କାର୍ଯ୍ୟକ୍ଷମ ହେଉନି ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ

ଛତ୍ରପୁର,୨୫।୯(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରମୁଖ ବ୍ରହ୍ମପୁର ସହର ପାଇଁ ନିର୍ମିତ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ପରଠାରୁ ହିଁ କାର୍ଯ୍ୟକ୍ଷମ ହୋଇନି । ଫଳରେ ବର୍ଷବର୍ଷ ଧରି ଉକ୍ତ ନୂତନ ବସ୍‌ଷ୍ଟାଣ୍ଡକୁ ବସ୍‌ ଯାଉ ନ ଥିବାବେଳେ ସେଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ହୋଇଛି। ଅପରପକ୍ଷରେ ଜିଲାର ସଦରମହକୁମା ଛତ୍ରପୁର ସହରରେ ନିର୍ମିତ ନୂତନ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ହେବାର ୬ ବର୍ଷ ପରେ ଗତ କିଛି ଦିନ ପୂର୍ବେ ଏହା ସାମାନ୍ୟ କାର୍ଯ୍ୟକ୍ଷମ ହୋଇଛି । ଏହାପରେ ବ୍ରହ୍ମପୁର ସହର ପାଇଁ ଉଦ୍ଦିଷ୍ଟ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ କିଭଳି କାର୍ଯ୍ୟକ୍ଷମ ହେବ ସେ ଉପରେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ତତ୍ପରତା ଦେଖାଇ ଗୁରୁତ୍ୱ ଦେଉଥିବା ଜଣାପଡିଛି ା ଉଭୟ ଛତ୍ରପୁର ଓ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ସହରକୁ ଦୈନିକ ୪୫୦ରୁ ଊର୍ଦ୍ଧ୍ୱ ବସ୍‌ ଯାତାୟାତ କରିଥାଏ। ହଳଦିଆପଦର ବସ୍‌ଷ୍ଟାଣ୍ଡକୁ ଯିବା ପାଇଁ ରାସ୍ତାର ଡିଜାଇନ୍‌ରେ ତ୍ରୁଟି ଯୋଗୁ ଉକ୍ତ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟିଥିବା ନଜିର ରହିଛି ା ଯାହାକି ପ୍ରଶାସନ ମଧ୍ୟ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ପରଠାରୁ ହିଁ ସ୍ବୀକାର କରିଥିଲା। ରାସ୍ତା ଡିଜାଇନ୍‌ ଦର୍ଶାଇ ବସ ମାଲିକ ସଂଘ ଉକ୍ତ ଷ୍ଟାଣ୍ଡକୁ ବସ୍‌ ନେବା ଉଚିତ ମଣୁନାହିଁ ା ଅପରପକ୍ଷରେ ଛତ୍ରପୁର ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଛି। ଏବେ ହଳଦିଆପଦର ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ଜରୁରୀ ରହିଥିବା ବ୍ରହ୍ମପୁର ଏମ୍‌ପି ତଥା ପାର୍ଲାମେଣ୍ଟ ସଦସ୍ୟସ୍ତରୀୟ ସଡକ ସୁରକ୍ଷା କମିଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ କହିଛନ୍ତି ା କିଭଳି ଏହା କାର୍ଯ୍ୟକ୍ଷମ ହେବ ସେ ନେଇ ଜନପ୍ରତିନିଧି ଓ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ତାହା ଉପରେ ଗୁରୁତ୍ୱ ଦେଉଥିବା କୁହାଯାଇଛି। ହଳଦିଆପଦର ଫ୍ଲାଏ ଓଭର ନିର୍ମାଣ ହେଲେ ଏସବୁ ସମସ୍ୟା ସମାଧାନ ହେବା ସହ ସମସ୍ତ ବସ ଉକ୍ତ ଷ୍ଟାଣ୍ଡକୁ ଯାଇପାରିବ ା
ଆଉ ବ୍ରହ୍ମପୁର ସହରକୁ ଯିବନି ବୋଲି ଜଣାପଡିଛି ା ଟାଉନ ବସ୍‌ଗୁଡିକ ବ୍ରହ୍ମପୁର ସହର ଭିତରେ ଯାତାୟାତ କରିବ ା ଅନ୍ୟ ବସ୍‌ଗୁଡିକର ବିକଳ୍ପ ବ୍ୟବସ୍ଥା କରାଯିବ ା ବ୍ରହ୍ମପୁର ଏସ୍‌ପି ଓ ମହାନଗର ନିଗମ କମିଶନରଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି ା ସବୁ ଷ୍ଟେକ୍‌ହୋଲଡରମାନଙ୍କ ସହ ଆଲୋଚନା କରି ଚୂଡାନ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ
ଦିବ୍ୟଜ୍ୟୋତି ପରିଡା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri