କାର୍ଯ୍ୟକ୍ଷମ ହେଉନି ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ

ଛତ୍ରପୁର,୨୫।୯(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରମୁଖ ବ୍ରହ୍ମପୁର ସହର ପାଇଁ ନିର୍ମିତ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ପରଠାରୁ ହିଁ କାର୍ଯ୍ୟକ୍ଷମ ହୋଇନି । ଫଳରେ ବର୍ଷବର୍ଷ ଧରି ଉକ୍ତ ନୂତନ ବସ୍‌ଷ୍ଟାଣ୍ଡକୁ ବସ୍‌ ଯାଉ ନ ଥିବାବେଳେ ସେଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ହୋଇଛି। ଅପରପକ୍ଷରେ ଜିଲାର ସଦରମହକୁମା ଛତ୍ରପୁର ସହରରେ ନିର୍ମିତ ନୂତନ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ହେବାର ୬ ବର୍ଷ ପରେ ଗତ କିଛି ଦିନ ପୂର୍ବେ ଏହା ସାମାନ୍ୟ କାର୍ଯ୍ୟକ୍ଷମ ହୋଇଛି । ଏହାପରେ ବ୍ରହ୍ମପୁର ସହର ପାଇଁ ଉଦ୍ଦିଷ୍ଟ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ କିଭଳି କାର୍ଯ୍ୟକ୍ଷମ ହେବ ସେ ଉପରେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ତତ୍ପରତା ଦେଖାଇ ଗୁରୁତ୍ୱ ଦେଉଥିବା ଜଣାପଡିଛି ା ଉଭୟ ଛତ୍ରପୁର ଓ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ବ୍ରହ୍ମପୁର ସହରକୁ ଦୈନିକ ୪୫୦ରୁ ଊର୍ଦ୍ଧ୍ୱ ବସ୍‌ ଯାତାୟାତ କରିଥାଏ। ହଳଦିଆପଦର ବସ୍‌ଷ୍ଟାଣ୍ଡକୁ ଯିବା ପାଇଁ ରାସ୍ତାର ଡିଜାଇନ୍‌ରେ ତ୍ରୁଟି ଯୋଗୁ ଉକ୍ତ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟିଥିବା ନଜିର ରହିଛି ା ଯାହାକି ପ୍ରଶାସନ ମଧ୍ୟ ହଳଦିଆପଦର ନୂତନ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ପରଠାରୁ ହିଁ ସ୍ବୀକାର କରିଥିଲା। ରାସ୍ତା ଡିଜାଇନ୍‌ ଦର୍ଶାଇ ବସ ମାଲିକ ସଂଘ ଉକ୍ତ ଷ୍ଟାଣ୍ଡକୁ ବସ୍‌ ନେବା ଉଚିତ ମଣୁନାହିଁ ା ଅପରପକ୍ଷରେ ଛତ୍ରପୁର ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଛି। ଏବେ ହଳଦିଆପଦର ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ଜରୁରୀ ରହିଥିବା ବ୍ରହ୍ମପୁର ଏମ୍‌ପି ତଥା ପାର୍ଲାମେଣ୍ଟ ସଦସ୍ୟସ୍ତରୀୟ ସଡକ ସୁରକ୍ଷା କମିଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ କହିଛନ୍ତି ା କିଭଳି ଏହା କାର୍ଯ୍ୟକ୍ଷମ ହେବ ସେ ନେଇ ଜନପ୍ରତିନିଧି ଓ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ତାହା ଉପରେ ଗୁରୁତ୍ୱ ଦେଉଥିବା କୁହାଯାଇଛି। ହଳଦିଆପଦର ଫ୍ଲାଏ ଓଭର ନିର୍ମାଣ ହେଲେ ଏସବୁ ସମସ୍ୟା ସମାଧାନ ହେବା ସହ ସମସ୍ତ ବସ ଉକ୍ତ ଷ୍ଟାଣ୍ଡକୁ ଯାଇପାରିବ ା
ଆଉ ବ୍ରହ୍ମପୁର ସହରକୁ ଯିବନି ବୋଲି ଜଣାପଡିଛି ା ଟାଉନ ବସ୍‌ଗୁଡିକ ବ୍ରହ୍ମପୁର ସହର ଭିତରେ ଯାତାୟାତ କରିବ ା ଅନ୍ୟ ବସ୍‌ଗୁଡିକର ବିକଳ୍ପ ବ୍ୟବସ୍ଥା କରାଯିବ ା ବ୍ରହ୍ମପୁର ଏସ୍‌ପି ଓ ମହାନଗର ନିଗମ କମିଶନରଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି ା ସବୁ ଷ୍ଟେକ୍‌ହୋଲଡରମାନଙ୍କ ସହ ଆଲୋଚନା କରି ଚୂଡାନ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ
ଦିବ୍ୟଜ୍ୟୋତି ପରିଡା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri