ଅକ୍ଟୋବର ୯ରେ ଜମି ଅଧିଗ୍ରହଣ ଜନଶୁଣାଣି

ପୁରୀ ଅଫିସ, ୨୪।୯:ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତୀକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ସାମାଜିକ ପ୍ରଭାବ ଆକଳନ ୟୁନିଟ୍‌ ଏକ ଚିଠା ସାମାଜିକ ପ୍ରଭାବ ବିବରଣୀ ପ୍ରସ୍ତୁତ କରିଛନ୍ତି। ସୁରକ୍ଷା ବଳୟ ମଧ୍ୟରେ ଥିବା ବାସେଳିସାହି ମୌଜା ୱାର୍ଡ ନଂ.୩ର ଜମି ଅଧିଗ୍ରହଣ ଲାଗି ଜନଶୁଣାଣି କରାଯିବ। ଆସନ୍ତା ଅକେ୍‌ଟାବର ୯ ତାରିଖ ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ଭକ୍ତନିବାସ ପରିସରରେ ଏହି ଜନଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି। ସେହିପରି ଦୋଳମଣ୍ଡପ ସାହି ୧୫ ନଂ. ଓ୍ବାର୍ଡରେ ଅପରାହ୍ନ ୪ଟାରେ ଜନଶୁଣାଣି ହେବ। ପ୍ରକଳ୍ପ ପ୍ରଭାବିତ ୱାର୍ଡବାସୀ ଏଥିରେ ଉପସ୍ଥିତ ରହି ଜମି ଅଧିଗ୍ରହଣ ଏବଂ ତତ୍‌ଜନିତ ସାମାଜିକ ପ୍ରଭାବ ବିବରଣୀ ଉପରେ ନିଜ ମତାମତ ଉପସ୍ଥାପନ କରିପାରିବେ। ବୁଧବାର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଶାସନ ଜନଶୁଣାଣିର ବିଜ୍ଞପ୍ତି ଲଗାଇଛି। ଧାର୍ଯ୍ୟ ତାରିଖ ଓ ସମୟରେ ଜନଶୁଣାଣିରେ ପ୍ରକଳ୍ପ ପ୍ରଭାବିତ ୱାର୍ଡବାସୀ ଉପସ୍ଥିତ ରହି ସେମାନଙ୍କ ମତ ପ୍ରଦାନ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ନିରାପତ୍ତା ବଳୟ ଉନ୍ନତୀକରଣ ପାଇଁ ମୋଟ ୧୫.୧୯୧ ଏକର ଜମି ଅଧିଗ୍ରହଣ କରାଯିବାକୁ ସ୍ଥିର ହୋଇଛି, ଯେଉଁଥିରେ ୧୨.୫୪୪୫ ଏକର ଘରୋଇ ଏବଂ ୨.୬୪୬୫ ଏକର ସରକାରୀ ଜମି ରହିଛି। ଏଥିମଧ୍ୟରେ ପୁରୀ ତହସିଲ ଅଧୀନ ୫ଟି ମୌଜା ବାସେଳିସାହି, ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡ ସାହି ଓ ଚୂଡ଼ଙ୍ଗ ସାହିର ଜମି ରହିଛି। ଏଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜମି ଆସିସାରିଥିବାବେଳେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା, କେନ୍ଦୁଝରରେ ଆଜି ସମସ୍ତ ସ୍କୁଲ ଛୁଟି

ବଞ୍ଚୋ/କେନ୍ଦୁଝର,୨୮।୭(ପ୍ରଦୋଷ ବିଶ୍ୱାଳ /ନରେଶ ପଟ୍ଟନାୟକ ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲାପାଳ…

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିବା ଘଟଣା, ୨୪ଘଣ୍ଟାରେ ଧରିଲା ପୋଲିସ

ପୁରୁଷୋତ୍ତମପୁର,୨୮।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ବଷ୍ଚ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା ।ନିର୍ମମଭାବରେ ହାଣି ହତ୍ଯାଉଦ୍ଯମ କରିବା…

CJP ଆଗରେ ପୁଣି ନଇଁଲେ କି ସରକାର? ସୌରଭ ଦାସଙ୍କ FIR ପ୍ରତ୍ୟାହାରକୁ ନେଇ ବଡ଼ ଦାବି

ନୂଆଦିଲ୍ଲୀ,୨୮ା୭: କୋକ୍ରୋଚ୍ ଜନତା ଦଳ ଦିଲ୍ଲୀର ଜନ୍ତରମନ୍ତରରେ କିଛି ଦିନ ଧରି ପ୍ରତିବାଦ ପ୍ରଦର୍ଶନ କରିଥିଲା। ସଂସଦ ଅଭିମୁଖେ ଯାତ୍ରା ସମୟରେ, ଦିଲ୍ଲୀ ପୋଲିସ ଭିଡ଼କୁ ନିୟନ୍ତ୍ରଣ…

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କଲେ କନ୍ଧମାଳ ଏମପି: କହିଲେ, ଏହା ଏକ ମାଇଲଖୁଣ୍ଟ

ଦାରିଙ୍ଗବାଡି,୨୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ…

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

କରୁର ଦଳାଚକଟା ଘଟଣା, ମୃତକ ପରିବାରକୁ ଚାକିରି ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ଚେନ୍ନାଇ,୨୮।୭: ତାମିଲନାଡୁର କରୁର ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ସରକାରୀ ନିଯୁକ୍ତି ଦେବା ପାଇଁ ତାମିଲନାଡୁ ସରକାରଙ୍କ ଏକ ନିର୍ଦ୍ଦେଶନାମାକୁ ମାଡ୍ରାସ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…

ଏତଲା ପାଇଁ ଯିବାକୁ ପଡ଼ିବନି ଥାନା,‘ଆମ ସାଥୀ’ରେ ମିଳିବ ୧୯୦ ପ୍ରକାର ସେବା

ସାଧାରଣ ଲୋକଙ୍କୁ ଏଣିକି ଏତଲା ଦେବା ପାଇଁ ଆଉ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେହିପରି କୌଣସି ମେଡିକାଲରେ ଡାକ୍ତରଙ୍କୁ ଦେହ ଖରାପ ପାଇଁ ଘଣ୍ଟା ଘଣ୍ଟା…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri