ନୂଆ କରୋନା ଭୂତାଣୁ

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଉଭାହେଲାଣି। ରାଜ୍ୟ ତଥା ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି। ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବରେ ଏହାର ରୂପ ପ୍ରକଟିତ ହେଲାଣି। କୋଭିଡ୍‌-୧୯କୁ ନେଇ ଗତବର୍ଷ ସାରା ଦେଶ ତଥା ବିଶ୍ୱ କିଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଲା, ତାହା ସମସ୍ତଙ୍କର ଅଙ୍ଗେନିଭା କଥା। ତାହାର ପୁନରାବୃତ୍ତିର ଭୟ ସମସ୍ତଙ୍କୁ ଘାରିବା ଭିତରେ ଯେମିତି ସାମାଜିକ ଉପଚାର ସମୂହର ଅନୁପାଳନର ମଧ୍ୟ ପୁନଃ ପ୍ରବର୍ତ୍ତନ ଉପରେ ପ୍ରଶାସନ ଜୋର୍‌ ଦେଉଥିବାର ଦେଖାଯାଉଛି। କାହାରି ହେଲେ କରୋନା ସଂକ୍ରମଣ ନେଇ କିଛି ଧାରଣା ନ ଥିଲା, ତେଣୁ ସମସ୍ତେ ଅନ୍ଧାରରେ ବାଡ଼ି ବୁଲାଉଥିଲେ। ବିଶ୍ୱବ୍ୟାପୀ ସଂକ୍ରମଣ ହେତୁ ଅସୁମାରି ଜନକ୍ଷୟ ହେଲା, କଳକାରଖାନାରେ ତାଲା ଝୁଲିଲା। ଲକ୍ଷ ସଂଖ୍ୟାରେ କୁଶଳୀ ଯୁବତୀଯୁବକ କାମ ବିନା ହାତବାନ୍ଧି ବସିଲେ। ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନଜନିତ ସଙ୍କଟ ଘନେଇଲା ଏବଂ ପ୍ରଶାସନ ଉପରେ ପଡ଼ିଲା ଅବାଞ୍ଛିତ ଚାପ। ବର୍ଷକ ଭିତରେ ପ୍ରତିଷେଧକ ଟିକାର ବିକାଶ ଓ ପ୍ରୟୋଗର ଅଭିଜ୍ଞତା କହୁଛି- ତମାମ ପ୍ରକରଣ ଶତପ୍ରତିଶତ ତ୍ରୁଟିମୁକ୍ତ ବୋଲି ଦାବି କରିହେବ ନାହିଁ। ସବୁ କିଛି ଟ୍ରାଏଲ ଏଣ୍ଡ ଏରର ପ୍ରଣାଳୀରେ କରାଯାଇଥିବାରୁ ପରିଣତି ଏଭଳି ହେଲା।
ସ୍ବାସ୍ଥ୍ୟକର୍ମୀମାନଙ୍କର ଅଭିଜ୍ଞତା ତୁଳନାରେ ଭୂତାଣୁର ଭୟାବହତା ଥିଲା ବହୁତ ଗମ୍ଭୀର। ଏଥିପାଇଁ କାହାରି ମୁଣ୍ଡରେ ଅଠା ବୋଳି ଦେଇ ବସିଗଲେ ହେବନାହିିଁ। ମାତ୍ର ଏବେ ଯେଉଁ ଦ୍ୱିତୀୟ ଲହର ଆସି ସାରିଥିବାର କୁହାଯାଉଛି, ସେଥିପାଇଁ ପୁରୁଣା ପ୍ରଣାଳୀ ଯେତେଦୂର ପ୍ରଯୁଜ୍ୟ, ତାହା ନେଇ ପୁନର୍ବିଚାରର ପ୍ରୟୋଜନ ରହିଥିବା ମନେହୁଏ। ‘ଆମେ ଯଦି କୋଭିଡ୍‌ ନିୟମ ମାନିବା, ମାସ୍କ ଠିକ୍‌ ଭାବେ ପିନ୍ଧିବା, ତେବେ ବିନା ଲକ୍‌ଡାଉନରେ କରୋନା ସଂକ୍ରମଣକୁ ରୋକିପାରିବା’- ଏମିତି ଆହ୍ବାନ ଦିଆଯାଇଛି। ସମସ୍ତେ ସଂକଳ୍ପ ନେଇ ମାସ୍କ ପିନ୍ଧିବେ, ବେକରେ ଝୁଲାଇ କରି ନୁହେଁ। ପୂରା ନାକ ଓ ମୁହଁକୁ ବନ୍ଦ କରି ପିନ୍ଧିବାକୁ ହେବ। ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ। ଏମିତି ହେଲେ ଯାଇ କରୋନାକୁ ଜିତିପାରିବା। ଏବେ ଦେଶରେ ଟିକାକରଣ ଚାଲିଛି। ଏହା ମଧ୍ୟ କରୋନାକୁ ରୋକିବାରେ ସହାୟକ ହୋଇପାରିବ।
ଯେଉଁଭଳି ଚାରିପ୍ରକାର ସାମାଜିକ ପ୍ରତିଷେଧକ ଓ ଉପଚାର ଅନୁପାଳନ ଉପରେ ଜୋର୍‌ ଦିଆଯାଉଛି, ସେଥିରେ କିଛି ତ୍ରୁଟି ନ ଥାଇପାରେ। ଟିକାର ବିକାଶ ଓ ପ୍ରୟୋଗରୁ ଯାହାକିଛି ଅଭିଜ୍ଞତା ମିଳୁଛି, ତାହାର ଆଧାରରେ କେତେ କ’ଣ କରାଯାଇପାରିବ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ନୂଆ ଉପାୟ ଓ ଉପଚାର ପାଇଁ ପ୍ରଶାସନ ତଥା ସାମାଜିକ କର୍ମୀମାନେ ଗୁରୁତ୍ୱର ସହ ଚିନ୍ତା କରି ପଦକ୍ଷେପ ପାଇଁ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବା ଜରୁରୀ ମନେହେଉଛି। ଅଭିଜ୍ଞତା ହେଉଛି ସମସ୍ତଙ୍କର ଶିକ୍ଷକ। ବ୍ୟାପକ ଟିକାକରଣ ସହିତ ସାମାଜିକ ଉପଚାର ପାଳନ ଉପରେ ଗୁରୁତ୍ୱ ଦେବା ଭିତରେ କ’ଣ ପାଇଁ ପୁରୁଷ ମହିଳା, ବିଶେଷକରି ବରିଷ୍ଠ ନାଗରିକମାନେ ଟିକା ନେବା ଲାଗି ଭିଡ଼ ଜମାଇବା ଭଳି କଷ୍ଟକର ଚିତ୍ର ଦେଖାଯାଉଛି। ପ୍ରଶାସନ ଆଉ କିଛି କରି ନ ପାରିଲେ ମଧ୍ୟ ଭ୍ରାମ୍ୟମାଣ ଟିକାକରଣ ଶିବିର ବ୍ୟବସ୍ଥା କରିପାରିବ। ତାହାହେଲେ ହଇରାଣ ହରକତରୁ ପରିଣତ ବୟସର ପୁରୁଷ ଓ ମହିଳାମାନେ ରକ୍ଷା ପାଇପାରନ୍ତେ। ଏଯାଏଁ କେହି ଦ୍ୱିତୀୟ ସଂକ୍ରମଣର ଚିତ୍ର ପାଇପାରି ନ ଥିଲେ ସୁଦ୍ଧା ରାତ୍ରିକାଳୀନ କର୍ଫ୍ୟୁଠାରୁ ଆରମ୍ଭ କରି ବିଭିନ୍ନ କଟକଣାର ପ୍ରବର୍ତ୍ତନ ଆରମ୍ଭ ହୋଇସାରିଲାଣି। ଯେତେବେଳେ କରୋନା ସଂକ୍ରମଣର ରୂପରେଖ ନେଇ କାହାରି କିଛି ସ୍ପଷ୍ଟ ଧାରଣା ନ ଥିଲା, ସେତେବେଳେ ସଙ୍ଗରୋଧଠାରୁ ଅବରୋଧ ଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଥିଲା। କେଇମାସ ପରେ କୋହଳ ସ୍ଥିତିରେ ସମସ୍ତେ ବେପରୁଆ ହୋଇପଡ଼ିଲେ। ଯାନିଯାତ୍ରା, ବିବାହ, ପୂନେଇଁଠାରୁ ଆରମ୍ଭ କରି ଭୋଟ ସମାବେଶରେ ଶହ ଓ ହଜାର ସଂଖ୍ୟାରେ ଭିଡ଼ କରୋନାକୁ ନୂଆ ବିକଟାଳ ରୂପରେ ଉଭା କରାଇବାକୁ ଯାଉଛି। ପ୍ରଶାସନ, ସାମାଜିକ କର୍ମୀ ଓ ଗଣମାଧ୍ୟମଗୁଡ଼ିକ ଯଦି ପୂର୍ବଭଳି କାର୍ଯ୍ୟ କରିବେ, ଯଥେଷ୍ଟ ଉପକାର ମିଳିପାରିବାର ଆଶା କରାଯାଉଛି। ଟିକାକରଣକୁ ସାର୍ବଜନୀନ ଅଭିଯାନ କରାଯିବା ଭିତରେ କେତେକ ସ୍ଥାନରେ ଟିକା ନଷ୍ଟ ଭଳି ଚିନ୍ତାଜନକ ଖବର ମିଳିଛି। କରୋନା ମୁକାବିଲା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏ କ୍ଷେତ୍ରରେ ପ୍ରତିଟି ଲୋକଙ୍କ ସଚେତନତା ଓ ସମାଜ ପ୍ରତି ସମର୍ପିତ ସେବା ମନୋଭାବସମ୍ପନ୍ନ ଗୁରୁଦାୟିତ୍ୱ ରହିଛି।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ,
କଟକ, ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri