ଜଳ ନିଷ୍କାସନ ସମସ୍ୟା ସମାଧାନ ହେବ

ବରୀ,୧୭।୪(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରି ପଞ୍ଚାୟତର ମେଦୁଆନାଳ, ଦୋବୁଅ ନାଳ ଓ ସପନା ପାଟରୁ ଜଳ ନିଷ୍କାସନ ନିମନ୍ତେ ଅଧପନ୍ତରିଆ ଭାବେ ଖୋଳାଯାଇଥିବା ନାଳର ପୁନରୁଦ୍ଧାର ଖୁବ୍‌ଶୀଘ୍ର କରାଯିବ। ଏଥିପାଇଁ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅନୁରୋଧକ୍ରମେ ଶନିବାର ଡ୍ରେନେଜ୍‌ ବିଭାଗ ମୁଖ୍ୟଯନ୍ତ୍ରୀ ବାଲେଶ୍ୱର ନାଥ ସାହୁ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଚିତ୍ତରଞ୍ଜନ ମହାନ୍ତି, ଅଧୀକ୍ଷଣ ଯନ୍ତ୍ରୀ ବିରେନ କୁମାର ଜେନା, ସହକାରୀ ଯନ୍ତ୍ରୀ ଅନନ୍ତ ଭୀମ ଦେଓ ଏବଂ କନିଷ୍ଠ ଯନ୍ତ୍ରୀ ଶମ୍ଭୁ ପ୍ରସାଦ ବେହେରା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଛନ୍ତି। ମୁଖ୍ୟଯନ୍ତ୍ରୀ ଓ ବିଧାୟିକାଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଜିଲା ପରିଷଦ ସଭ୍ୟ ଅଶୋକ ସାମଲ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ପୂର୍ବତନ ସମିତି ସଭ୍ୟ ପ୍ରଦୀପ ଘଡ଼ାଇ, ପୂର୍ବତନ ସରପଞ୍ଚ ସଂଗ୍ରାମ ସାମଲ ଓ ଯୁବନେତା ନୀହାର ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ମୁଖ୍ୟଯନ୍ତ୍ରୀ ସାହୁଙ୍କୁ ପଚାରିବାରେ ସେ କୁହନ୍ତି, ସରକାରଙ୍କୁ ପ୍ରକଳ୍ପଗୁଡ଼ିକର ଅନୁମୋଦନ ନିମନ୍ତେ ପ୍ରସ୍ତାବ ଦିଆଯିବ। ଅର୍ଥ ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ କରାଯିବ।
ବରୀ ଏକ ବନ୍ୟା ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ବନ୍ୟା ଆସି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। ବନ୍ୟା କମିବା ପରେ ବି ଜଳ ନିଷ୍କାସନର ସୁବିଧା ନ ଥିବାରୁ ବ୍ୟାପକ ଫସଲ ହାନି ଘଟେ। ଏପରି କି ବ୍ରାହ୍ମଣୀ ନଦୀର ଦକ୍ଷିଣପାର୍ଶ୍ୱରେ ଥିବା ମହାକାଳପଡ଼ା, ଗମୁଁ, ମନ୍ଦାରି, ସେରପୁର, ରତ୍ନଗିରି, ଚନ୍ଦନପୁର, ସାହୁପଡ଼ା ଓ ଧାରପୁର ସମେତ ପ୍ରାୟ ୧୬ ପଞ୍ଚାୟତର ଚାଷୀ ଜଳ ନିଷ୍କାସନ ନ ହେବାରୁ ଧାନ ଫସଲଠାରୁ ଆରମ୍ଭ କରି ପନିପରିବା କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ପିଏସଓ, ଡ୍ରାଇଭର ଆକ୍ରମଣ ପ୍ରତିବାଦରେ ଭଜପାର ରାସ୍ତାରୋକୋ

ଲୋଇସିଂହା,୧୩।୪(ଡିି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ପିଏସ୍‌ଓ ଏବଂ ଡ୍ରାଇଭରଙ୍କୁ ମଙ୍ଗଳବାର ଆକ୍ରମଣ କରାଯାଇଥିଲା। ଏ ନେଇ ଲୋଇସିଂହା ଅଞ୍ଚଳରେ ଆଇନ ଶୃଙ୍ଖଳା...

ଟ୍ରେନ୍‌ରେ ଯାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା: ୬ଷ୍ଠ ସାକ୍ଷୀଙ୍କ ବୟାନ ରେକର୍ଡ

ବ୍ରହ୍ମପୁର ଅଫିସ,୨୦ା୩-ଏକ ଚଳନ୍ତା ଟ୍ରେନ୍‌ରେ ଜଣେ ଯାତ୍ରୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ମାମଲାର ବିଚାରଣା ଏଡିଜେ (ଏଲ୍‌ଆର୍‌) କୋର୍ଟରେ ଚାଲିଛି। ଏଥିରେ ୮ଜଣ ସାକ୍ଷୀ...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗୀର ଅଫିସ,୨ା୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ବେଲପଡ଼ା ପୋଲିସ ବୁଧବାର ରାତିରେ ଗିରଫ କରିଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ...

ହାତୀ ଆକ୍ରମଣରେ ବାପା ପୁଅ ଆହତ

ଭଞ୍ଜନଗର,୧୩।୮:(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତାରସି ରେଞ୍ଜ ଅନ୍ତର୍ଗତ ତିନିଚକିଆ ଜଙ୍ଗଲରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ବାପ ପୁଅ ଆହତ ହୋଇଛନ୍ତି। ସେମାନେ ହେଲେ ଦଲକର...

ଅଧା କର୍ମଚାରୀଙ୍କୁ ଛୁଟି ଦେଲେ ଏସ୍‌ ଭି ନିରତାର କର୍ତ୍ତୃପକ୍ଷ

କଣ୍ଟାପଡା,୨୪ା୩ (ଡି.ଏନ୍‌.ଏ)- ମହାମାରୀ କରୋନାର ପ୍ରତିଷେଧକ ପାଇଁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଜିଲାର ଓଲଟପୁରଠାରେ ଥିବା ଏସ୍‌ ଭି...

ଝାଡ଼ାବାନ୍ତିରେ ଜଣେ ମୃତ, ୩ ଆକ୍ରାନ୍ତ

ପାପଡ଼ାହାଣ୍ଡି,୧୦ା୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ସୋରିଷପଦରଠାରେ ଝାଡ଼ାବାନ୍ତି ବ୍ୟାପୀ ସୋମବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି।...

ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ଘଟଣା: ବନ୍ଧୁକ, ବାଇକ, ଟଙ୍କା ଜବତ: ୬ ଗିରଫ

ରାଇକିଆ,୧୩ା୭(ଡ଼ି.ଏନ.ଏ.)-ରାଇକିଆ ଥାନା କରଡ଼ା ନିକଟରେ ଗତ ଫେବୃୟାରୀରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀମାନଙ୍କଠାରୁ ହୋଇଥିବା ଟଙ୍କା ଲୁଟ ଘଟଣାରେ ୬ ଅଭିଯୁକ୍ତଙ୍କୁ ଶୁକ୍ରବାର ରାଇକିଆ...

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଅନୁଗୋଳ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ: ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୋଳ ଅଫିସ, ୨୪।୮: ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିବା ପରେ ଅନୁଗୋଳ ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ...

Advertisement
Archives

Model This Week