ଉତ୍ତପ୍ତ ହେଉଛି ଉତ୍ତର ମେରୁ

ମସ୍କୋ,୨୭ା୬: ଉତ୍ତର ମେରୁ ଅଞ୍ଚଳ (ଆର୍କ୍ଟିକ୍‌)ରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଶ୍ୱର ଅନ୍ୟ ଭାଗରେ ଏହାର କିଭଳି ପ୍ରଭାବ ପଡ଼ିବ ତାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ରୁଷିଆର ଆର୍କ୍ଟିକ୍‌ ସହର ଭେର୍ଖୋୟାନ୍‌ସ୍କରେ ଗତ ଶନିବାର ତାପମାତ୍ର ୩୮ ଡିଗ୍ରୀ ସେଲ୍‌ସିୟସ (୧୦୦.୪ ଡିଗ୍ରୀ ଫାରେନ୍‌ହାଇଟ)ରେ ପହଞ୍ଚତ୍ଥିଲା। ଜଣକୁ ଜ୍ୱର ହେଲେ ଶରୀରର ତାପମାତ୍ରା ଏହି ସ୍ତରକୁ ଯାଇଥାଏ। କିନ୍ତୁ ସାଇବେରିଆର ତୁଷାରାବୃତ୍ତ ଅଞ୍ଚଳରେ ତାପମାତ୍ରା ଏଭଳି ବୃଦ୍ଧି ପାଇବା ଅନେକ ଆଶଙ୍କା ସୃଷ୍ଟି କରିଛି। ଆର୍କ୍ଟିକ୍‌ କ୍ଷେତ୍ରର ଉତ୍ତର ଭାଗରେ ଏଭଳି ତାପମାତ୍ରା ଅଭୂତପୂର୍ବ। ତାପମାତ୍ରା ଅଧ୍ୟୟନକୁ ଯାଞ୍ଚ କରିବାକୁ ହେବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ କୁହାଯାଇଛି।
ଆର୍କ୍ଟିକ୍‌ରେ ନିଆଁ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅଙ୍ଗାରକାମ୍ଳ ସ୍ତର ବଢ଼ିବା ଏବଂ ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପର ପ୍ରଭାବ ଯୋଗୁ ତାପମାତ୍ରା ଯେଉଁ ହାରରେ ବଢ଼ିବ ବୋଲି ଚିନ୍ତା କରାଯାଉଥିଲା, ତାହାଠାରୁ ଯଥେଷ୍ଟ ଅଧିକ ଉତ୍ତପ୍ତ ହେଉଛି ଏହି ଅଞ୍ଚଳ। ଫଳରେ ବରଫ ଦ୍ରୁତ ତରଳିବା ସହ ଜଙ୍ଗଲ ନିଆଁ ବଢ଼ିବ ଜଳବାୟୁ ବୈଜ୍ଞାନିକ ତଥା ମିଚିଗାନ ବିଶ୍ୱବିଦ୍ୟାଳୟର ପରିବେଶ ସ୍କୁଲ ଡିନ୍‌ ଜୋନାଥନ ଓଭରପେକ୍‌ କହିଛନ୍ତି। ସାଇବେରିଆରେ ରେକର୍ଡ ଉଷ୍ମତା ଅଧିକାଂଶ ଅଞ୍ଚଳ ପାଇଁ ଚେତାବନୀ ବୋଲି ଓଭରପେକ୍‌ ଇ-ମେଲ୍‌ରେ ଲେଖିଛନ୍ତି। ଚଳିତ ବର୍ଷ ଜାନୁୟାରୀରୁ ମେ’ ଶେଷ ପର୍ଯ୍ୟନ୍ତ ସାଇବେରିଆର ଅଧିକାଂଶ ଅଞ୍ଚଳରେ ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୮ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା ବୋଲି ବର୍କେଲେ ଆର୍ଥ ନାମକ ଏକ ଜଳବାୟୁ ବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଚରମ ତାପମାତ୍ରା ପାଇଁ ସାଇବେରିଆ ଗିନିଜ୍‌ ବୁକ୍‌ ଅଫ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଏହାର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ୧୦୬ ଡିଗ୍ରି ସେଲ୍‌ସିୟସ୍‌ ବ୍ୟବଧାନ ସୃଷ୍ଟି ହୋଇଛି। ଅର୍ଥାତ୍‌ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୬୮ ଡିଗ୍ରୀ ସେଲ୍‌ସିୟସ୍‌ରୁ ବର୍ତ୍ତମାନ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚତ୍ଛି। ଏଭଳି ଦୀର୍ଘଦିନ ଧରି ଗ୍ରୀଷ୍ମ ପ୍ରବାହ ହଜାର ହଜାର ବର୍ଷ ମଧ୍ୟରେ କେବେ ଦେଖାଦେଇ ନ ଥିଲା। ବିଶ୍ୱରେ ଉତ୍ତାପ ବଢ଼ିବାରେ ରୁଷିଆର ଆର୍କ୍ଟିକ୍‌ ଅଞ୍ଚଳ ସବୁଠୁ ଆଗରେ ରହିଛି। ପ୍ରତି ୧୦ ବର୍ଷରେ ପୃଥିବୀର ତାପମାତ୍ରା ୦.୧୮ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଉଛି। କିନ୍ତୁ ରୁଷିଆରେ ଏହା ୦.୪୭ ଡିିଗ୍ରୀ ବଢ଼ୁଥିବାବେଳେ ରୁଷିଆ ଆର୍କ୍ଟିକ୍‌ ଅଞ୍ଚଳରେ ୦.୬୯ ଡିଗ୍ରୀ ବୃଦ୍ଧି ପାଉଥିବା ଜଣାପଡିଛି। ତାପମାତ୍ରା ବୃଦ୍ଧି ଫଳରେ ମେରୁ ଅଞ୍ଚଳର ସ୍ଥାୟୀ ବରଫ ଅଧିକରୁ ଅଧିକ ତରଳି ଗର୍ତ୍ତ ସୃଷ୍ଟି ହେବ, ଯାହାକୁ ଶୀତଋତୁ ମଧ୍ୟ ଅଟକାଇପାରିବ ନାହିଁ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି। ଗତମାସରେ ନୋରିଲସ୍କ ସହରରେ ଭୁଶୁଡ଼ି ପଡ଼ିଥିତ୍ବା ଷ୍ଟୋରେଜ୍‌ ଟାଙ୍କିରୁ ପ୍ରଚୁର ତୈଳ ନିର୍ଗତ ହୋଇଥିଲା। ସ୍ଥାୟୀ ବରଫ ତରଳିବାକୁ ଏଥିପାଇଁ ଦାୟୀ କରାଯାଉଛି। ୨୦୧୧ରେ ଏହି କାରଣରୁ ଯାକୁତ୍‌ସ୍କ ସହରର ଏକ ବିଲ୍ଡିଂ ଆଂଶିକ ଭୁଶୁଡ଼ି ପଡ଼ିଥିଲା। ଗତବର୍ଷ ଅଗଷ୍ଟରେ ସାଇବେରିଆର ୪ ନିୟୁତ ହେକ୍ଟର ଜମିରେ ନିଆଁ ଲାଗିଥିଲା। ଚଳିତ ବର୍ଷ ମଧ୍ୟ ଜଙ୍ଗଲ ନିଆଁ ଆରମ୍ଭ ହୋଇଗଲାଣି। ଉତ୍ତପ୍ତ ବାୟୁମଣ୍ଡଳ ସାଙ୍ଗକୁ ଜଙ୍ଗଲ ନିଆଁ ମେରୁ ବରଫକୁ ଶୀଘ୍ର ତରଳାଇବ। ଫଳରେ ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?