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୬ା୮: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା...

କରୋନା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ୱାର୍ଡ

ଭଦ୍ରକ ଅଫିସ, ୨।୨- ଦେଶ ଓ ରାଜ୍ୟରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ଜନିତ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଶନିବାରଠାରୁ ଭଦ୍ରକ ଜିଲା ଚିକିତ୍ସାଳୟ ପକ୍ଷରୁ...

ଶ୍ରୀମନ୍ଦିର ଖୋଲିବା ନେଇ ଶୁକ୍ରବାର ବସିବ ବୈଠକ

ପୁରୀ ଅଫିସ, ୨୭।୧: ଶ୍ରୀମନ୍ଦିର ଖୋଲିବା ନେଇ ଶୁକ୍ରବାର ବୈଠକ ବସିବ। ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ ନେଇ...

ଦୂଷିତ ପାଣି ମୁଖ୍ୟ କାରଣ: ସିଡିଏମ୍‌ଓ

ବ୍ରହ୍ମପୁର ଅଫିସ,୧୭ା୧୦: କୁକୁଡ଼ାଖଣ୍ଡି ବ୍ଲକ୍‌ ଲାଠି ଗ୍ରାମରେ ଗତ ୧ ତାରିଖରୁ ଝାଡ଼ାବାନ୍ତି ବ୍ୟାପିଥିଲା। ଲାଠି ପଞ୍ଚାୟତର ଲାଠି ଓ ବେନ୍ଧାଳିଆ ଗ୍ରାମର ପ୍ରାୟ ୬୦ଜଣ...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟାଟା ଏସି

ପାଟଣା,୩୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା...

ମା’ବାପା କୋଳକୁ ଫେରିଲା ଶିଶୁପୁତ୍ର

ନୟାଗଡ଼ ଅଫିସ,୧୨ା୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ର ଉଦ୍ଧାର ହେବାର ୧୪ ଦିନ ପରେ ମା’ବାପାଙ୍କ କୋଳକୁ ଶୁକ୍ରବାର ଫେରିଛି।...

୫୨୦ ଜାତୀୟ ରାଜପଥ ଟ୍ରାଫିକ୍‌ ଜାମ୍‌ରେ ଫସିଲା ଆମ୍ବୁଲାନ୍ସ, ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

ଯୋଡ଼ା,୧।୧୦ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର ଲହଣ୍ଡାଠାରେ ମଙ୍ଗଳବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।...

Advertisement
Archives

Model This Week