ଅଲଗା ହେବେ ଓବାମା ଦମ୍ପତି! ଟ୍ରମ୍ପଙ୍କ ଶପଥ ପୂର୍ବରୁ ଆମେରିକାରେ ଝଡ

ଓ୍ବାଶିଂଟନ୍‌,୧୭।୧: ଆମେରିକାରୁ ଆସୁଛି ବଡ଼ ଖବର। ପୂର୍ବତନ ରାଷ୍ଟ୍ରପତିଙ୍କ ହୋଇପାରେ ଛାଡପତ୍ର! ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ସ୍ତ୍ରୀ ମିଶେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଫଳରେ ଦୁହେଁ ଛାଡପତ୍ର ନେଉଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ବାରାକ ଏବଂ ମିଶେଲ ଓବାମାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ଯୋଗଦେବେ। ଯଦିଓ ମିଶେଲ ଓବାମା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହା କେବଳ ଗୋଟିଏ ଘଟଣା ନୁହେଁ ପୂର୍ବରୁ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଅନ୍ତିମ ସଂସ୍କାରରେ ବାରାକ ଓବାମାଙ୍କୁ ମଧ୍ୟ ଏକୁଟିଆ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାଧାରଣତଃ ପୂର୍ବତନ ରାଷ୍ଟ୍ରପତି ଏବଂ ତାଙ୍କ ସ୍ତ୍ରୀ ଯୋଗ ଦେଇଥାନ୍ତି। କିନ୍ତୁ ଏହି ସମାରୋହରେ ଓବାମାଙ୍କ ସହ ତାଙ୍କ ସ୍ତ୍ରୀ ନଜର ନ ଆସିବା ନେଇ କିଛି ଅଲଗା ସନ୍ଦେହ କରାଯାଉଛି।

ଏହି ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଛାଡପତ୍ର ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଏନେଇ ଓବାମା ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ। ପ୍ରକୃତ କଥା ହେଉଛି, ବାରାକ ଏବଂ ମିଶେଲ ଓବାମା ଉଭୟ ସେମାନଙ୍କ ସମ୍ପର୍କରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ତାଙ୍କ ସଂସ୍କରଣ “ଏ ପ୍ରମିଜ୍ଡ ଲ୍ୟାଣ୍ଡ”ରେ, ବାରାକ ତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ଦୁହିଁଙ୍କ ମଧ୍ୟରେ ହୋଇଥିବା ବିବାଦକୁ ସ୍ବୀକାର କରିଛନ୍ତି। ସେହିପରି ବାରାକଙ୍କ ସ୍ତ୍ରୀ ଏକ ପୋଡକାଷ୍ଟରେ କହିଥିଲେ ଯେ, ଏପରି ସମୟ ଥିଲା ଯେତେବେଳେ ମୁଁ ବାରାକଙ୍କୁ ଝରକା ବାହାରକୁ ଠେଲି ଦେବାକୁ ଚାହୁଁଥିଲି।

କହି ରଖୁଛୁ ଯେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ସ୍ତ୍ରୀ ମିଶେଲଙ୍କ ୧୯୮୯ରେ ଏକ ଆଇନ ଫାର୍ମରେ ସାକ୍ଷାତ କଇଥିଲେ। ଏହିଠାରୁ ଉଭୟ ଡେଟିଂ ଆରମ୍ଭ କରିଥିଲେ ଏବଂ ୧୯୯୨ରେ ବିବାହ କରିଥିଲେ। ବାରାକ ଏବଂ ମିଶେଲଙ୍କ ଦୁଇଟି ଝିଅ, ମାଲେଆ ଏବଂ ସାଶା ଓବାମା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri