ପୁରୁଣା ଶତ୍ରୁ ଏବେ ବନ୍ଧୁ

କୋଭିଡ୍‌-୧୯ ମହାମାରୀ ପୁରୁଣା ଶତ୍ରୁମାନଙ୍କୁ ବି ଏବେ ବନ୍ଧୁରେ ପରିଣତ କରିଦେଇଛି! କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଆର୍‌ବିଆଇ ଗଭର୍ନର ପଦରୁ ୧୮ ମାସ ତଳେ ଅବ୍ୟାହତି ନେଇଥିବା ଉର୍ଜିତ ପଟେଲ ଏବେ ନ୍ୟାଶ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଫାଇନାନ୍ସ ଆଣ୍ଡ୍‌ ପଲିସି (ଏନ୍‌ଆଇପିଏଫ୍‌ପି)ର ଚେୟାରମ୍ୟାନ୍‌ ଭାବରେ ନିଯୁକ୍ତି ପାଇଛନ୍ତି। ୨୦୧୮ରେ ସେ ଆର୍‌ବିଆଇ ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଚାରିଦିନ ପୂର୍ବରୁ ଇସ୍ତଫା ଦେଇଥିଲେ, ଯେଉଁ ବୈଠକରେ ମୋଦି ସରକାରଙ୍କ ସହ କେନ୍ଦ୍ରୀୟ ବ୍ୟାଙ୍କର ମତପାର୍ଥକ୍ୟ ଉପରେ ଆଲୋଚନା ହେବାର ଥିଲା। ବର୍ତ୍ତମାନ ପଟେଲ ପୂର୍ବତନ ବାବୁ ବିଜୟ କେଲକରଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି, ଯିଏ ଛଅବର୍ଷ ଧରି ଏନ୍‌ଆଇପିଏଫ୍‌ପିର ମୁଖ୍ୟ ପଦରେ ରହିଥିଲେ। ପଟେଲ ଏବେ ଏହି ପଦରେ ଚାରିବର୍ଷ ରହିବେ। ସରକାର କାହିଁକି ଏମିତି ଜଣେ ଅର୍ଥନୀତିଜ୍ଞଙ୍କୁ ଫେରାଇ ଆଣିଲେ ଯାହାଙ୍କ ସହ ଏକଦା ଘୋର ମତପାର୍ଥକ୍ୟ ଥିଲା? ଆର୍‌ବିଆଇରେ ପଟେଲଙ୍କ କାର୍ଯ୍ୟକାଳ ବିଭିନ୍ନ ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ ସହିତ ତାଙ୍କର ବିବାଦ ପାଇଁ ଜଣାଶୁଣା। କିନ୍ତୁ ଏ ଭିତରେ ଅନେକ କିଛି ବଦଳିଯାଇଛି। ଆର୍ଥିକ ମାନ୍ଦାବସ୍ଥା ସହ ସମ୍ପ୍ରତି କରୋନା ଭୂତାଣୁ ଜନିତ ବିପର୍ଯ୍ୟୟ ସରକାରଙ୍କ ବିକଳ୍ପକୁ ସୀମିତ କରିଦେଇଛି। ବର୍ତ୍ତମାନର ଅର୍ଥନୈତିକ ପରାମର୍ଶଦାତାମାନେ ସାମ୍ପ୍ରତିକ ସମସ୍ୟାର ସମାଧାନ ପାଇଁ କେଉଁ ମାର୍ଗରେ ଦେଶର ଅର୍ଥନୀତିକୁ ଚଳାଇବାକୁ ହେବ, ସେ ନେଇ କୌଣସି ଦିଶା ନିର୍ଦ୍ଦେଶ କରିବାକୁ ସକ୍ଷମ ହୋଇ ନାହାନ୍ତି। ତେଣୁ ସେହି ଲୋକମାନଙ୍କ ଉପରେ ସରକାର ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି, ଯେଉଁମାନଙ୍କ ସହ ମତପାର୍ଥକ୍ୟ ଯୋଗୁ ବା ଯେଉଁମାନେ ସରକାରଙ୍କ କଥାରେ ନ ଚାଲିବାରୁ ସରକାର ତାଙ୍କୁ ଏକଦା ବଳପୂର୍ବକ ବାହାର କରିଦେଇଥିଲେ। ଯାହା ଜଣାଯାଏ, ମୋଦି ସରକାର ବର୍ତ୍ତମାନ ସ୍ଥିତି ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ଖାଲି ସେତିକି ନୁହେଁ, ଏହି ପ୍ରତିକୂଳ ସମୟରେ ନିଜର ନୀତି ବଦଳାଉଥିବା ସରକାର ପଟେଲଙ୍କ ଅଭିଜ୍ଞତାକୁ କାମରେ ଲଗାଇବାକୁ ଚାହୁଁଛନ୍ତି। ପଟେଲଙ୍କ ପୂର୍ବତନ ଆର୍‌ବିଆଇ ଗଭର୍ନର ରଘୁରାମ ରାଜନଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ଚାପ ବଢ଼ୁଛି, ଯିଏ ବିମୁଦ୍ରୀକରଣ ପ୍ରସଙ୍ଗରେ ସରକାରଙ୍କ ସହ ରହି ନ ପାରି ପଦତ୍ୟାଗ କରିଥିଲେ। ଆଶା କରାଯାଉଛି, ମୋଦି ସରକାରଙ୍କ ସହ ପଟେଲଙ୍କ ଦ୍ୱିତୀୟ ଇନିଂସ ଭଲରେ ବିତିବ।
ବିଶେଷଜ୍ଞଙ୍କ ନିଯୁକ୍ତି
ଅମଲାତନ୍ତ୍ରରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କୁ ଭର୍ତ୍ତି କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ସଦା ଜୀବନ୍ତ ରହିଛି। ଗତବର୍ଷ ୟୁପିଏସ୍‌ସି ମାଧ୍ୟମରେ ନିର୍ଦ୍ଦେଶକ ଓ ଡେପୁଟି ସେକ୍ରେଟାରୀ ପାହ୍ୟାରେ ଆଠଜଣ ବିଶେଷଜ୍ଞଙ୍କ ନିଯୁକ୍ତି ପରେ ପାର୍ଶ୍ୱପ୍ରବେଶ ବିଷୟରେ ଏଯାଏ ଆଉ କିଛି ଶୁଣାଯାଇ ନ ଥିଲା। ସରକାରୀ ଥିଙ୍କ୍‌ ଟ୍ୟାଙ୍କ ନୀତି ଆୟୋଗ ନିର୍ଦ୍ଦେଶକ ତଥା ଡେପୁଟି ସେକ୍ରେଟାରୀ ସ୍ତରରେ ପାର୍ଶ୍ୱପ୍ରବେଶ ମାଧ୍ୟମରେ ୩୮ ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେଇଥିବା ଜଣାଯାଇଛି। ସେମାନଙ୍କର ପାରଦର୍ଶିତା ଅର୍ଥଶାସ୍ତ୍ର ଓ ବିତ୍ତ, ବ୍ୟାପାର ଓ ବାଣିଜ୍ୟ ଏବଂ ତଥ୍ୟ ପରିଚାଳନା ଓ ବିଶ୍ଳେଷଣଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ବିକାଶ ଓ ଭିତ୍ତିଭୂମି ସଂଯୋଗ ପର୍ଯ୍ୟନ୍ତ ରହିଛି। ମାର୍ଚ୍ଚରେ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ୨୦ ଜଣ ନିଯୁକ୍ତ ବ୍ୟକ୍ତି ନୀତି ଆୟୋଗରେ ଯୋଗ ଦେଇସାରିଥିବା ବେଳେ କୋଭିଡ୍‌-୧୯ ଯୋଗୁ ଅବଶିଷ୍ଟ ବାବୁମାନଙ୍କ ଯୋଗଦାନରେ ବିଳମ୍ବ ଘଟିଛି। କୌତୂହଳର ବିଷୟ ହେଲା, ୟୁପିଏସ୍‌ସି ମାଧ୍ୟମରେ ନିଯୁକ୍ତ ପାର୍ଶ୍ୱପ୍ରବେଶକାରୀମାନେ କ୍ୟାରିୟର ପ୍ରଶାସନିକ ବାବୁମାନଙ୍କ ଭଳି ସମାନ ସୁବିଧା ପାଇବାର ପ୍ରାବଧାନ ଥିବାବେଳେ, ଚୁକ୍ତିନାମା ଭିତ୍ତିରେ ନିଯୁକ୍ତ ଅଧିକାରୀମାନେ ସରକାରୀ ଘର, ସରକାରୀ ପରିବହନ, ଛୁଟି ଭଙ୍ଗାଇବା କିମ୍ବା ଅନ୍ୟାନ୍ୟ ଭତ୍ତା/ସୁବିଧା ଆଦି ନିୟମିତ ସରକାରୀ କର୍ମଚାରୀଙ୍କ ଭଳି ପାଇବେ ନାହିଁ।
ବିଦେଶୀ ତାଲିମ ବନ୍ଦ
କୋଭିଡ୍‌-୧୯ ମହାମାରୀ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ପ୍ରଭାବିତ କରିଛି। ଏହି ଭୂତାଣୁ ସଂକ୍ରମଣ ଯୋଗୁ ମୋଦି ସରକାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଅମଲାତନ୍ତ୍ରୀଙ୍କ ପାଇଁ ବିଦେଶୀ ତାଲିମ ବ୍ୟବସ୍ଥା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆର୍ଥିକ ଦୁଃସ୍ଥିତି ଦର୍ଶାଇ ସରକାର ତାଲିମ କାର୍ଯ୍ୟକ୍ରମରୁ ଆନ୍ତର୍ଜାତିକ ବିଷୟଟିକୁ ହଟାଇ ଦେଇଛନ୍ତି। ସୂଚନାନୁସାରେ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସମସ୍ତ କ୍ୟାଡର ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ ଏବଂ କେନ୍ଦ୍ରୀୟ ତାଲିମ ପ୍ରତିଷ୍ଠାନକୁ ୨୦୨୦-୨୧ ଆର୍ଥିକ ବର୍ଷରେ କୌଣସି ବିଦେଶୀ ତାଲିମ ବ୍ୟବସ୍ଥା ନ କରିବାକୁ ଏକ ସର୍କୁଲାର ଜାରି କରିଥିବା ଜଣାଯାଇଛି। ଆର୍ଥିକ ପରିସ୍ଥିତି ଛଡ଼ା ସ୍ବାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ମଧ୍ୟ ଏଭଳି ନିଷ୍ପତ୍ତି ନେବା ଆବଶ୍ୟକ ଥିଲା ବୋଲି ସରକାର ଅନୁଭବ କରିଛନ୍ତି। ସର୍କୁଲାରରେ ଆହୁରି କୁହାଯାଇଛି ଯେ, ଯଦି କୌଣସି ପ୍ରଶାସନିକ ବାବୁଙ୍କୁ ବିଦେଶ ପଠାଇବା ପାଇଁ ଜରୁରୀ ଆବଶ୍ୟକତା ପଡ଼େ, ତେବେ କର୍ତ୍ତୃପକ୍ଷଙ୍କୁ ସେଥିପାଇଁ ଡିଓପିଟିରୁ ଅନୁମତି ନେବାକୁ ପଡ଼ିବ। କୋଭିଡ-୧୯ ମହାମାରୀ ଥମିବାର ନାଁ ଧରୁ ନ ଥିବାରୁ ଏହାର ମୁକାବିଲା କରିବାରେ ଉପଲବ୍ଧ ସମ୍ବଳ ବିନିଯୋଗ କରିବା ବର୍ତ୍ତମାନ ସରକାରଙ୍କ ପ୍ରଥମ ଦାୟିତ୍ୱ ହୋଇପଡ଼ିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri