ପ୍ରତି ବ୍ଲକରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପାଇଁ ୪୧୨୪ କୋଟି ଟଙ୍କା ଖର୍ଚ୍ଚ କରିବେ ଓଡିଶା ସରକାର

ଭୁବନେଶ୍ୱର,୧୦।୨: ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଏହି ବ୍ଲକ ସ୍ତରୀୟ ଷ୍ଟାଡିୟମ ପ୍ରାୟ ୮ ରୁ ୧୦ ଏକର ସ୍ଥାନରେ ନିର୍ମାଣ କରାଯିବ।

ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହ କ୍ରୀଡ଼ା ପ୍ରତିଭାର ସାମଗ୍ରିକ ବିକାଶ କରିବାରେ ଏହା ନିଶ୍ଚିତ ରୂପେ ସହାୟକ ହେବ। କ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯେପରି ବ୍ଲକ ସ୍ତରରେ ପହଂଚି ପାରିବ, ପ୍ରତିଟି ଗାଁରେ ଯେପରି କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ତାହା ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ସୋମବାର କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ନିମନ୍ତେ ପ୍ରସ୍ତାବିତ ହୋଇଥିବା ମାଷ୍ଟର ପ୍ଲାନ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଷ୍ଟାଡ଼ିୟମର ମାଷ୍ଟର ପ୍ଲାନ ଏବଂ ରୂପରେଖକୁ ଏକ ପ୍ରେସେଣ୍ଟେସନ ଓ ପ୍ରତିକାତ୍ମକ ଭିଡ଼ିଓ ମାଧ୍ୟମରେ ମନ୍ତ୍ରୀ ସୂରଜ ଉପସ୍ଥାପିତ କରିଥିଲେ।

ପ୍ରସ୍ତାବିତ ହୋଇଥିବା ମାଷ୍ଟର ପ୍ଲାନ ଅନୁଯାୟୀ ବ୍ଲକ ସ୍ତରୀୟ ଷ୍ଟାଡିୟମରେ ବିଭିନ୍ନ କ୍ରୀଡ଼ା ନିମନ୍ତେ ବ୍ୟବସ୍ଥା ଉପଲବ୍ଧ ହେବ। କ୍ରୀଡ଼ା ପ୍ରତିଭାମାନଙ୍କ ପାଇଁ ଏହା ଏକ କ୍ରୀଡ଼ା ନର୍ସରୀ ଭାବେ କାର୍ଯ୍ୟ କରିବ। ଷ୍ଟାଡିୟମରେ ଫୁଟବଲ/କ୍ରିକେଟ ପଡିଆ, ଆଥଲେଟିକ ଟ୍ରାକ, ଥ୍ରୋ ଏରିଆ, ଜମ୍ପ ଏରିଆ, ଭଲିବଲ କୋର୍ଟ ଆଦିର ନିର୍ମାଣ କରାଯିବ।

ଏଥିସହିତ ଦେଶୀୟ ବା ଆଞ୍ଚଳିକ କ୍ରୀଡ଼ା ଯଥା ଖୋଖୋ, କବାଡ଼ି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଷ୍ଟାଡିୟମର ଇଣ୍ଡୋର ହଲରେ ବ୍ୟାଡ଼ମିଣ୍ଟନ କୋର୍ଟ, ଟେବୁଲ ଟେନିସ, ଜିମନାଷ୍ଟିକ, ଭାରୋତ୍ତୋଳନ ଆଦି ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିବ।

ଏଥିସହ ପ୍ରତିଟି ଷ୍ଟାଡିୟମରେ ସାଧାରଣ ସୁବିଧା କେନ୍ଦ୍ର ରହିବା ସହ ଷ୍ଟାଡିୟମର ବାହ୍ୟ ବିକାଶ, ବିଭିନ୍ନ ବ୍ୟବସ୍ଥା ଯଥା ଜଳ ଯୋଗାଣ, ନିଷ୍କାସନ ବା ସ୍ବେରେଜ, ଆଲୋକୀକରଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାର ମଧ୍ୟ ଚୟନ କରାଯିବ।

କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।ତୃଣମୂଳ ସ୍ତରରେ ସୁଦୃଢ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ହେବା ସହ କ୍ରୀଡ଼ାବିତମାନେ କ୍ରୀଡ଼ା ଜଗତରେ ଯେପରି ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିପାରିବେ ସେ ଦିଗରେ ଗୁରୁତ୍ୱାରୋପ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri