ଆର୍‌କେଭିୱାଇ ଲକ୍ଷ୍ୟଭ୍ରଷ୍ଟ

ଯାଜପୁର ଅଫିସ,୩୦ା୫: କୃଷକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୦୭ ମେ ୨୯ରେ ଜାତୀୟ ବିକାଶ ପରିଷଦ(ଏନ୍‌ଡିସି) ବୈଠକରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିୱାଇ) ପ୍ରଣିତ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ ଫସଲର ଅମଳ ହ୍ରାସ ଦୂର କରିବା ସହ କୃଷକମାନଙ୍କୁ ସର୍ବାଧିକ ଲାଭ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ। ହେଲେ ଓଡ଼ିଶାରେ ଏହି ଯୋଜନା ଲକ୍ଷ୍ୟଭ୍ରଷ୍ଟ ହୋଇଛି। ଏହି ଯୋଜନାରେ ୨୦୨୦-୨୧ ବର୍ଷରେ ୩୫୪୯.୫୦ ଲକ୍ଷ ଟଙ୍କାର ୭ଟି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସଂଶୟ ସୃଷ୍ଟି ହୋଇଛି। ଉକତ୍ର୍ଷ ଚାରା ସାମଗ୍ରୀ ଅଭାବ, ଏସ୍‌ଏନ୍‌ଏ(ସିଙ୍ଗଲ ନୋଡାଲ ଆକାଉଣ୍ଟ)ର କାର୍ଯ୍ୟ ସମ୍ପାଦନ ଏବଂ ପିଏଫ୍‌ଏମ୍‌ଏସ୍‌(ପ୍ରୋଜେକ୍ଟ ଫାଇନାନ୍ସ ମନିଟରିଂ ସିଷ୍ଟମ) ଜନିତ ସମସ୍ୟା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଏହି କାରଣରୁ ପ୍ରକଳ୍ପଗୁଡ଼ିକର ଶେଷ କରିବାର ଅବଧିକୁ ଆସନ୍ତା ସେପ୍ଟେମ୍ବର ଓ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି।
ରାଜ୍ୟରେ ଉପତ୍ାଦିତ ପନିପରିବା ପରିମାଣ ଅନୁସାରେ ଆବଶ୍ୟକ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀମାନେ ବିଭିନ୍ନ ସମୟରେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକେ ବଜାରରେ ୭୦/୮୦ ଟଙ୍କାରେ ଟମାଟୋ କିଣୁଛନ୍ତି। ସମବାୟ ବିଭାଗ ଅଧୀନରେ ରାଜ୍ୟରେ ସମୁଦାୟ ୧୮ଗୋଟି ସମବାୟ ଶୀତଳଭଣ୍ଡାର ରହିଛି। ସେଥିରୁ ମାତ୍ର ୪ଟି କାର୍ଯ୍ୟକ୍ଷମ। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୨୧ଗୋଟି ଶୀତଳଭଣ୍ଡାର ବେସରକାରୀ ସ୍ତରରେ ନିର୍ମାଣ କରାଯାଇଛି। ଏଥିରୁ ଉଦ୍ୟାନ କୃଷି ଉପରେ ସରକାରଙ୍କ ଆନ୍ତରିକତା କେତେ ତାହା ଜଳଜଳ ହୋଇ ଦିଶୁଛି। ଏହିକ୍ରମରେ ଆର୍‌କେଭିୱାଇ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ଅନୁମେୟ। ଉଦ୍ୟାନ ବିଭାଗ ପକ୍ଷରୁ ଏହି ଯୋଜନାରେ କିଚେନ ଗାର୍ଡେନ ପାଇଁ ୬୫୮ ଲକ୍ଷ ଟଙ୍କାର ପନିପରିବା ମିନି କିଟ୍ସ ଯୋଗାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୧୪.୮୧ ଲକ୍ଷ ଟଙ୍କା ପ୍ରଦାନ ହୋଇଥିବାବେଳେ ସେଥିରୁ ମାତ୍ର ୯୪ ହଜାର ୫୪୯ ଟଙ୍କା ଖର୍ଚ୍ଚ ହୋଇଛି। ଘରର ପଛପଟେ ଫଳବଗିଚା କରିବାକୁ ୨୫୯ ଲକ୍ଷ ଟଙ୍କାର ଯୋଜନା ହୋଇଥିଲା। ହେଲେ ସେଥିରୁ ମାତ୍ର ୪୩.୦୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ୯.୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ଘର ପଛପଟେ ଆମ୍ବ ବନୀକରଣ କରିବାକୁ ୧୭୫ ଲକ୍ଷ ଟଙ୍କାର ଅଟକଳ ହୋଇଥିବାବେଳେ ୮୦.୧ ଲକ୍ଷ ଟଙ୍କା ପ୍ରଦାନ ଏବଂ ୬୧.୯୧ ଲକ୍ଷ ଖର୍ଚ୍ଚ ହୋଇଛି। ରାଜ୍ୟର ୪୦ଟି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଅଧିକ ମୂଲ୍ୟର ପନିପରିବା ଚାଷ ପାଇଁ ସ୍ବତନ୍ତ୍ର ସହାୟତା ସ୍ବରୂପ ୧୫୨୧ ଲକ୍ଷ ଟଙ୍କାର ଯୋଜନା ହୋଇଥିଲା। ସେଥିରୁ ୫୫୧.୭୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲାବେଳେ ମାତ୍ର ୭୭.୮୧ ଲକ୍ଷ ଟଙ୍କା ଖର୍ଚ୍ଚହୋଇଛି। ଫୁଲ ଚାଷ ପାଇଁ ୧୮୧.୮୦ ଲକ୍ଷ ଟଙ୍କା ଅଟକଳ ହୋଇଥିବାବେଳେ ସେଥିରୁ ୨୦.୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଓ ୧୬.୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୧୦ ହଜାର ବ୍ୟକ୍ତିଗତ ଲୋକଙ୍କ ପାଇଁ ଛତୁ ଚାଷ କରିବାକୁ ୬୦୬ ଲକ୍ଷ ଟଙ୍କାର ଅଟକଳ ହୋଇଥିଲା। ସେଥିରୁ ମାତ୍ର ୬୩.୭୫ ଲକ୍ଷ ପ୍ରଦାନ କରାଯାଇଥିବାବେଳେ ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ରାଜ୍ୟର ଆଦିବାସୀ ଅଞ୍ଚଳରେ ବିନା ମାଟି ନର୍ସରି ପ୍ରସ୍ତୁତ କରିବାକୁ ୧୪୮.୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ସେଥିରୁ ମାତ୍ର ୧୧୮.୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ଆର୍‌କେଭିୱାଇର ସଫଳତା ଆଶା କରିବା ବୃଥା ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ ରାଜ୍ୟରେ ଥିବା ବିଭିନ୍ନ ଉଦ୍ୟାନ କେନ୍ଦ୍ରର ବିକାଶ ଓ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଆଖିବୁଜି ଦେଇଛନ୍ତି। ଏହାର ସାମର୍ଥ୍ୟ ବୃଦ୍ଧି ହେଉ ନ ଥିବାରୁ ରାଜସ୍ବ ଆଦାୟ ନୈରାଶ୍ୟଜନକ ହେବା ସହିତ କୃଷିଜୀବୀମାନେ ଉପକୃତ ହୋଇ ପାରୁନାହାନ୍ତି। ଏଠାରେ ଯାଜପୁର ଜିଲାର ମହାବିନାୟକ ଫଳ ଉଦ୍ୟାନ, ଧର୍ମଶାଳା ନର୍ସରୀ ଏବଂ ସୁକିନ୍ଦା ବିହନ ଫାର୍ମକୁ ଉଦାହରଣ ଭାବେ ନିଆଯାଇପାରେ। ନିକଟରେ ସୁକିନ୍ଦା ବିହନ ଫାର୍ମର ୩୫୭ ଏକର ଜମିରେ ପିଜୁଳି ବଗିଚା ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ପ୍ରାୟ ୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ହେଲେ ବିନା ପରିବେଶ ମଞ୍ଜୁରୀରେ ଜଙ୍ଗଲ ଜମିରେ ଏହି ପ୍ରକଳ୍ପକୁ ଏନ୍‌ଜିଟି ରୋକ ଲଗାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ୧ କୋଟି ଟଙ୍କାର ଜରିମାନା ଆଦାୟ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛି। ଏଭଳି ଭାବେ ପ୍ରଶାସନର ଅଦୂରଦର୍ଶିତା ଏବଂ ଖାମଖିଆଲି ମନୋଭାବ ଯୋଗୁ ଉଦ୍ୟାନ କୃଷିର ବିକାଶ ଅଧାରେ ଲାଖିଛି ବୋଲି ମତପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?