ବନ୍ଦ ପାଳନ, କଂଗ୍ରେସ କର୍ମୀଙ୍କ ଧାରଣା

ଯାଜପୁର ଅଫିସ,୧୩।୧୧: ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଯାଜପୁର ଜିଲାରେ ମିଶ୍ରିତ ପ୍ରଭାବ ପକାଇଛି। କେତେକ ଛୋଟ ଦୋକାନକୁ ବାଦ୍‌ ଦେଲେ ଜିଲାରେ ସପିଂ ମଲ ବନ୍ଦ ରହିଥିଲା। ଏଥର କଂଗ୍ରେସ କର୍ମକର୍ତ୍ତା ପିକେଟିଂ କରି ନ ଥିଲେ ହେଁ ବନ୍ଦର ପ୍ରଭାବ ଅନୁଭୂତ ହୋଇଥିଲା। ଜିଲାରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ସହିତ ଜରୁରୀକାଳୀନ ସେବାରେ ନିଯୁକ୍ତି ବ୍ୟକ୍ତିି, ମୋଟରଯାନ ଓ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାକୁ ଯିବାକୁ ସୁଯୋଗ ଦିଆଯାଇଥିଲା।
ଯାଜପୁର ରୋଡ-ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ବନ୍ଦକୁ ସମର୍ଥନ କରି ଗୋପବନ୍ଧୁ ଛକରେ କର୍ମୀ ଧାରଣାରେ ବସି ରହିଥିଲେ। ସେଠାରେ ଏକ ପ୍ରତିବାଦ ସଭା କଂଗ୍ରେସ କମିଟି ସଭାପତି ଦିଲୀପ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ରାଜ୍ୟ ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡା, ଅଣ ସଙ୍ଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ହୃଦାନନ୍ଦ ସାମଲ, ଜଗବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
କୋରେଇ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ପାଣିକୋଇଲି ବଜାର ପରିକ୍ରମା କରିଥିଲା। ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ମଧୁସୂଦନ ସାହୁ, ନରହରି କୁଅଁର, ଚନ୍ଦ୍ରକାନ୍ତ ଖଣ୍ଡାଇ, ଲୀଳାବତୀ ସ୍ବାଇଁ, ସୁଦର୍ଶନ ମଲିକ, ଅନନ୍ତ କବି ଓ ନାରାୟଣ ବେହେରା ପ୍ରମୁଖ ଆନ୍ଦୋଳନାରେ ଯୋଗ ଦେଇଥିଲେ। ବିଞ୍ଝାରପୁର,(ଡି.ଏନ.ଏ): ବିଞ୍ଝାରପୁର ବ୍ଲକ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ସିଂହପୁର, ପ୍ରୀତିପୁର ଓ ବାଳମୁକୁଳି ବଜାରଠାରେ ହରତାଳ କରାଯାଇଛି। ବ୍ଲକ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ମହିଳା କଂଗ୍ରେସ ଉପସଭାପତି କନକଲତା ମଲିକ, ମନୋଜ ସାମଲ, ନାରାୟଣ ମଲିକ, ମେର୍ଜା କବୁଲ ବେଗଙ୍କ ସମେତ ଶତାଧିକ କର୍ମୀ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।
ବରୀ,(ଡି.ଏନ.ଏ.): ବରୀ ବ୍ଲକ କଂଗ୍ରେସ ପକ୍ଷରୁ ବରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବ୍ଲକ୍‌ କଂଗ୍ରେସ ସଭାପତି ମନୋଜ ଦାସଙ୍କ ନେତୃତ୍ୱରେ ବ୍ଲକ୍‌ ଛାତ୍ର କଂଗ୍ରେସ ସଭାପତି ଶ୍ରବଣ ଦାସ, ଯାଜପୁର ଜିଲା କଂଗ୍ରେସ ସଂଯୋଜକ ଅମରେଶ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଧର୍ମଶାଳା,(ଡି.ଏନ.ଏ.): ଧର୍ମଶାଳା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଭାପତି କିଷାନ ପଣ୍ଡାଙ୍କ ନେତୃତ୍ୱରେ ଜାରକା ବଜାରରେ ଶାନ୍ତିପୂର୍ଣ୍ଣ ହରତାଳ କରାଯାଇଛି। କାର୍ଯ୍ୟକ୍ରମରେ ନରୋତ୍ତମ ନାୟକ, ସୁବୋଧ ସାମଲ, ଉଗ୍ରେସନ ମହାନ୍ତି ଓ ଦୋବାଶିଷ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।
ଚଣ୍ଡିଖୋଲ,(ଡି.ଏନ.ଏ.): ବଡ଼ଚଣା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। କଂଗ୍ରେସ ନେତା ଅଜୟ ସାମଲଙ୍କ ନେତୃତ୍ୱରେ କର୍ମୀ ଚଣ୍ଡିଖୋଲ ଓ ବାଲିଚନ୍ଦ୍ରପୁରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲା ଯୁବ କଂଗ୍ରେସ ସଭାପତି ବିଶ୍ୱପ୍ରକାଶ ସାମଲ, ବ୍ଲକ ଯୁବ କଂଗ୍ରେସ ସଭାପତି ସଞ୍ଜୟ କର ପ୍ରମୁଖ ଯୋଗ ଦେଇଥିଲେ।
ଯାଜପୁର ଟାଉନ,(ଡି.ଏନ.ଏ.): ଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ହରତାଳ କରାଯାଇଛି। ଏକ ବାଇକ୍‌ ରାଲି ଗାନ୍ଧୀ ଛକରୁ ବାହାରି ସହର ପରିକ୍ରମା ପରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲା। ସନ୍ତୋଷ ନନ୍ଦ, ଦୀଗମ୍ବର କରଙ୍କ ସମେତ ଶତାଧିକ କର୍ମୀ ଗାନ୍ଧୀଛକ ସ୍ଥିତ ଗାନ୍ଧୀ ମୂର୍ତ୍ତି ନିକଟରେ ବିଭିନ୍ନ ସ୍ଲୋଗାନ୍‌ ଦେଇ ନବୀନ ପଟ୍ଟନାୟକ ଓ ଦିବ୍ୟଶଙ୍କର ମିଶ୍ରଙ୍କ ତୈଳଚିତ୍ର ଦାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri