ପୋଷ୍ଟମ୍ୟାନ୍‌ ସାଜିଛନ୍ତି ପୁଅ

ଢେଙ୍କାନାଳ ଅଫିସ୍‌, ୨୫।୯:  ‘ବାପ ଥିଲା ପୁଅ ସଭାରେ ହାରେନା’। ଓଡ଼ିଆ ଘରେ ପ୍ରଚଳିତ ଏହି ଆପ୍ତବାକ୍ୟ ହିଁ ଜନ୍ମଦାତାଙ୍କ ଗୁରୁତ୍ୱ ବଖାଣିବାକୁ ଯଥେଷ୍ଟ। ହେଲେ ପକ୍ଷାଘାତରେ ପୀଡ଼ିତ ବାପାଙ୍କ ପାଇଁ ଜଣେ ପୁଅ ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇଦେବା ଭଳି ଘଟଣା ଏବର ସମାଜରେ ବିରଳ। ଢେଙ୍କାନାଳ ସହରରୁ ଆସିଛି ଏଭଳି ଏକ ଦୃଶ୍ୟ, ଯେଉଁଠି ରୋଗଣା ବାପା ନବଘନ ଧୁଡୁକାଙ୍କ ପାଇଁ ପୁଅ ଭୋଜରାଜ ସାଜିଛନ୍ତି ପୋଷ୍ଟମ୍ୟାନ୍‌। ପୂର୍ବାହ୍ନ ୮ଟାରୁ ୫ଟା ଯାଏ ସରକାରୀ ଚାକିରି କରିଥିବା ବାପାଙ୍କୁ ସ୍କୁଟିରେ ବସାଇ ଘର ଘର ବୁଲି ସେ ବାଣ୍ଟୁଛନ୍ତି ଚିଠି। ଏଥିପାଇଁ ଏହି ମେଧାବୀ ଯୁବକଙ୍କୁ ପାଠପଢ଼ାରେ ବାନ୍ଧିବାକୁ ପଡ଼ିଛି ଡୋରି। ତଥାପି ସମୟ ଓ ପରିସ୍ଥିତିକୁ ସମ୍ମାନ ଜଣାଇ ସେ ଆଗେଇ ଚାଲିଛନ୍ତି କର୍ତ୍ତବ୍ୟ ପଥରେ।
ଢେଙ୍କାନାଳ ଜିଲା ମୁଖ୍ୟ ଡାକଘରେ ଡାକବାଲା (ପୋଷ୍ଟମ୍ୟାନ୍‌) ଭାବେ ୨୦୧୭ରୁ କାମ କରୁଛନ୍ତି ନବଘନ। ବରଗଡ଼ ଜିଲା ଗାଇସିଲଟ ଥାନା ଗୌରାଙ୍ଗମୁଣ୍ଡା ଗ୍ରାମରେ ତାଙ୍କ ପୈତୃକ ଘର ହୋଇଥିବାବେଳେ ସପରିବାର ଢେଙ୍କାନାଳ ଭାଗୀରଥି ବିହାରରେ ଏକ ଭଡ଼ାଘରେ ରହୁଛନ୍ତି। କରୋନାର ଭୟାବହତା ମଧ୍ୟରେ ମଧ୍ୟ କର୍ମରୁ ମୁହଁ ଫେରାଇ ନ ଥିଲେ ନବଘନ। ତେବେ ୨୦୨୦ ଅକ୍ଟୋବରରେ ତାଙ୍କ ଉପରେ ଛିଣ୍ଡିପଡ଼ିଲା ଦୁଃଖର ପାହାଡ଼। ଟାଣଖରାରେ ଚିଠି ବାଣ୍ଟୁଥିବାବେଳେ ଉଚ୍ଚ ରକ୍ତଚାପ ପାଇଁ ପକ୍ଷାଘାତର ଶିକାର ହେଲେ ସେ। ତାଙ୍କର ଡାହାଣ ପାର୍ଶ୍ୱ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଗଲା। ଦୀର୍ଘଦିନ ଧରି ଛୁଟିରେ ରହିଲେ। ଇତିମଧ୍ୟରେ ପରିବାରର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଲା। ତେଣୁ ଯନ୍ତ୍ରଣାକୁ ପଛରେ ପକାଇ ସେ କାମରେ ଯୋଗଦେଲେ। ତେବେ ପୂର୍ବ ଭଳି କାମ କରିବା ତାଙ୍କ ପକ୍ଷେ ଆଉ ସମ୍ଭବ ହେଲାନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ନବଘନ। ଏଭଳି କଠୋର ସମୟରେ ଆଶ୍ୱାସନା ଦେଲେ ଭୋଜରାଜ ଏବଂ ସାଜିଲେ ବାପାଙ୍କ ଆଶାବାଡ଼ି। ରାତି ପାହିଲେ ନିତ୍ୟକର୍ମ ସାରି ସକାଳ ୮ଟା ବେଳକୁ ଭୋଜରାଜ ସ୍କୁଟିରେ ବାପାଙ୍କୁ ବସାଇ ବାହାରିଯାଆନ୍ତି ଡାକଘରକୁ। ନବଘନଙ୍କ ପରାମର୍ଶକ୍ରମେ ଚିଠି, ପାର୍ସଲଗୁଡ଼ିକୁ କ୍ରମାନ୍ବୟରେ ସଜାଇ ରଖନ୍ତି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ଯାଏ ଉଭୟେ ସହର, ସହର ଉପକଣ୍ଠ ଗଁାରେ ଗଳିକନ୍ଦି ବୁଲି ସେଗୁଡ଼ିକୁ ବାଣ୍ଟନ୍ତି। ରୋଗଗ୍ରସ୍ତ ବାପାଙ୍କ ପରାମର୍ଶରେ ଡାକ ବାଣ୍ଟିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନିଷ୍ଠାର ସହ ତୁଲାଇ ଆସିଛନ୍ତି ଭୋଜରାଜ। ଯୁକ୍ତ ୩ ବିଜ୍ଞାନ ପାସ କରିବା ପରେ ପିଜି ପାଇଁ ପ୍ରସ୍ତୁତି କରୁଥିବାବେଳେ ଏଭଳି କଷ୍ଟକର ସମୟର ସମ୍ମୁଖୀନ ହୋଇଥିଲେ ସେ। ଏଥିପାଇଁ ତାଙ୍କ ଉଚ୍ଚଶିକ୍ଷା ଅଧୁରା ରହିଯାଇଛି। ତଥାପି ସମୟର ଆହ୍ବାନକୁ ସ୍ବୀକାର କରି ସେ ନିଭାଇ ଚାଲିଛନ୍ତି ଦାୟିତ୍ୱ। ଏବେକାର ସମୟରେ ସାମାନ୍ୟ ସମ୍ପତ୍ତି ପାଇଁ ସମ୍ପର୍କ ମଳିନ ପଡୁଥିବାବେଳେ ବାପ-ପୁଅଙ୍କ ଏଭଳି ସମ୍ପର୍କକୁ ପ୍ରଶଂସା କରିଛନ୍ତି ସହରବାସୀ, ଡାକଘର କର୍ମଚାରୀ ଏବଂ ବୁଦ୍ଧିଜୀବୀ।
ଏ ସଂକ୍ରାନ୍ତରେ ନବଘନ କୁହନ୍ତି, ୨୦୨୦ରେ ସାଇକେଲରେ ଚିଠି ବାଣ୍ଟିବା ବେଳେ ପକ୍ଷାଘାତର ଶିକାର ହେଲି। ମୁହଁ ବଙ୍କା ହୋଇଗଲା। ଜଣେ ମହିଳା ଏବଂ ତାଙ୍କ ସ୍ବାମୀ ଡାକ କର୍ମଚାରୀଙ୍କୁ ସୂଚନା ଦେବା ପରେ ସେମାନେ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ କଟକ ସ୍ଥାନାନ୍ତର କରାଗଲା। ଏବେ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଭଲ ଅଛି। ପୁଅ ସହାୟତାରେ ଡାକଘର କାମ କରିବା ସହ ଚିଠି ବାଣ୍ଟୁଛି। ଭୋଜରାଜ କୁହନ୍ତି, ବାପା ସବୁବେଳେ ପାଠ ପଢ଼ିବା ପାଇଁ ପ୍ରୋତ୍ସାହିତ କରୁଥିଲେ। କିନ୍ତୁ ତାଙ୍କ ଅବସ୍ଥା ଦେଖିବା ପରେ ଚାକିରିଟା ନିହାତି ଜରୁରୀ ବୋଲି ଅନୁଭବ ହେଲା। ତାଙ୍କୁ ସହାୟତା କରି ଖୁସି ଲାଗୁଛି। ଡେପୁଟି ପୋଷ୍ଟମାଷ୍ଟର ଅଶୋକ କୁମାର ନନ୍ଦ କୁହନ୍ତି, ନବଘନଙ୍କ ବାମପାର୍ଶ୍ୱ ଅଙ୍ଗ କାମ କରୁ ନ ଥିବା ସତ୍ତ୍ୱେ ସେ ଦାୟିତ୍ୱରେ ଖିଲାପ କରିନାହାନ୍ତି। କାର୍ଯ୍ୟରେ ତାଙ୍କ ମେଧାବୀ ପୁଅ ସହଯୋଗ କରୁଛନ୍ତି। ଦୁହେଁ ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ ଘରୁ ଯୁବକଙ୍କ ମୃତଦେହ ଜବତ: ହତ୍ୟା ସନ୍ଦେହ, ରାସ୍ତାରୋକୋ କଲେ ଲୋକେ

ନୟାଗଡ଼ ଅଫିସ,୩୧ା୫: ନୟାଗଡ଼ ଟାଉନ ଥାନା ଘଡୁଆଳ ଛକରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ କଇଥଗାଡ଼ିଆ ଗାଁ ସଭାପତି ବିଜୟ...

ସ୍ବାସ୍ଥ୍ୟ ସେବା ସ୍ଥିତି ପରଖିଲେ ବିଧାନସଭା ଷ୍ଟାଣ୍ଡିଂ କମିଟି

ରାଇରଙ୍ଗପୁର/ବିଶୋଇ,୮ା୧୧(ଡି.ଏନ୍‌.ଏ.): ବିଧାନସଭା ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ଗୁରୁବାର ରାଇରଙ୍ଗପୁର ଓ ବିଶୋଇ ଗସ୍ତ କରି ସ୍ବାସ୍ଥ୍ୟସେବା ପରଖିଛନ୍ତି। ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ...

ଟଙ୍କା ଲୋଭରେ ନାବାଳକ ଘଟାଉଛନ୍ତି ଅପରାଧ

ବ୍ରହ୍ମପୁର ଅଫିସ,୧୮ା୭-ଏବେ ସମସ୍ତେ ଏକ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବିତାଇବା ପାଇଁ ଇଚ୍ଛା କରୁଛନ୍ତି। ଏଥିପାଇଁ କିଏ କଠିନ ପରିଶ୍ରମ କରୁଛି ତ ଆଉ କେହି...

୪ ଦିନ ହେଲା ପାନୀୟଜଳ ଯୋଗାଣ ବନ୍ଦ

କେନ୍ଦୁଝର, ୨୮ା୧୨(ସ୍ବ.ପ୍ର.) କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳକୁ ୪ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ସାହିବାସୀ ନାହିଁ ନ ଥିବା ଅସୁବିଧାର...

ମହିଳାଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ...

ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାଙ୍କ ଜୀବନ

ଲହଣୀପଡ଼ା,୨୫।୧୦(ଡି.ଏନ.ଏ): ପୁଅର ଠେଙ୍ଗା ମାଡ଼ରେ ବାପର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁଡେଇକଳା ପଞ୍ଚାୟତ ଘଣିଘଷା...

ବଚସାକୁ ନେଇ ଯବାନଙ୍କ ଘରେ ବୋମାମାଡ଼

ଖୋର୍ଦ୍ଧା ଅଫିସ,୨୫ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ମଳିପଡ଼ା ଗ୍ରାମର ଜଣେ ଯବାନଙ୍କ ଘରେ ଶୁକ୍ରବାର ରାତିରେ ବୋମାମାଡ଼ ହୋଇଛି। ସାମାନ୍ୟ ବଚସାକୁ ନେଇ...

କରୋନା ମୁକାବିଲା: ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲା ଓଲଟପୁର ପୋଲିସ

କଣ୍ଟାପଡ଼ା, ୧୭।୪(ଡି.ଏନ୍‌.ଏ.): ମହାମାରୀ କରୋନାରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ...

Advertisement
Archives

Model This Week