ବଢୁଛି ଡ୍ରପ୍‌ ଆଉଟ୍‌ ପିଲା ସଂଖ୍ୟା

ଯାଜପୁର,୨୮ା୭(ହର୍ଷବର୍ଦ୍ଧନ ବେହେରା): ଶିକ୍ଷାକ୍ଷେତ୍ରରେ ବିକାଶଶୀଳ ଜିଲା ଭାବେ ପରିଚିତ ଯାଜପୁରରେ ଅଧାରୁ ପାଠ ଛାଡିବା(ଡ୍ରପ୍‌ ଆଉଟ) ଏବଂ ଆଦୌ ସ୍କୁଲ ବାରଣ୍ଡା ମାଡି ନ ଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇ ପାରୁନାହିଁ। ଜିଲାରେ ୨୦୧୮-୧୯ ଶିକ୍ଷା ବର୍ଷରେ ଅନୁସୂଚିତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି) ଶ୍ରେଣୀର ସମୁଦାୟ ୩୨୬୨ ଜଣ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡିଥିବା ରିପୋର୍ଟ ଏକ ବିଧାନସଭା ପ୍ରଶ୍ନର ଉତ୍ତରରେ ଜଣାପଡିଥିଲା। ତେବେ ଏହାର ୫ ବର୍ଷ ପରେ ବି ଡ୍ରପ୍‌ ଆଉଟ ଛାତ୍ରୀଛାତ୍ର ଚିହ୍ନଟ ହେବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ମର୍ମରେ ଧରିତ୍ରୀରେ ଗତ ୧୧ ତାରିଖରେ ଡ୍ରପ୍‌ ଆଉଟ ପିଲାଙ୍କ ଥଇଥାନ ଚିନ୍ତା ଶୀର୍ଷକ ଏକ ଖବର ପ୍ରକାଶ ପାଇବା ପରେ ଯାଜପୁର ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କୁ ଦେଇଥିବା ପତ୍ରରେ ଜିଲା ଶିକ୍ଷାଧିକାରୀ ଦର୍ଶାଇଛନ୍ତି, ବାରମ୍ବାର ଏକାଧିକ ପତ୍ର ଓ ନିୟମିତ ଭାବେ ନିର୍ଦ୍ଦେଶ ଦିଆଯାଉଥିଲେ ବି ଡ୍ରପ୍‌ ଆଉଟ ପିଲାଙ୍କ ଚିହ୍ନଟ ହୋଇ ପାରୁନାହିଁ। ଏହାସହ ୧୦୦ ପ୍ରତିଶତ ଡ୍ରପ୍‌ ଆଉଟ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ହାସଲ ହୋଇ ପାରିନାହିଁ। ଯାହା ଫଳରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଉତ୍ତର ଦେବାରେ ସମସ୍ୟା ହେଉଛି। ତେଣୁ ଡ୍ରପ୍‌ ଆଉଟ ପିଲାଙ୍କୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ନ ଯାଇ ୬ ବର୍ଷରୁ କମ୍‌ ପିଲାମାନେ ରେଳଲାଇନ କଡରେ ସମୟ ଅତିବାହିତ କରୁଥିବା ଦୃଶ୍ୟ ତଥାଭିଜ୍ଞ ମହଲରେ ଆଲୋଡନା ସୃଷ୍ଟି କରିଛି।
ଜିଲାର ଶିଳ୍ପ ସମୃଦ୍ଧ କଳିଙ୍ଗନଗର ତଥା ଦାନଗଦି ବ୍ଲକ ଅଞ୍ଚଳରେ ସାମାଜିକ କର୍ମୀ ମଣ୍ଟୁ ଦାସ ଓ ତାଙ୍କ ସାଥି ବେସରକାରୀ ଭାବେ ୬୫୪ ଜଣ ଛାତ୍ରୀଛାତ୍ର ଡ୍ରପ୍‌ ଆଉଟ ହୋଇଥିବା ଚିହ୍ନଟ କରିଥିଲେ। ଉକ୍ତ ତଥ୍ୟକୁ ଆଧାର କରି ସେ ହାଇକୋର୍ଟରେ ୧୭୨୯/୨୦୨୩ ନମ୍ବରରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲା ଉପରେ ହାଇକୋର୍ଟଙ୍କ ପକ୍ଷରୁ ଗତ ୨୪ା୧ା୨୦୨୩ରେ ଶୁଣାଣୀ କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଉକ୍ତ ଅଭିଯୋଗ ଉପରେ ତଦନ୍ତ କରିବା ସହ ଉପଯୁକ୍ତ ଭାବେ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉକ୍ତ ନିର୍ଦ୍ଦେଶର ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଡ୍ରପ୍‌ ଆଉଟ ପିଲାମାନେ ବାଧ୍ୟ ହୋଇ ବାହାରକୁ ଦାଦନ ଖଟି ଯାଉଥିବା ଅଭିଯୋଗ ହେଉଛିି। ଶିଳ୍ପ ବହୁଳ ଜିଲାରେ ମଧ୍ୟ ଏଭଳି ପରିସ୍ଥିତି ସଂଗୀନ ରହିଛି । ପିଲାମାନଙ୍କୁ ସ୍କୁଲକୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ଏହାସହ ୬ ବର୍ଷରୁ କମ ପିଲାମାନଙ୍କ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା ଯାଇଛି। ଏହି ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକରେ ମଧ୍ୟ ସରକାର ଅନେକ ସୁବିଧା ଯୋଗାଇ ଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନ ଥିବାରୁ ସ୍କୁଲ ସମୟରେ ପିଲାମାନେ ବିପଦସଙ୍କୁଳ ସ୍ଥାନରେ ଖେଳୁଥିବା ଦେଖିବାକୁ ମିଳିଛି। ଅଭାବ ଅନାଟନ ଯୋଗୁ ଅତି ବେଶୀରେ ୪ର୍ଥ, ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଯାଇ ସେମାନେ ଅଧାରୁ ପାଠ ଛାଡୁଛନ୍ତି ା ବୟସ ଅନୁସାରେ ସେମାନଙ୍କ ନାମ ବିଭିନ୍ନ ଶ୍ରେଣୀରେ ଲେଖା ଯାଉଛି ସତ ହେଲେ ସେହି ବାଳିକାବାଳକମାନେ ଘର କାମ କିମ୍ବା ଶିଶୁ ଶ୍ରମିକ ଭାବେ ନିୟୋଜିତ ରହୁଛନ୍ତି ା ପିଲାମାନଙ୍କୁ ସ୍କୁଲକୁ ଆକୃଷ୍ଟ କରିବାକୁ ସରକାରଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ୟ କାମରେ ଲାଗୁନି ା ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ବିପଦ ସଙ୍କୁଳ ଏବଂ ଦୟନୀୟ ଅବସ୍ଥାରେ ଛୋଟ ପିଲାମାନେ ରେଳଲାଇନ କଡରେ ସମୟ ଅତିବାହିତ କରୁଛନ୍ତି, ଯାହାକି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କେତେ ଦୂର ସଫଳ ହେଉଛି ତାହା ଏପରି ସ୍ଥିତିରେ ଜଳଜଳ ହୋଇ ଦିଶୁଛି। ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ସ୍କିମ୍‌) ଶଶୀଧର ସିଂହଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ବିଇଓ ଏବଂ ପ୍ରଧାନ ଶିକ୍ଷକମାନଙ୍କୁ ଡ୍ରପ୍‌ ଆଉଟ ପିଲାଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ଶତ ପ୍ରତିଶତ ଡ୍ରପ୍‌ ଆଉଟ ସଂଖ୍ୟା ହ୍ରାସ କରିବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri