ଅଲଗା ହେବେ ଓବାମା ଦମ୍ପତି! ଟ୍ରମ୍ପଙ୍କ ଶପଥ ପୂର୍ବରୁ ଆମେରିକାରେ ଝଡ

ଓ୍ବାଶିଂଟନ୍‌,୧୭।୧: ଆମେରିକାରୁ ଆସୁଛି ବଡ଼ ଖବର। ପୂର୍ବତନ ରାଷ୍ଟ୍ରପତିଙ୍କ ହୋଇପାରେ ଛାଡପତ୍ର! ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ସ୍ତ୍ରୀ ମିଶେଲ ଓବାମାଙ୍କ ମଧ୍ୟରେ ଛାଡପତ୍ର ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ, ଫଳରେ ଦୁହେଁ ଛାଡପତ୍ର ନେଉଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ବାରାକ ଏବଂ ମିଶେଲ ଓବାମାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ଯୋଗଦେବେ। ଯଦିଓ ମିଶେଲ ଓବାମା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହା କେବଳ ଗୋଟିଏ ଘଟଣା ନୁହେଁ ପୂର୍ବରୁ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଅନ୍ତିମ ସଂସ୍କାରରେ ବାରାକ ଓବାମାଙ୍କୁ ମଧ୍ୟ ଏକୁଟିଆ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ସାଧାରଣତଃ ପୂର୍ବତନ ରାଷ୍ଟ୍ରପତି ଏବଂ ତାଙ୍କ ସ୍ତ୍ରୀ ଯୋଗ ଦେଇଥାନ୍ତି। କିନ୍ତୁ ଏହି ସମାରୋହରେ ଓବାମାଙ୍କ ସହ ତାଙ୍କ ସ୍ତ୍ରୀ ନଜର ନ ଆସିବା ନେଇ କିଛି ଅଲଗା ସନ୍ଦେହ କରାଯାଉଛି।

ଏହି ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଛାଡପତ୍ର ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଏନେଇ ଓବାମା ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ। ପ୍ରକୃତ କଥା ହେଉଛି, ବାରାକ ଏବଂ ମିଶେଲ ଓବାମା ଉଭୟ ସେମାନଙ୍କ ସମ୍ପର୍କରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ତାଙ୍କ ସଂସ୍କରଣ “ଏ ପ୍ରମିଜ୍ଡ ଲ୍ୟାଣ୍ଡ”ରେ, ବାରାକ ତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ଦୁହିଁଙ୍କ ମଧ୍ୟରେ ହୋଇଥିବା ବିବାଦକୁ ସ୍ବୀକାର କରିଛନ୍ତି। ସେହିପରି ବାରାକଙ୍କ ସ୍ତ୍ରୀ ଏକ ପୋଡକାଷ୍ଟରେ କହିଥିଲେ ଯେ, ଏପରି ସମୟ ଥିଲା ଯେତେବେଳେ ମୁଁ ବାରାକଙ୍କୁ ଝରକା ବାହାରକୁ ଠେଲି ଦେବାକୁ ଚାହୁଁଥିଲି।

କହି ରଖୁଛୁ ଯେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ସ୍ତ୍ରୀ ମିଶେଲଙ୍କ ୧୯୮୯ରେ ଏକ ଆଇନ ଫାର୍ମରେ ସାକ୍ଷାତ କଇଥିଲେ। ଏହିଠାରୁ ଉଭୟ ଡେଟିଂ ଆରମ୍ଭ କରିଥିଲେ ଏବଂ ୧୯୯୨ରେ ବିବାହ କରିଥିଲେ। ବାରାକ ଏବଂ ମିଶେଲଙ୍କ ଦୁଇଟି ଝିଅ, ମାଲେଆ ଏବଂ ସାଶା ଓବାମା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?