ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା, ଲୋକେ ଭୟଭୀତ

ଜଗତ୍‌ସିଂହପୁର ଅଫିସ, ୪ା୧୧:ଜଗତସିଂହପୁର ଜିଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢୁଛି। ଗତ ଜାନୁୟାରୀରୁ ଏପର୍ଯନ୍ତ ଏହି ସଂଖ୍ୟା ବଢି ୩୦୫ରେ ପହଞ୍ଚତ୍ଲାଣି । ଲୋକେ ସଚେତନ ନ ହେଲେ ପରିସ୍ଥିତି ବିଗିଡିବା ଆଶଙ୍କା ରହିଛି। ବିଶେଷକରି ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ଜରୁରୀ। କେବଳ ଲୋକେ ନୁହନ୍ତି ଜିଲା ସ୍ବାସ୍ଥ୍ୟ ବିଭାଗ, ସ୍ବେଚ୍ଛାସେବୀ ସଙ୍ଗଠନ, କ୍ଲବ ଓ ସରକାରୀ କଳ ଆଦି ଦାୟିତ୍ୱବାନ ନ ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ। ସରକାରୀ ଭାବେ ଦେଖିଲେ ୨୦୧୪ରୁ ଇତିମଧ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୨୦୧୪ ଓ ୨୦୧୬ରେ ୨ ଲେଖାଏଁ , ୨୦୧୮ରେ ୧ ଓ ୨୦୧୯ରେ ଜଣ ଲେଖାଏ ରୋଗୀଙ୍କ ମୃତ୍ୟୁ ଘଟିଛି । ଚଳିତବର୍ଷ ନିକଟସ୍ଥ ଚାନ୍ଦୁରା ଓ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡ଼ଙ୍ଗ ଫତେପୁର ଗ୍ରାମର ମୋଟ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏ ପରିସ୍ଥିତିରେ ମଶାରୀ ଉପରେ ଧ୍ୟାନ ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପଡିବ।
ଜିଲା ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ, ଜୋତ ସମେତ ଆଖପାଖ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ରଘୁନାଥପୁର ବ୍ଲକ ଏରଡ଼ଙ୍ଗା ଫତେପୁର ଗ୍ରାମରେ ସଂକ୍ରମଣ ବଢି ଚାଲିଛି। ଏହି ଗାଁର କେତେଜଣ ବ୍ୟକ୍ତି କହିଛନ୍ତି, ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗ୍ରାମର ରବି ରାଉତଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୦/୧୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଡେଙ୍ଗୁରେ ଆକ୍ରାନ୍ତ ଥିବା ବୈରାଗୀ ଚରଣ ପ୍ରଧାନଙ୍କୁ ଅବହେଳା କରାଯାଇଥିବା ତାଙ୍କ ଭାଇ ସୂଚନା ଦେଇଛନ୍ତି। ଜଗତ୍‌ସିଂହପୁର ସହରରୁ ଇତିମଧ୍ୟରେ ୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଅନେକ ଗାଁ ଛାଡି ବନ୍ଧୁବାନ୍ଧବ କିମ୍ବା ଅନ୍ୟ ବିକଳ୍ପ ସ୍ଥାନକୁ ଅସ୍ଥାୟୀ ଭାବେ ଚାଲି ଯାଉଥିବା ଜଣାଯାଇଛି । କିନ୍ତୁ ଜିଲା ସ୍ବାସ୍ଥ୍ୟ ବିଭାଗ ଡେଙ୍ଗୁ ନ ହେବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି। ଏଡିଏମ୍‌ଓ ପ୍ରମୋଦ କୁମାର ବାରିକ କହିଛନ୍ତି, ଅନେକ ସମୟରେ ରୋଗୀମାନେ ପରିସ୍ଥିତି ବାଧ୍ୟ ନ କଲେ ଡାକ୍ତରଖାନା ଯାଉନାହାନ୍ତି । ତେଣୁ ଡେଙ୍ଗୁ ଲକ୍ଷଣ ଅର୍ଥାତ୍‌ ଆଣ୍ଠୁ, ଗଣ୍ଠି ବିନ୍ଧା, ଶରୀରର ଠାଏ ଠାଏ ନାଲି ଦାଗ ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଲୋକେ ଖାଲି ଦେହରେ ବୁଲିବା ଅନୁଚିତ। ଗାଁରେ କୌଣସି ସ୍ଥାନରେ ପ୍ଲାଷ୍ଟିକ, ସଢ଼େଇ, ନନ୍ଦ ଆଦିରେ ପାଣି ଜମି ରହିଥିଲେ ସେଗୁଡିକୁ ଖାଲି କରାଯିବା ଉଚିତ୍‌ ଲୋକେ ଯେ ପର୍ଯ୍ୟନ୍ତ ନିଜେ ସଚେତନ ନ ହେବେ ସେ ପର୍ଯନ୍ତ ଡେଙ୍ଗୁକୁ ପ୍ରତିହତ କରିବା ସମ୍ଭବ ନୁହେଁ । ତଥାପି ଲୋକଙ୍କୁ ବାରମ୍ବାର ବୁଝାଇ ପରିବେଶ ପରିଷ୍କାର ପରିଚ୍ଛନ ରଖିବାକୁ ପରାମର୍ଶ ଦିଆଯାଉଛି । ଡାକ୍ତରଖାନାରେ ଆଡମିଶନ କରାଯାଉ ନ ଥିବା ଅଭିଯୋଗ ଉପରେ କହିଥିଲେ, ଆବଶ୍ୟକ ନ ପଡିଲେ ତାହା ସମ୍ଭବ ହେଉନି। ଏବର୍ଷ ୨ ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଆସିନାହିଁ । ଆଶା, ଅଙ୍ଗନୱାଡି, ଏଏନ୍‌ଏମ୍‌ ଆଦି ସ୍ବାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳରେ ଆଣ୍ଟି ଲାର୍ଭାଲ ସ୍ପ୍ରେ କରାଯାଉଛି। ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ବାଲିକୁଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ୪୩, ବିରିଡ଼ି ୫, ଏରସମା ୧୨, କୁଜଙ୍ଗ ୧୮, ମଣ୍ଡାସାହି ୧୦୭, ମଣିଜଙ୍ଗା ୨୫, ନାଉଗାଁ ୪୯, ରଘୁନାଥପୁର ୩୧, ଜଗତ୍‌ସିଂହପୁର ପୌର ପରିଷଦ ୧୩ ଓ ପାରାଦୀପ ପୌର ପରିଷଦ ଅଞ୍ଚଳରେ ୨ ଏହିପରି ମୋଟ ୩୦୫ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୫୧ ଜଣ ସୁସ୍ଥ ହୋଇ ସାରିଲେଣି । ୧୫ ଜଣଙ୍କୁ ଭୁଲ ଠିକଣା ଯୋଗୁ ଚିହ୍ନଟ କରାଯାଇ ପାରୁନାହିଁ । କିନ୍ତୁ ବିପଦ ଟଳିନାହିଁ । ଏ ମାସ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ । ଲକ୍ଷଣ ଦେଖାଦେଲେ ପରୀକ୍ଷା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପାରାଦୀପ ପୌରାଞ୍ଚଳରେ ଥିବା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଏଲିସା ପରୀକ୍ଷା କରିନେବା ଜରୁରୀ। ତା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ରହିଲେ ଡେଙ୍ଗୁ ଜୀବନ ପ୍ରତି ବିପଦ ସୃଷ୍ଟି କରିବ ନାହିଁ । ସୂଚନାଯୋଗ୍ୟ , ୨୦୧୧ରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୨ ଥିଲା । କିନ୍ତୁ ୨୦୧୨ରେ ଏହି ସଂଖ୍ୟା ୧୨କୁ ଖସି ଆସିଥିଲା। ୨୦୧୩ରେ ୨୬୩ ଓ ୨୦୧୪ରେ ୧୦୫୧କୁ ବୃଦ୍ଧି ପାଇ ରେକର୍ଡ ଛୁଇଁଥିଲା । ୨୦୧୫ରେ ୩୯୩, ୨୦୧୬ରେ ୩୩୩, ୨୦୧୭ରେ ୨୩୫, ୨୦୧୮ରେ ୧୦୫୬ ଓ ୨୦୧୯ରେ ୨୪୯ ହୋଇଥିଲା । ତେବେ କରୋନା ସଂକ୍ରମଣ ସମୟରେ ଅର୍ଥାତ୍‌ ୨୦୨୦ରେ ଡେଙ୍ଗୁ ରୋଗୀ ସଂଖ୍ୟା ମାତ୍ର ୮ ଥିବାବେଳେ ୨୦୨୧ରେ ୩୦୦କୁ ଛୁଇଁଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri