ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଆଶା

ବାରିପଦା ଅଫିସ,୧୭ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବାଘ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା ପ୍ରକଟ କରାଯାଇଛି। ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ବାଘ ସଂଖ୍ୟା ହ୍ରାସ ପାଇଥିବା ବେଳେ ଚଳିତ ବର୍ଷ ୫ମ ଚକ୍ର ବାଘ ଗଣନାକୁ ଭିତ୍ତିକରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡେପୁଟି ଡାଇରେକ୍ଟର(ଦକ୍ଷିଣ) ସମ୍ରାଟ ଗୌଡ଼ା ବାଘ ବଂଶ ବୃଦ୍ଧି ଘଟିଥିବା ଆଶାବ୍ୟକ୍ତ କରିଛନ୍ତି।
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଦ୍ୱାରା ୨୦୨୨ ଜୁଲାଇ ୨୯ ଗ୍ଲୋବାଲ ଟାଇଗର ଦିବସରେ ଗଣନାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶ ପାଇବ। ବାଘଙ୍କ ଖାଦ୍ୟ ଶୃଙ୍ଖଳକୁ ନେଇ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତୃଣଭୋଜି ପ୍ରାଣୀଙ୍କ ପାଇଁ ଆବଶ୍ୟକ ଚାରଣଭୂଇଁରେ ଘାସ ଲଗାଇବା, ପିଇବା ପାଣିର ବ୍ୟବସ୍ଥା କରିବା, ଅବାଧ ଶିକାର ରୋକିବା, କୋର୍‌ ଏବଂ ବଫର ଅଞ୍ଚଳରେ ଥିବା ଲୋକଙ୍କୁ ଥଇଥାନ କରାଯାଉଛି।
ଶିମିଳିପାଳରେ କଳା ବାଘ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କୁଲଡ଼ିହା ଜଙ୍ଗଲକୁ ଶିମିଳିପାଳ ବାଘ ଯାଇଥିବା ଅନୁମାନ କରାଯାଇଛି। ସର୍ବଭାରତୀୟ ବ୍ୟାଘ୍ର ଗଣନା କାର୍ଯ୍ୟକ୍ରମ ୨୦୦୬ରୁ ଆରମ୍ଭ ହୋଇଥିବା ବେଳେ ଏହା ପ୍ରତି ୪ବର୍ଷକୁ ଚକ୍ର ହିସାବରେ ନିଆଯାଇ ୨୦୨୨ ଜାନୁୟାରୀରେ ୫ମ ଚକ୍ର ବାଘ ଗଣନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୦ରୁ ଅଧିକ ଶ୍ରମିକଙ୍କୁ ଅଟକ ରଖିଲା ପୋଲିସ

ବାରିପଦା ଅଫିସ, ୩୦ା୪- ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଥିବା ଶ୍ରମିକମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ...

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ଆଜି ଅର୍ଥାତ୍‌ ଶୁକ୍ରବାର ହେଉଛି ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ। ଏଥିପାଇଁ ମୟୂରଭଞ୍ଜର ଦାଣ୍ଡବୋଷ ଗାଁ ଚଳଚଞ୍ଚଳ ହୋଇଉଠିଛି।...

ବାଲିଡିପୋ ବିବାଦରୁ ଯୁବକଙ୍କୁ ହତ୍ୟା ଘଟଣା: ୩ ଗିରଫ

ରାସଗୋବିନ୍ଦପୁର,୧୧ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀଠାରେ ବାଲିଡିପୋ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଚଳାଇ...

ଅନୈତିକ ସମ୍ପର୍କ: ଯୁବକଙ୍କୁ ପିଟିପିଟି ମାରିଦେଲେ ବାପ-ପୁଅ

ମୋରଡା,୨୫।୪(ଡି.ଏନ୍‌.ଏ.): ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ମାରିଦେବା ଚର୍ଚ୍ଚାର ବିଷୟ ହୋଇଛି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ମୋରଡ଼ା...

ଆନ୍ଦୋଳନ ପାଇଁ ଭଞ୍ଜସେନାର ଚେତାବନୀ

ବାରିପଦା ଅଫିସ,୩ା୧- ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନସ୍ଥଳ ଭରପୁର ଥିଲେ ମଧ୍ୟ ଏହାର ଉନ୍ନତି କିମ୍ବା ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ପଦକ୍ଷେପ...

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ସାରସକଣା,୨୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଜୋକା ପଞ୍ଚାାୟତ ଛକଠାରୁ ପ୍ରାୟ ୩୦୦ ମିଟର ଦୂର ଏକ ସ୍ବୟଂ ସହାୟକ ଗୋଷ୍ଠୀ ଘର ପଛପଟ ପଡ଼ିଆରୁ...

ଅଭିଭାବକଙ୍କୁ ମରଣାନ୍ତକ ଆକ୍ରମଣ: ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ବିଦ୍ୟାଳୟ ଆଗରେ ଧାରଣା

କପ୍ତିପଦା,୧ା୮(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ନୂଆସାହି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ଦିଅର ଜଣେ ଛାତ୍ରଙ୍କ ଅଭିଭାବକଙ୍କୁ ଦୁର୍ବ୍ୟବହାର ଓ...

ଏଟିଏମ୍‌ରେ ଜାଲ ନୋଟ ଭର୍ତ୍ତି ଅଭିଯୋଗରେ ଜଣେ ଗିରଫ

ବଡ଼ସାହି,୧୯ା୩(ସ୍ବ.ପ୍ର)- ବ୍ୟାଙ୍କ ଏଟିଏମ୍‌ରେ ଜାଲ ନୋଟ ଭର୍ତ୍ତି କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପୋଲିସ ବୁଧବାର ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ...

Advertisement
Archives

Model This Week