ଆର୍‌କେଭିୱାଇ ଲକ୍ଷ୍ୟଭ୍ରଷ୍ଟ

ଯାଜପୁର ଅଫିସ,୩୦ା୫: କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୦୭ ମେ ୨୯ରେ ଜାତୀୟ ବିକାଶ ପରିଷଦ(ଏନ୍‌ଡିସି) ବୈଠକରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିୱାଇ) ପ୍ରଣିତ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ ଫସଲର ଅମଳ ହ୍ରାସ ଦୂର କରିବା ସହ କୃଷକମାନଙ୍କୁ ସର୍ବାଧିକ ଲାଭ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ। ହେଲେ ଓଡ଼ିଶାରେ ଏହି ଯୋଜନା ଲକ୍ଷ୍ୟଭ୍ରଷ୍ଟ ହୋଇଛି। ଏହି ଯୋଜନାରେ ୨୦୨୦-୨୧ ବର୍ଷରେ ୩୫୪୯.୫୦ ଲକ୍ଷ ଟଙ୍କାର ୭ଟି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସଂଶୟ ସୃଷ୍ଟି ହୋଇଛି। ଉକତ୍ର୍ଷ ଚାରା ସାମଗ୍ରୀ ଅଭାବ, ଏସ୍‌ଏନ୍‌ଏ(ସିଙ୍ଗଲ ନୋଡାଲ ଆକାଉଣ୍ଟ)ର କାର୍ଯ୍ୟ ସମ୍ପାଦନ ଏବଂ ପିଏଫ୍‌ଏମ୍‌ଏସ୍‌(ପ୍ରୋଜେକ୍ଟ ଫାଇନାନ୍ସ ମନିଟରିଂ ସିଷ୍ଟମ) ଜନିତ ସମସ୍ୟା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଏହି କାରଣରୁ ପ୍ରକଳ୍ପଗୁଡ଼ିକର ଶେଷ କରିବାର ଅବଧିକୁ ଆସନ୍ତା ସେପ୍ଟେମ୍ବର ଓ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି।
ରାଜ୍ୟରେ ଉପତ୍ାଦିତ ପନିପରିବା ପରିମାଣ ଅନୁସାରେ ଆବଶ୍ୟକ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀମାନେ ବିଭିନ୍ନ ସମୟରେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକେ ବଜାରରେ ୭୦/୮୦ ଟଙ୍କାରେ ଟମାଟୋ କିଣୁଛନ୍ତି। ସମବାୟ ବିଭାଗ ଅଧୀନରେ ରାଜ୍ୟରେ ସମୁଦାୟ ୧୮ଗୋଟି ସମବାୟ ଶୀତଳଭଣ୍ଡାର ରହିଛି। ସେଥିରୁ ମାତ୍ର ୪ଟି କାର୍ଯ୍ୟକ୍ଷମ। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୨୧ଗୋଟି ଶୀତଳଭଣ୍ଡାର ବେସରକାରୀ ସ୍ତରରେ ନିର୍ମାଣ କରାଯାଇଛି। ଏଥିରୁ ଉଦ୍ୟାନ କୃଷି ଉପରେ ସରକାରଙ୍କ ଆନ୍ତରିକତା କେତେ ତାହା ଜଳଜଳ ହୋଇ ଦିଶୁଛି। ଏହିକ୍ରମରେ ଆର୍‌କେଭିୱାଇ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ଅନୁମେୟ। ଉଦ୍ୟାନ ବିଭାଗ ପକ୍ଷରୁ ଏହି ଯୋଜନାରେ କିଚେନ ଗାର୍ଡେନ ପାଇଁ ୬୫୮ ଲକ୍ଷ ଟଙ୍କାର ପନିପରିବା ମିନି କିଟ୍ସ ଯୋଗାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୧୪.୮୧ ଲକ୍ଷ ଟଙ୍କା ପ୍ରଦାନ ହୋଇଥିବାବେଳେ ସେଥିରୁ ମାତ୍ର ୯୪ ହଜାର ୫୪୯ ଟଙ୍କା ଖର୍ଚ୍ଚ ହୋଇଛି। ଘରର ପଛପଟେ ଫଳବଗିଚା କରିବାକୁ ୨୫୯ ଲକ୍ଷ ଟଙ୍କାର ଯୋଜନା ହୋଇଥିଲା। ହେଲେ ସେଥିରୁ ମାତ୍ର ୪୩.୦୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ୯.୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ଘର ପଛପଟେ ଆମ୍ବ ବନୀକରଣ କରିବାକୁ ୧୭୫ ଲକ୍ଷ ଟଙ୍କାର ଅଟକଳ ହୋଇଥିବାବେଳେ ୮୦.୧ ଲକ୍ଷ ଟଙ୍କା ପ୍ରଦାନ ଏବଂ ୬୧.୯୧ ଲକ୍ଷ ଖର୍ଚ୍ଚ ହୋଇଛି। ରାଜ୍ୟର ୪୦ଟି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଅଧିକ ମୂଲ୍ୟର ପନିପରିବା ଚାଷ ପାଇଁ ସ୍ବତନ୍ତ୍ର ସହାୟତା ସ୍ବରୂପ ୧୫୨୧ ଲକ୍ଷ ଟଙ୍କାର ଯୋଜନା ହୋଇଥିଲା। ସେଥିରୁ ୫୫୧.୭୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲାବେଳେ ମାତ୍ର ୭୭.୮୧ ଲକ୍ଷ ଟଙ୍କା ଖର୍ଚ୍ଚହୋଇଛି। ଫୁଲ ଚାଷ ପାଇଁ ୧୮୧.୮୦ ଲକ୍ଷ ଟଙ୍କା ଅଟକଳ ହୋଇଥିବାବେଳେ ସେଥିରୁ ୨୦.୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଓ ୧୬.୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୧୦ ହଜାର ବ୍ୟକ୍ତିଗତ ଲୋକଙ୍କ ପାଇଁ ଛତୁ ଚାଷ କରିବାକୁ ୬୦୬ ଲକ୍ଷ ଟଙ୍କାର ଅଟକଳ ହୋଇଥିଲା। ସେଥିରୁ ମାତ୍ର ୬୩.୭୫ ଲକ୍ଷ ପ୍ରଦାନ କରାଯାଇଥିବାବେଳେ ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟର ଆଦିବାସୀ ଅଞ୍ଚଳରେ ବିନା ମାଟି ନର୍ସରି ପ୍ରସ୍ତୁତ କରିବାକୁ ୧୪୮.୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ସେଥିରୁ ମାତ୍ର ୧୧୮.୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ଆର୍‌କେଭିୱାଇର ସଫଳତା ଆଶା କରିବା ବୃଥା ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ ରାଜ୍ୟରେ ଥିବା ବିଭିନ୍ନ ଉଦ୍ୟାନ କେନ୍ଦ୍ରର ବିକାଶ ଓ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଆଖିବୁଜି ଦେଇଛନ୍ତି। ଏହାର ସାମର୍ଥ୍ୟ ବୃଦ୍ଧି ହେଉ ନ ଥିବାରୁ ରାଜସ୍ବ ଆଦାୟ ନୈରାଶ୍ୟଜନକ ହେବା ସହିତ କୃଷିଜୀବୀମାନେ ଉପକୃତ ହୋଇ ପାରୁନାହାନ୍ତି। ଏଠାରେ ଯାଜପୁର ଜିଲାର ମହାବିନାୟକ ଫଳ ଉଦ୍ୟାନ, ଧର୍ମଶାଳା ନର୍ସରୀ ଏବଂ ସୁକିନ୍ଦା ବିହନ ଫାର୍ମକୁ ଉଦାହରଣ ଭାବେ ନିଆଯାଇପାରେ। ନିକଟରେ ସୁକିନ୍ଦା ବିହନ ଫାର୍ମର ୩୫୭ ଏକର ଜମିରେ ପିଜୁଳି ବଗିଚା ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରାୟ ୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ହେଲେ ବିନା ପରିବେଶ ମଞ୍ଜୁରୀରେ ଜଙ୍ଗଲ ଜମିରେ ଏହି ପ୍ରକଳ୍ପକୁ ଏନ୍‌ଜିଟି ରୋକ ଲଗାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ୧ କୋଟି ଟଙ୍କାର ଜରିମାନା ଆଦାୟ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛି। ଏଭଳି ଭାବେ ପ୍ରଶାସନର ଅଦୂରଦର୍ଶିତା ଏବଂ ଖାମଖିଆଲି ମନୋଭାବ ଯୋଗୁ ଉଦ୍ୟାନ କୃଷିର ବିକାଶ ଅଧାରେ ଲାଖିଛି ବୋଲି ମତପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri