Posted inଜାତୀୟ

ଅଲ୍‌-କାଏଦା ସହଯୋଗୀଙ୍କୁ ପାଣ୍ଠି ଯୋଗାଉଥିଲା ଓବାମା ପ୍ରଶାସନ

ଓ୍ବାଶିଂଟନ, ୫।୧: ବିଶ୍ୱକୁ ଆତଙ୍କବାଦ ମୁକ୍ତ କରିବା କଥା କହୁଥିବା ଆମେରିକା ପରୋକ୍ଷରେ ଉକ୍ତ ସଂଗଠନ ସହ ଜଡ଼ିତ ସଂସ୍ଥାକୁ ଆର୍ଥତ୍କ ସହାୟତା ଯୋଗାଉଥିବା ଏକ ତଦନ୍ତରୁ ଜଣାପଡ଼ିଛି। ବେଆଇନ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦାର ସହଯୋଗୀ ସଂସ୍ଥାକୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଶାସନ ପାଣ୍ଠି ଯୋଗାଉଥିଲା। ଆମେରିକା ସିନେଟ କମିଟି ନିକଟରେ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି। ସିନେଟ ଫାଇନାନ୍ସ କମିଟି ଅଧ୍ୟକ୍ଷ ଚୁକ୍‌ ଗ୍ରାସଲିଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ତଦନ୍ତ ଅନୁଯାୟୀ ଓବାମା ପ୍ରଶାସନ ଅଲ୍‌ କାଏଦାର ସହଯୋଗୀ ସଂଗଠନ ଇସ୍‌ଲାମିକ ରିଲିଫ୍‌ ଏଜେନ୍ସୀ (ଆଇଏସ୍‌ଆର୍‌ଏ) ପାଇଁ ଆମେରିକାର ଏକ ସାହାଯ୍ୟକାରୀ ସଂସ୍ଥା ଓ୍ବାଲର୍‌ଡ ଭିଜନ୍‌କୁ ୨ ଲକ୍ଷ ଡଲାର ମଞ୍ଜୁର କରିଥିଲା। ଘଟଣାକ୍ରମେ ଓ୍ବାଲର୍‌ଡ ଭିଜନ ଭାରତରେ କାମ କରିବା ସହ ଇଣ୍ଟରଆକ୍ସନର ଏକ ସଦସ୍ୟ ରହିଛି। ଆମେରିକାର ସରକାରୀ ସଂସ୍ଥାଗୁଡ଼ିକ କିପରି ପାକିସ୍ତାନ ଓ ମଧ୍ୟପ୍ରାଚ୍ୟର ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଇସ୍‌ଲାମୀୟ ଦାତବ୍ୟ ସଂସ୍ଥାଗୁଡ଼ିକୁ ଇଣ୍ଟରଆକ୍ସନ ଜରିଆରେ ପାଣ୍ଠି ଯୋଗାଉଥିଲେ ଗତବର୍ଷ ଏକ ଗଣମାଧ୍ୟମ ଏହାର ପର୍ଦ୍ଦାଫାସ୍‌ କରିଥିଲା। ହେଲ୍ପିଂ ହ୍ୟାଣ୍ଡ ଫର୍‌ ରିଲିଫ୍‌ ଆଣ୍ଡ ଡେଭେଲପ୍‌ମେଣ୍ଟ (ଏଚ୍‌ଏଚ୍‌ଆର୍‌ଡି) ସମେତ ଅଧିକାଂଶ ବିବାଦୀୟ ଇସ୍‌ଲାମୀୟ ଦାତବ୍ୟ ଅନୁଷ୍ଠାନ ସହ ଇଣ୍ଟରଆକ୍ସନର ଟୁଗେଦର ପ୍ରୋଜେକ୍ଟ ଜଡ଼ିତ। ଭାରତ ଓ କଶ୍ମୀରକୁ ଟାର୍ଗେଟ କରୁଥିବା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବାର ଦାତବ୍ୟ ଓ ରାଜନୈତିକ ଶାଖା ସହ ଏଚ୍‌ଏଚ୍‌ଆର୍‌ଡି କାର୍ଯ୍ୟ କରିଥାଏ। ମିଡିଲ୍‌ ଇଷ୍ଟ ଫୋରମ୍‌ର ସାମ ଓ୍ବେଷ୍ଟ୍ରାପ୍‌ ଏବଂ କ୍ଲିଫ୍‌ ସ୍ମିଥ୍‌ ୨୦୧୮ରେ ଏକାଧିକ ଲେଖା ମାଧ୍ୟମରେ ଏହି କାରବାରର ପର୍ଦ୍ଦାଫାସ୍‌ କରିବା ପରେ ଓ୍ବାଲର୍‌ଡ ଭିଜନ ଓ ଏହାର ଆଇଏସ୍‌ଆର୍‌ଏ ସହ ସମ୍ପର୍କ ଉପରେ ଆମେରିକା ସିନେଟ ୨୦୧୯ରେ ତଦନ୍ତ ଆରମ୍ଭ କରିଥିଲା।

ସୁଦାନର ସଂଘର୍ଷ ଅଞ୍ଚଳରେ ମାନବୀୟ ସେବା ପାଇଁ ୨୦୧୪ ଜାନୁୟାରୀରେ ୟୁନାଇଟେଡ୍‌ ଷ୍ଟେଟ୍ସ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭେଲପମେଣ୍ଟ (ୟୁଏସ୍‌ଏଆଇଡି) ଓ୍ବାଲ୍ଡ ଭିଜନକୁ ୭୨୩,୪୦୫ ଡଲାର ଯୋଗାଇଥିଲା। ଓ୍ବାଲର୍‌ଡ ଭିଜନ ଏହି ସେବା କାର୍ଯ୍ୟ କରିବାକୁ ଆଇଏସ୍‌ଆର୍‌ଏକୁ ଦାୟିତ୍ୱ ଦେଇଥିଲା। ଆତଙ୍କବାଦ ସହ ସମ୍ପୃକ୍ତି ଲାଗି ଆଇଏସ୍‌ଆର୍‌ଏ ବିରୋଧରେ ଆମେରିକ ସରକାର ୨୦୦୪ରୁ କଟକଣା ଲଗାଇଥିବାବେଳେ ଏ ସମ୍ପର୍କରେ ଜାଣି ନ ଥିବା ଓ୍ବାଲର୍‌ଡ ଭିଜନ କହିଥିଲା। ଓ୍ବାଲର୍‌ଡ ଭିଜନ ବେଆଇନ ଭାବେ ସରକାରୀ ପାଣ୍ଠି ଆଇଏସ୍‌ଆର୍‌ଏକୁ ଯୋଗାଇଥିବାରୁ ସିନେଟ କମିଟି ଏହାର ସମାଲୋଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ୟୁପି ରାଜ୍ୟସଭା ନିର୍ବାଚନ: ୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ଲକ୍ଷ୍ନୌ,୫।୧୦: ଉତ୍ତର ପ୍ରଦେଶ(ୟୁପି)ରେ ହେବାକୁ ଥିବା ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ୮ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାଜପା। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏହି…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ଅପିଲ୍, ମହିଳାମାନେ ବାଗେଶ୍ବର ଆଶ୍ରମକୁ ଏକୁଟିଆ…

ଭୋପାଳ,୫ା୧୦: ମଧ୍ୟପ୍ରଦେଶର ଛତରପୁର ଜିଲା ଗଢ଼ାସ୍ଥିତ ପ୍ରସିଦ୍ଧ ବାଗେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରିଛନ୍ତି ।…

ସିଜେପି (CJP) ର ଆଶୁତୋଷ ରଙ୍କା କହିଲେ,‘ରକ୍ତର ପ୍ରତ୍ୟେକ ବୁନ୍ଦା…’, ହେଲେ ସେ କାହାକୁ ଦେଲେ ଏମିତି ଚ୍ୟାଲେଞ୍ଜ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ କରୁଛି। SIR ବିବାଦକୁ ନେଇ ସେମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?