୫ ଦିନରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ

ନୟାଗଡ଼ ଅଫିସ,୧୦।୩: ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ସହାୟତା ପ୍ରଦାନ ଶିବିର ନୟାଗଡ଼ ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଓ ମୁଖ୍ୟବକ୍ତା ରୂପେ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମ୍ମାନିତ ଅତିଥି ରୂପେ ଜିଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଓଡ଼ଗଁା ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ମୁକ୍ତ ଯୋଜନା ଉପଦେଷ୍ଟା ଈପ୍‌ସିତା ସାହୁ ପ୍ରମୁଖ ଯୋଗଦେଇଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଓ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯୯ ହିତାଧିକାରୀଙ୍କୁ ୧ କୋଟି ୬୯ ଲକ୍ଷ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଛି । ପ୍ରଭାଗୀୟ ଶ୍ରମଆୟୁକ୍ତଙ୍କ କାର୍ଯ୍ୟାଳୟ ଭଡ଼ାଘରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର ହେଉ ନ ଥିବାରୁ ଜିଲା ପରିଷଦ ସଭାପତି ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ । ୫ଦିନ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଜିଲାପାଳଙ୍କ ଅଫିସକୁ ସ୍ଥାନାନ୍ତର ହେବାକୁ ନୟାଗଡ଼ ବିଧାୟକ ଓ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମାସରେ ୨ ଦିନ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଫିସକୁ ଆସୁଥିବାବେଳେ ଅନ୍ୟ କାର୍ଯ୍ୟଦିବସ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରତିମାସରେ ଥରେ ଶ୍ରମ କାର୍ଯ୍ୟାଳୟରେ କ’ଣ କାମ ହେଉଛି ତା’ର ସମୀକ୍ଷା ଜିଲାପାଳ କରିବାକୁ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ଜିଲାର ୧୯୯ ହିତାଧିକାରୀଙ୍କୁ ୧.୬୯ କୋଟି ଟଙ୍କାର ସହାୟତା ବଣ୍ଟନ କରାଯାଇଛି । ୬୯ ଜଣ ହିତାଧିକାରୀ ୧କୋଟି ୩୩ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି, ୬୩ ଜଣଙ୍କୁ ୩ ଲକ୍ଷ ୧୫ ହଜାର ଟଙ୍କା ଅନ୍ତିମ ସଂସ୍କାର ସହାୟତା, ୬୦ ଜଣଙ୍କୁ ୨୬ ଲକ୍ଷ ୭୫ ହଜାର ବିବାହ ସହାୟତା, ଜଣେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କାର ପ୍ରସୂତି ସହାୟତା, ୬ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ୬ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଛି । ପୁଣି ୧୦ ନିର୍ମାଣ ଶ୍ରମିକ ଓ ୧୦୦ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି ।
ସୂଚନାଯୋଗ୍ୟ, ଖଣ୍ଡପଡ଼ା ରୋଡ୍‌ରେ ଭଡ଼ାରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଚାଲୁ ରହିଛି । ଏହାକୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ ଅତିରିକ୍ତ ଜିଲାପାଳ ଓ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ା ହେଲେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଥିଲା। ସେହିପରି ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାସକରେ ଦିନେ କିମ୍ବା ଦୁଇ ଦିନ ଆସି ଅନ୍ୟ କାର୍ଯ୍ୟ ଦିବସରେ ଅନୁପସ୍ଥିତ ରହୁଛନ୍ତି। ୫୦୦ରୁ ୩ ହଜାର ଲାଞ୍ଚ ଦେଲେ ନିର୍ମାଣ ଶ୍ରମିକଙ୍କ କାର୍ଡ ମିଳିବା, ଅଣ ସଙ୍ଗଠିତ ଶ୍ରମିକଙ୍କ ଆବେଦନ ଗ୍ରହଣ ନ କରିବା ଉପରେ ମଞ୍ଚାସୀନ ଅତିଥିଙ୍କୁ ଗଣମାଧ୍ୟମର ପ୍ରତିନିଧି ଅଭିଯୋଗ କରିଥିଲେ । ଗଣମାଧ୍ୟମର ଅଭିଯୋଗ ପାଇବା ପରେ ବିଧାୟକ ଓ ଜିଲାପାଳ ଏହାକୁ ନେଇ ଆଲୋଚନା କରୁଥିବାବେଳେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଗଣମାଧ୍ୟମକୁ ନାଲି ଆଖି ଦେଖାଇ ହଟହଟା ହୋଇଥିଲେ । ଏନେଇ ନୟାଗଡ଼ ବିଧାୟକ ଅରୁଣ ସାହୁ କୁହନ୍ତି, ଆସନ୍ତା ୫ଦିନ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ। ଏଥିପାଇଁ ଜିଲାପାଳ ଓ ମୁଁ ନିର୍ଦ୍ଦେଶ ଦେଇସାରିଛୁ । ପ୍ରଭାଗୀୟ ଶ୍ରମ ଆୟୁକ୍ତ ଠିକ୍‌ରେ ଅଫିସକୁ ଆସିବେ । ସରକାର ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରିଥିଲେ ହେଁ ନୟାଗଡ଼ରେ ଏହାର ସୁଫଳ ମିଳି ନ ଥିଲା। ଏବେଠାରୁ ଏହା ଠିକ୍‌ରେ କାମ କରିବ। ସରକାରୀ ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପାଇଁ ଯେଉଁମାନେ ବାଧକ ସାଜିବେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ନିର୍ମାଣ ଶ୍ରମିକ, ଅଣସଙ୍ଗଠିତ ଶ୍ରମିକଙ୍କ ପରି ବିଭିନ୍ନ ବର୍ଗର ଶ୍ରମିକଙ୍କୁ ସହାୟତା ପ୍ରଦାନ କରିବା ଯୋଗୁ ସେମାନଙ୍କ ଜୀବନର ମାନବୃଦ୍ଧି ଘଟୁଛି । ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠାରୁ ଲୋକପ୍ରିୟ ଯୋଜନା ଦର୍ଶାଇ ବିଧାୟକ ସାହୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri