ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି ୪ ମହିଳାଙ୍କର ସ୍ବାମୀମାନେ ୨୦୧୯ ନିର୍ବାଚନରେ ଜିତିଥିଲେ କିମ୍ବା ଦ୍ୱିତୀୟ ସ୍ଥାନରେ ଥିଲେ।
ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(ମାର୍ଚ୍ଚ ୨୭) ରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ତାଲିକା ପ୍ରକାଶ କରିଛନ୍ତି।
ଓଡ଼ିଶାରେ ବିଧାନସଭା ନିର୍ବାଚନ ରାଜ୍ୟର ସମସ୍ତ ଲୋକ ସଭା ଆସନରେ୪ଟି ପର୍ଯ୍ୟାରେ ୧୩, ୨୦,୨୫ ମେ ଓ ୧ ଜୁନରେ ହେବାକୁ ଥିବା ମତଦାନ ସହ ହେବ।
ସରକାରୀ ଚାକିରି ଛାଡି ୨୦୧୯ରେ ନବରଙ୍ଗପୁରରୁ ବିଜେଡି ବିଧାୟକ ହୋଇଥିବା ସଦାଶିବ ପ୍ରଧାନୀଙ୍କୁ ଦ୍ୱିତୀୟ ଥର ପ୍ରାର୍ଥୀ ନ କରି, ତାଙ୍କ ସ୍ଥାନରେ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀଙ୍କୁ ଟିକେଟ ଦିଆଯାଇଛି।
ବିଜେଡିର ସୋରଡା ଆସନରୁ ୩ ଥର ବିଧାୟକ ଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ବି ଏଥର ଟିକେଟ ମିଳିନାହିଁ। ତାଙ୍କ ସ୍ଥାନରେ ତାଙ୍କ ପତ୍ନୀସଂଘମିତ୍ରା ସ୍ବାଇଁକୁ ଦଳ ପ୍ରାର୍ଥୀ କରିଛି। ପୂର୍ଣ୍ଣଚନ୍ଦ୍ର ୨୦୦୯, ୨୦୧୪ ଓ ୨୦୧୯ରେ ବିଧାୟକ ରହି ସାରିଛନ୍ତି।
ଉମରକୋଟ ବିଧାନସଭା ଆସନରେ ବିଜେଡି ୨୦୧୯ରେ ସୁଭାଷ ଗୌଡଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀ ନିତ୍ୟାନନ୍ଦ ଗୌଡ ତାଙ୍କୁ ହରାଇ ଦେଇଥିଲେ। ଏଥର ନବୀନ ପଟ୍ଟନାୟକ ସୁଭାଷଙ୍କୁ ଟିକେଟ ନ ଦେଶ ବରଂ ଉମରକୋଟ ପାଇଁ ତାଙ୍କ ପତ୍ନୀ ନବୀନା ନାୟକଙ୍କୁ ଟିକେଟ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲାର ବସ୍ତା ବିଧାନସଭା ଆସନ ଲାଗି ସୁଭାସିନୀ ଜେନାଙ୍କୁ ଟିକେଟ ଦେଇଛନ୍ତି। ସୁଭାସିନୀ ୨୦୧୪ରେ ବାଲେଶ୍ୱରରୁ ନିର୍ବାଚିତ ହୋଇଥିବା ପୂର୍ବତନ ଏମପି ରବିନ୍ଦ୍ର ଜେନାଙ୍କ ପତ୍ନୀ। ରବୀନ୍ଦ୍ର ୨୦୧୯ରେ ଭାଜପାର ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କଠାରୁ ଲୋକ ସଭା ନିର୍ବାଚନରେ ହାରି ଯାଇଥିଲେ।
ବିଜେଡି ସୁପ୍ରିମୋଙ୍କ ପକ୍ଷରୁ ଲୋକ ସଭା ନିର୍ବାଚନ ପାଇଁ ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ କୌଶଲ୍ୟା ହିକ୍କାଙ୍କୁ କୋରାପୁଟ ନିର୍ବାଚନ ମଣ୍ଡଳୀରୁ ଏଥର ପ୍ରାର୍ଥୀ କରିଛନ୍ତି। ୨୦୧୯ରେ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ସତ୍ୟଗିରି ଉଲ୍ଲାକାଙ୍କଠାରୁ ୩,୬୧୩ ଭୋଟରେ ହାରି ଯାଇଥିଲେ।
କୌଶଲ୍ୟା ୨୦୧୪ରେ କୋରାପୁଟ ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଝିନା ହିକ୍କାଙ୍କ ପତ୍ନୀ। ଏଥର ମୁଖ୍ୟମନ୍ତ୍ରୀ ଦୁଇ ପୂର୍ବତନ ବିଧାନସଭା ଅଧ୍ୟକ୍ଷ ଏସଏନ ପାତ୍ର ଓ ମହେଶ୍ୱର ମହାନ୍ତିଙ୍କ ପୁଅଙ୍କୁ ବି ପ୍ରାର୍ଥୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?