ସିଙ୍ଗାପୁରର ନୂଆ ନେତା

ନଗର-ରାଷ୍ଟ୍ର ସିଙ୍ଗାପୁରର ପ୍ରଥମ ପ୍ରଧାନମନ୍ତ୍ରୀ ଲି କ୍ୟୁଆନ୍‌ଙ୍କ ବଡ଼ ପୁଅ ଲି ହେସିଏନ୍‌ ଲୁଙ୍ଗ୍‌ଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଲରେନ୍ସ ଓ୍ବଙ୍ଗ୍‌ଙ୍କୁ ଏବେ ପ୍ରଧାନମନ୍ତ୍ରୀ ଘୋଷଣା କରାଯିବା ପରେ ଦେଶବ୍ୟାପୀ ଉତ୍ସାହ ଦେଖାଦେଇଛି। ୪୯ ବର୍ଷୀୟ ଯୁବ ନେତୃତ୍ୱ ସିଙ୍ଗାପୁରକୁ ଏକ ନୂଆ ଶୀର୍ଷରେ ପହଞ୍ଚାଇବେ ବୋଲି ସମସ୍ତେ ଆଶା ରଖିଛନ୍ତି। ୭୦ ବର୍ଷୀୟ ଲି ଲୁଙ୍ଗ୍‌ ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ଅଛନ୍ତି। ଉପପ୍ରଧାନମନ୍ତ୍ରୀ ହେଙ୍ଗ୍‌ ସ୍ବେ କିଟ୍‌ ୮ ଏପ୍ରିଲ ୨୦୨୧ରେ ଦେଶର ଅନ୍ୟତମ ପ୍ରମୁଖ ନେତା ସ୍ତରରୁ ଓହରିଯିବା ପରେ ଲି ଲୁଙ୍ଗ୍‌ ନୂଆ ନେତା ଚୟନ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲେ। ଫଳରେ ଯୁବ ନେତା ଓ୍ବଙ୍ଗ୍‌ ପ୍ରଧାନମନ୍ତ୍ରୀ ପଦବୀ ଲାଗି ଉପଯୁକ୍ତ ବ୍ୟକ୍ତି ବୋଲି ସ୍ଥିର କରାଯିବା ପରେ ତାଙ୍କ ନାମ ଘୋଷଣା କରାଯାଇଛି।
ଲରେନ୍ସ ଓ୍ବଙ୍ଗ୍‌ ୧୯୭୨ରେ ଜନ୍ମଗ୍ରହଣ କରିଥିଲେ। ଚାଇନା ବଂଶୋଦ୍ଭବ ସିଙ୍ଗାପୁରବାସୀ ଓ୍ବଙ୍ଗ୍‌ ସିଙ୍ଗାପୁରର ହାଏଗ୍‌ ବୟେଜ୍‌ ପ୍ରାଇମେରୀ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଭିକ୍ଟୋରିଆ ଜୁନିୟର କଲେଜରୁ ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ସେ ଆମେରିକାର ୟୁନିଭର୍ସିଟି ଅଫ୍‌ ଓ୍ବିସ୍‌କନ୍‌ସିନ୍‌ରେ ପଢ଼ିବା ପାଇଁ ପବ୍ଲିକ୍‌ ସର୍ଭିସ୍‌ କମିଶନ ସ୍କଲାରଶିପ୍‌ ପାଇଥିଲେ। ସେଠାରୁ ସେ ଅର୍ଥନୀତିରେ ବ୍ୟାଚ୍‌ଲର ଅଫ୍‌ ସାଇନ୍ସ ଡିଗ୍ରୀ ଗ୍ରହଣ କରିଥିଲେ। ପରେ ସେ ୟୁନିଭର୍ସିଟି ଅଫ୍‌ ମିଚିଗାନ୍‌ରୁ ଅର୍ଥନୀତିରେ ସ୍ନାତକୋତ୍ତର କରିଥିଲେ। ପ୍ରତିଭାସମ୍ପନ୍ନ ଓ୍ବଙ୍ଗ୍‌ ମଧ୍ୟ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜନ୍‌ ଏଫ୍‌. କେନେଡି ସ୍କୁଲ୍‌ ଅଫ୍‌ ଗଭର୍ନମେଣ୍ଟରୁ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନରେ ସ୍ନାତକୋତ୍ତର କରିଥିଲେ। ଏହା ପରେ ସେ ସିଙ୍ଗାପୁର ସିଭିଲ୍‌ ସର୍ଭିସ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସହାୟକ ନିର୍ଦ୍ଦେଶକ (ଗବେଷଣା ଓ ଯୋଜନା) ଭାବେ ୧୯୯୭ରୁ ୧୯୯୯ ଯାଏ କାର୍ଯ୍ୟ କରିଥିଲେ। ଏହା ପରେ ସେ ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରି ଡେପୁଟି ଡାଇରେକ୍ଟର (ବଜେଟ) ଓ ଇକୋନୋମିକ୍‌ ପ୍ରୋଗ୍ରାମ୍‌ ମୁଖ୍ୟ ହୋଇଥିଲେ। କାର୍ଯ୍ୟରେ ଦକ୍ଷତା ପ୍ରଦର୍ଶନ କରିବାରୁ ୨୦୦୫ରୁ ୨୦୦୮ ଯାଏ ସେ ଲି ଲୁଙ୍ଗ୍‌ଙ୍କ ପ୍ରିନ୍ସିପାଲ ପ୍ରାଇଭେଟ୍‌ ସେକ୍ରେଟାରୀ ଭାବେ କାର୍ଯ୍ୟ କରିଥିଲେ।
ଓ୍ବଙ୍ଗ୍‌ ୨୦୧୧ରେ ରାଜନୀତିରେ ପ୍ରବେଶ କରିଥିଲେ। ପିପୁଲ୍ସ ଆକ୍ସନ ପାର୍ଟି (ପିଏପି)ରୁ ନିର୍ବାଚନ ଲଢ଼ି ସଫଳତା ହାସଲ କରିଥିଲେ। ତାଙ୍କ ପ୍ରଥମ ପଦାର୍ପଣରେ ସେ ପ୍ରତିରକ୍ଷା ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୨୦୧୨ରେ ସେ କଲ୍‌ଚର, କମ୍ୟୁନିଟି ଆଣ୍ଡ୍‌ ୟୁଥ୍‌ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସମୟରେ ସେ ସିଙ୍ଗାପୁରର ବଟାନିକାଲ୍‌ ଗାର୍ଡେନ୍‌କୁ ୟୁନେସ୍କୋର ଓ୍ବାର୍ଲଡ୍‌ ହେରିଟେଜ୍‌ ସାଇଟ୍‌ ତାଲିକାରେ ସ୍ଥାନିତ କରିବାରେ ସଫଳ ହୋଇଥିଲେ। ତେବେ କୋଭିଡ୍‌-୧୯ ଭୂତାଣୁ ଦେଖାଦେବା ପରେ ଓ୍ବଙ୍ଗ୍‌ଙ୍କୁ ସରକାରଙ୍କ ଦ୍ୱାରା ୨୦୨୦ରେ ଗଠନ କରାଯାଇଥିବା ମଲ୍ଟି ମିନିଷ୍ଟେରିଆଲ୍‌ କମିଟିର ସହ-ଅଧ୍ୟକ୍ଷ କରାଯାଇଥିଲା। ସେତେବେଳେ ତାଙ୍କ କାର୍ଯ୍ୟ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦଳୀୟ ଶୀର୍ଷ ନେତାମାନେ କୋଭିଡ୍‌-୧୯କୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ଓ୍ବଙ୍ଗ୍‌ଙ୍କ ସମୟୋଚିତ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଫଳରେ ୨୦୨୦ ଜୁଲାଇ ୨୭ରେ କ୍ୟାବିନେଟ୍‌ ଅଦଳବଦଳ ହେବାରୁ ତାଙ୍କୁ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଥିଲା। ସେହିବର୍ଷ ୮ ନଭେମ୍ବରରେ ସେ ପିଏପିର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇଥିଲେ। ୧୫ ମେ ୨୦୨୧ରେ ପୁନଶ୍ଚ ହୋଇଥିବା କ୍ୟାବିନେଟ୍‌ ଅଦଳବଦଳ ବେଳେ ଓ୍ବଙ୍ଗ୍‌ଙ୍କୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରଣାଳୟ ମିଳିଥିଲା। ତାଙ୍କ ସଫଳତା ଶିଖର ଛୁଇଁଥିଲା ଯେତେବେଳେ ଉପ ପ୍ରଧାନମନ୍ତ୍ରୀ ହେଙ୍ଗ୍‌ ସ୍ବେ କିଟ୍‌ଙ୍କ ଉତ୍ତରାଧିକାରୀ ହୋଇ ସେ ପିଏପିର ୪ର୍ଥ ପିଢ଼ି (୪ଜି) ଟିମ୍‌ର ନେତା ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ହେଙ୍ଗ୍‌ ୮ ଏପ୍ରିଲ ୨୦୨୧ରେ ୪ଜି ନେତା ପଦରୁ ଓହରି ଯାଇଥିଲେ। ଏହା ପରେ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓ୍ବଙ୍ଗ୍‌ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ଏ ବିଷୟ ପ୍ରଧାନମନ୍ତ୍ରୀ ଲି ୧୪ ଏପ୍ରିଲ ୨୦୨୨ରେ କହିବା ପରେ ଦେଶବାସୀ ଓ୍ବଙ୍ଗ୍‌କୁ ସ୍ବାଗତ କରିଛନ୍ତି।
ପିଲାଟି ବେଳୁ ଓ୍ବଙ୍ଗ୍‌ ଥିଲେ ମେଧାବୀ। ନିଜକୁ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବେ ପ୍ରତିଷ୍ଠିତ କରିବା ଲାଗି କରିଆସିଥିବା କାର୍ଯ୍ୟ ଓ ସମୟୋପଯୋଗୀ ନିଷ୍ପତ୍ତି ତାଙ୍କୁ ଦେଶର ଭାବୀ ପ୍ରଧାନମନ୍ତ୍ରୀ କରିପାରିଛି। ତାଙ୍କ ପିତା ଥିଲେ ଜଣେ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଓ ମାତା ଶିକ୍ଷୟିତ୍ରୀ। ବଡ଼ ଭାଇ ଏରୋସ୍ପେସ୍‌ ଇଞ୍ଜିନିୟର ହୋଇଥିବା ବେଳେ ଓ୍ବଙ୍ଗ୍‌ ନିଜକୁ ଦେଶର ପ୍ରଧାନମନ୍ତ୍ରୀ ସ୍ତରକୁ ନେଇଯିବା ନିଶ୍ଚିତ ଭାବେ ଏକ ସାଧାରଣ ପରିବାରର ପିଲା ସକାଶେ ଗୌରବର କଥା।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri