ହାଇକୋର୍ଟଙ୍କୁ ପୁରୁଣା ମାମଲା ଅଡୁଆ

କଟକ ଅଫିସ,୧୨ା୮: ବହୁ ପୁରୁଣା ମାମଲାଗୁଡ଼ିକର ଶୁଣାଣି ବେଳେ ଏବେ ହାଇକୋର୍ଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ମାମଲାଗୁଡ଼ିକ ପ୍ରାୟ ୧୬ରୁ ୨୦ ବର୍ଷ ହେଲା ଗଡୁଥିବା ବେଳେ ଆବେଦନକାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନି। ଅନେକ ମାମଲାରେ ଆବେଦନକାରୀ ଜୀବିତ ନା ମୃତ, ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ। ଆଉ କେତେକ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କୋର୍ଟରେ ହାଜର ହେଉଛନ୍ତି। କିନ୍ତୁ ସେ ମଧ୍ୟ ଆବେଦନକାରୀଙ୍କ ସହିତ ସମ୍ପର୍କରେ ନ ଥିବା କୋର୍ଟଙ୍କୁ ଜଣାଇଛନ୍ତି। ତେଣୁ ଆବେଦନକାରୀଙ୍କୁ ଖୋଜିବାକୁ ପୋଲିସର ସହାୟତା ନେବା ପାଇଁ ସରକାରୀ ଆଇନଜୀବୀ ଓ ରେଜିଷ୍ଟ୍ରାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ୨୦୦୦ ମସିହାର ଏକ କ୍ରିମିନାଲ୍‌ ଅପିଲ୍‌ର ଶୁଣାଣି ହୋଇଥିଲା। ନବରଙ୍ଗପୁର ଜିଲା କୋଡିଙ୍ଗା ଥାନା ଅଧୀନ ଏକ ଗ୍ରାମର ଉଦ୍ଧବ ମାଝି ଓ ଉଦରଣ ମାଝି ୨୦୦୦ ଅଗଷ୍ଟ ୨୯ରେ ଏକ ଆପରାଧିକ ମାମଲାରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଶୁଣାଣି ହୋଇଥିଲେ ମଧ୍ୟ ବିଶେଷ ଅଗ୍ରଗତି ଦେଖାଦେଇ ନ ଥିଲା। ସୋମବାର ଏହାର ଶୁଣାଣି ପାଇଁ ତାରିଖ ରହିଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏସ୍‌.ଡି. ଦାସ ଓ ସରକାରଙ୍କ ପକ୍ଷରୁ ଆଇନଜୀବୀ ଏ.କେ. ନନ୍ଦ ଭିଡିଓ କନଫରେନ୍ସ ଦ୍ୱାରା ଶୁଣାଣିରେ ଭାଗ ନେଇଥିଲେ। ତେବେ ଆବେଦନକାରୀଙ୍କ ସହ ଦୀର୍ଘ ଦିନ ହେଲା ସମ୍ପର୍କରେ ନ ଥିବା ଆଇନଜୀବୀ ଦାସ କୋର୍ଟଙ୍କୁ ଅବଗତ କରିଥିଲେ। ଉଭୟ ଆବେଦନକାରୀ ଏବେ କେଉଁଠି ଅଛନ୍ତି, ନବରଙ୍ଗପୁର ଏସ୍‌ପି ଓ କୋଡିଙ୍ଗା ଥାନା ଅଧିକାରୀଙ୍କ ଜରିଆରେ ସୂଚନା ସଂଗ୍ରହ କରି କୋର୍ଟଙ୍କୁ ଜଣାଇବାକୁ ସରକାରୀ ଆଇନଜୀବୀ ନନ୍ଦଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉଭୟଙ୍କ ସମ୍ପର୍କରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ସୂଚନା ସଂଗ୍ରହ କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ଆଇନଜୀବୀ ଦାସଙ୍କୁ ମଧ୍ୟ ଉଭୟଙ୍କ ଠିକଣା ନେବା ପାଇଁ କୁହାଯାଇଛି। ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
କେବଳ ଏହି ଗୋଟିଏ ମାମଲା ନୁହେଁ, ସୋମବାର ଅନ୍ୟ ଏକ ମାମଲାରେ ମଧ୍ୟ ସମାନ ସମସ୍ୟା ହୋଇଥିଲା। ୨୦୦୦ ମସିହାର ଏକ କ୍ରିମିନାଲ୍‌ ଅପିଲ୍‌ ମାମଲାରେ ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅଞ୍ଚଳର ଫକିର ପ୍ରଧାନଙ୍କୁ ହାଇକୋର୍ଟ ୨୦୦୪ ଅଗଷ୍ଟ ୩୦ରେ ଜାମିନ ଦେଇଥିଲେ। ସୋମବାର ଏହି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଉପସ୍ଥିତ ନ ଥିଲେ। ଏଣୁ ଢେଙ୍କାନାଳ ଏସ୍‌ପି ଓ ହିନ୍ଦୋଳ ଥାନା ଅଧିକାରୀଙ୍କଠାରୁ ସରକାରୀ ଆଇନଜୀବୀ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ହାଇକୋର୍ଟ ରେଜିଷ୍ଟ୍ରାର ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଶୁକ୍ରବାର ମଧ୍ୟ ୨୦୦୦ ମସିହାର ୫ଟି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହାଜର ହୋଇ ନ ଥିଲେ। ଏହି ସବୁ ମାମଲାରେ ତଳ ଅଦାଲତଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଣୁ ସଂପୃକ୍ତ ଜିଲାର ଏସ୍‌ପି ଓ ପୋଲିସ ଆଇଜି (ଆଡମିନିଷ୍ଟ୍ରେସନ୍‌)ଙ୍କଠାରୁ ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ନେବା ପାଇଁ ରେଜିଷ୍ଟ୍ରାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଜୀବିତ ନ ମୃତ, ଯଦି ମୃତ ତେବେ ପ୍ରମାଣପତ୍ର ଦାଖଲ କରିବା ପାଇଁ କୁହାଯାଇଛି। ଆବେଦନକାରୀ ଜୀବିତ ଥିଲେ, ତାଙ୍କର ବର୍ତ୍ତମାନ ଠିକଣା, ଯୋଗାଯୋଗ ନମ୍ବର ସଂଗ୍ରହ କରି କୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

ପୁଣି କ୍ରାଶ୍‌ ହେଲା ବିମାନ: ସବୁକିଛି ଚୁର୍‌ମାର୍‌, ବିମାନରେ ଥିଲେ…

ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଯୁବକ ସଂଘ ପକ୍ଷରୁ ରାସ୍ତା ସଫେଇ ଅଭିଯାନ: ଗ୍ରାମବାସୀଙ୍କ ପ୍ରଶଂସା

କର୍ଲାମୁଣ୍ଡା,୨୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ରାଧା ମାଧବ ଯୁବକ ସଂଘ ପକ୍ଷରୁ ଗାଁର ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲକ୍ଷ୍ୟରେ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri