ବଢୁଛି ଡ୍ରପ୍‌ ଆଉଟ୍‌ ପିଲା ସଂଖ୍ୟା

ଯାଜପୁର,୨୮ା୭(ହର୍ଷବର୍ଦ୍ଧନ ବେହେରା): ଶିକ୍ଷାକ୍ଷେତ୍ରରେ ବିକାଶଶୀଳ ଜିଲା ଭାବେ ପରିଚିତ ଯାଜପୁରରେ ଅଧାରୁ ପାଠ ଛାଡିବା(ଡ୍ରପ୍‌ ଆଉଟ) ଏବଂ ଆଦୌ ସ୍କୁଲ ବାରଣ୍ଡା ମାଡି ନ ଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇ ପାରୁନାହିଁ। ଜିଲାରେ ୨୦୧୮-୧୯ ଶିକ୍ଷା ବର୍ଷରେ ଅନୁସୂଚିତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି) ଶ୍ରେଣୀର ସମୁଦାୟ ୩୨୬୨ ଜଣ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡିଥିବା ରିପୋର୍ଟ ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ଜଣାପଡିଥିଲା। ତେବେ ଏହାର ୫ ବର୍ଷ ପରେ ବି ଡ୍ରପ୍‌ ଆଉଟ ଛାତ୍ରୀଛାତ୍ର ଚିହ୍ନଟ ହେବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ମର୍ମରେ ଧରିତ୍ରୀରେ ଗତ ୧୧ ତାରିଖରେ ଡ୍ରପ୍‌ ଆଉଟ ପିଲାଙ୍କ ଥଇଥାନ ଚିନ୍ତା ଶୀର୍ଷକ ଏକ ଖବର ପ୍ରକାଶ ପାଇବା ପରେ ଯାଜପୁର ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କୁ ଦେଇଥିବା ପତ୍ରରେ ଜିଲା ଶିକ୍ଷାଧିକାରୀ ଦର୍ଶାଇଛନ୍ତି, ବାରମ୍ବାର ଏକାଧିକ ପତ୍ର ଓ ନିୟମିତ ଭାବେ ନିର୍ଦ୍ଦେଶ ଦିଆଯାଉଥିଲେ ବି ଡ୍ରପ୍‌ ଆଉଟ ପିଲାଙ୍କ ଚିହ୍ନଟ ହୋଇ ପାରୁନାହିଁ। ଏହାସହ ୧୦୦ ପ୍ରତିଶତ ଡ୍ରପ୍‌ ଆଉଟ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ହାସଲ ହୋଇ ପାରିନାହିଁ। ଯାହା ଫଳରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଉତ୍ତର ଦେବାରେ ସମସ୍ୟା ହେଉଛି। ତେଣୁ ଡ୍ରପ୍‌ ଆଉଟ ପିଲାଙ୍କୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନ ଯାଇ ୬ ବର୍ଷରୁ କମ୍‌ ପିଲାମାନେ ରେଳଲାଇନ କଡରେ ସମୟ ଅତିବାହିତ କରୁଥିବା ଦୃଶ୍ୟ ତଥାଭିଜ୍ଞ ମହଲରେ ଆଲୋଡନା ସୃଷ୍ଟି କରିଛି।
ଜିଲାର ଶିଳ୍ପ ସମୃଦ୍ଧ କଳିଙ୍ଗନଗର ତଥା ଦାନଗଦି ବ୍ଲକ ଅଞ୍ଚଳରେ ସାମାଜିକ କର୍ମୀ ମଣ୍ଟୁ ଦାସ ଓ ତାଙ୍କ ସାଥି ବେସରକାରୀ ଭାବେ ୬୫୪ ଜଣ ଛାତ୍ରୀଛାତ୍ର ଡ୍ରପ୍‌ ଆଉଟ ହୋଇଥିବା ଚିହ୍ନଟ କରିଥିଲେ। ଉକ୍ତ ତଥ୍ୟକୁ ଆଧାର କରି ସେ ହାଇକୋର୍ଟରେ ୧୭୨୯/୨୦୨୩ ନମ୍ବରରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲା ଉପରେ ହାଇକୋର୍ଟଙ୍କ ପକ୍ଷରୁ ଗତ ୨୪ା୧ା୨୦୨୩ରେ ଶୁଣାଣୀ କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଉକ୍ତ ଅଭିଯୋଗ ଉପରେ ତଦନ୍ତ କରିବା ସହ ଉପଯୁକ୍ତ ଭାବେ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶର ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଡ୍ରପ୍‌ ଆଉଟ ପିଲାମାନେ ବାଧ୍ୟ ହୋଇ ବାହାରକୁ ଦାଦନ ଖଟି ଯାଉଥିବା ଅଭିଯୋଗ ହେଉଛିି। ଶିଳ୍ପ ବହୁଳ ଜିଲାରେ ମଧ୍ୟ ଏଭଳି ପରିସ୍ଥିତି ସଂଗୀନ ରହିଛି । ପିଲାମାନଙ୍କୁ ସ୍କୁଲକୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ଏହାସହ ୬ ବର୍ଷରୁ କମ ପିଲାମାନଙ୍କ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା ଯାଇଛି। ଏହି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ମଧ୍ୟ ସରକାର ଅନେକ ସୁବିଧା ଯୋଗାଇ ଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନ ଥିବାରୁ ସ୍କୁଲ ସମୟରେ ପିଲାମାନେ ବିପଦସଙ୍କୁଳ ସ୍ଥାନରେ ଖେଳୁଥିବା ଦେଖିବାକୁ ମିଳିଛି। ଅଭାବ ଅନାଟନ ଯୋଗୁ ଅତି ବେଶୀରେ ୪ର୍ଥ, ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଯାଇ ସେମାନେ ଅଧାରୁ ପାଠ ଛାଡୁଛନ୍ତି ା ବୟସ ଅନୁସାରେ ସେମାନଙ୍କ ନାମ ବିଭିନ୍ନ ଶ୍ରେଣୀରେ ଲେଖା ଯାଉଛି ସତ ହେଲେ ସେହି ବାଳିକାବାଳକମାନେ ଘର କାମ କିମ୍ବା ଶିଶୁ ଶ୍ରମିକ ଭାବେ ନିୟୋଜିତ ରହୁଛନ୍ତି ା ପିଲାମାନଙ୍କୁ ସ୍କୁଲକୁ ଆକୃଷ୍ଟ କରିବାକୁ ସରକାରଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ୟ କାମରେ ଲାଗୁନି ା ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ବିପଦ ସଙ୍କୁଳ ଏବଂ ଦୟନୀୟ ଅବସ୍ଥାରେ ଛୋଟ ପିଲାମାନେ ରେଳଲାଇନ କଡରେ ସମୟ ଅତିବାହିତ କରୁଛନ୍ତି, ଯାହାକି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେତେ ଦୂର ସଫଳ ହେଉଛି ତାହା ଏପରି ସ୍ଥିତିରେ ଜଳଜଳ ହୋଇ ଦିଶୁଛି। ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ସ୍କିମ୍‌) ଶଶୀଧର ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ବିଇଓ ଏବଂ ପ୍ରଧାନ ଶିକ୍ଷକମାନଙ୍କୁ ଡ୍ରପ୍‌ ଆଉଟ ପିଲାଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ଶତ ପ୍ରତିଶତ ଡ୍ରପ୍‌ ଆଉଟ ସଂଖ୍ୟା ହ୍ରାସ କରିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri