ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ୧୭୫୦କୁ ବୃଦ୍ଧି ହେବ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାର ଦୃଢ଼ ଅଭିବୃଦ୍ଧି ଲକ୍ଷ୍ୟ ରଖି ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ ଓ ବଲାଙ୍ଗୀର, ୨୦୧୮-୧୯ରେ ବାରିପଦା ଓ ବାଲେଶ୍ୱର ଏବଂ ୨୦୨୧-୨୨ରେ ପୁରୀରେ ଗୋଟିଏ ଲେଖାଏ ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି। ସେହିପରି ୨୦୨୨-୨୩ରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଗୋଟିଏ ଲେଖାଏ ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି)ର ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ଓ ନିର୍ଦ୍ଧାରିତ ସଂଖ୍ୟକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି କରିସାରିଛନ୍ତି ରାଜ୍ୟ ସରକାର। ସେହିପରି ୨୦୨୩-୨୪ରେ ଭବାନୀପାଟଣା, ୨୦୨୪-୨୫ରେ ଯାଜପୁର ଓ ଫୁଲବାଣୀରେ ଗୋଟିଏ ଲେଖାଏ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ମେଡିକାଲ କଲେଜଗୁଡ଼ିକରେ ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ୧,୨୫୦ରୁ ୧,୭୫୦କୁ ବୃଦ୍ଧି ହେବାକୁ ଯାଉଛି। ଏହା ସ୍ବାସ୍ଥ୍ୟସେବା ଓ ଡାକ୍ତରୀ ଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍‌ ସହାୟକ ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ସରକାର କେନ୍ଦୁଝର ଓ ସୁନ୍ଦରଗଡ଼ରେ ଦୁଇଟି ୧୦୦ ଏମ୍‌ବିବିଏସ୍‌ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜ ଖୋଲିବା ପାଇଁ ଏନ୍‌ଏମ୍‌ସିକୁ ଆବେଦନ କରିଛନ୍ତି। ଏନ୍‌ଏମ୍‌ସି ମାନଦଣ୍ଡ ଅନୁଯାୟୀ ପ୍ରଥମ ବର୍ଷରୁ ପ୍ରତ୍ୟେକରେ ୬ ପ୍ରାଧ୍ୟାପକ, ୨୦ ସହଯୋଗୀ ପ୍ରାଧ୍ୟାପକ ଓ ୨୪ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ଦେବାର ଆବଶ୍ୟକତା ରହିଥିବାରୁ ସରକାର କଟକ ଏସ୍‌ସିବି ଓ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ(ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ)ରୁ ଏହି ଦୁଇ ନୂତନ ମେଡିକାଲ କଲେଜକୁ କେତେଜଣ ସହଯୋଗୀ ପ୍ରାଧ୍ୟାପକଙ୍କୁ ବଦଳି କରିଛନ୍ତି। ଅପରପକ୍ଷେ ରାଜ୍ୟ ସରକାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ଏକ ଅଗ୍ରଜ ମହାବିଦ୍ୟାଳୟ ଭାବେ ପ୍ରାଧାନ୍ୟ ଦେଇ ଆସୁଥିବାରୁ ଖାଲି ହେଉଥିବା ପଦବୀ ପୂରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଗତ ୧୭ ଓ ୧୯ ତାରିଖରେ ଏଠାରେ ୧୧ ଜଣ ସହକାରୀ ପ୍ରାଧ୍ୟାପକ, ୧୬ଜଣ ଟିଉଟର ଓ ୪ ଜଣ ସିନିୟର ରେସିଡେଣ୍ଟ ଏବଂ ୨୬ ତାରିଖରେ ୭ ଜଣ ସହଯୋଗୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ଏହାବାଦ୍‌ ୩୫ଜଣ ସିନିଅର ରେସିଡେଣ୍ଟଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇସାରିଛି ଓ ସପ୍ତାହକ ମଧ୍ୟରେ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ୩୫ ବିଭାଗରେ ମୋଟ ପ୍ରାଧ୍ୟାପକ ପଦବୀ ସଂଖ୍ୟା ୩୯ ଥିବାବେଳେ ଏଥିମଧ୍ୟରୁ ୪ ପଦବୀ ଖାଲି ରହିଛି। ୮୧ ସହଯୋଗୀ ପ୍ରାଧ୍ୟାପକ ପଦବୀରୁ ୩୦ ପଦବୀ ଖାଲି ରହିଥିବାବେଳେ ୧୬୩ ସହକାରୀ ପ୍ରାଧ୍ୟାପକ ପଦବୀରୁ ୧୧ ପଦବୀ ଖାଲି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri