ନୂଆ ଏସୀୟ ବ୍ୟବସ୍ଥା

ମହମ୍ମଦ ସୋଲିମାନ

 

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଗଢ଼ିତୋଳିବାରେ ବିଚାର କରିଥିଲେ। ସେ ଏକ ରଣନୀତିକ ଢାଞ୍ଚା ଗଢ଼ିଥିଲେ, ଯାହା ଭୂରାଜନୈତିକ ତଥା ଆର୍ଥିକ ଏକତାର ପୂର୍ବାଭାସ ଥିଲା ଏବଂ ଏବେ ଏସିଆ ଓ ଆଫ୍ରିକାର କେତେକ ଅଞ୍ଚଳରେ ତାହା ଦେଖିବାକୁ ମିଳୁଛି। ଦକ୍ଷିଣ ଏସିଆ ଓ ମଧ୍ୟପୂର୍ବ ଦେଶଗୁଡ଼ିକ ପଶ୍ଚିମ ଏସିଆରେ ସାମିଲ ହୋଇଥିବାରୁ, ଏକ ନୂଆ ମହାଦେଶୀୟ ବ୍ୟବସ୍ଥା ସେମାନଙ୍କ ଶକ୍ତିରେ ବୈଶ୍ୱିକ ସମନ୍ବୟ ପୁନର୍ଗଠନ କରିପାରିଲା। ଅଗଷ୍ଟ ୨୦୦୭ରେ ତାଙ୍କ ପ୍ରଥମ ଭାରତଗସ୍ତ ସମୟରେ ଆବେ ‘ଦୁଇ ସାଗରର ସଙ୍ଗମ’ଶୀର୍ଷକ ବକ୍ତବ୍ୟ ଭାରତର ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିଲେ, ଯାହା ଥିଲା ଲାଭଦାୟକ। ବକ୍ତବ୍ୟର ଏହି ଶୀର୍ଷକ ୧୬୫୫ରେ ମୋଗଲ ରାଜକୁମାର ଦାରା ଶିକୋଙ୍କ ଲିଖିତ ପୁସ୍ତକରୁ ଆବେ ଉଦ୍ଧାର କରିଥିଲେ, ଯାହା ଇସଲାମ ଏବଂ ପଡ଼ୋଶୀ ରାଷ୍ଟ୍ରର ଧର୍ମ ଓ ସଭ୍ୟତା ନିର୍ମାତା ଭାବେ ଇସଲାମ ଓ ହିନ୍ଦୁ ଧର୍ମରେ ଥିବା ସମାନତାକୁ ଉପସ୍ଥାପନ କରିଥିଲା। ପ୍ରଶାନ୍ତ ଓ ଭାରତ ମହାସାଗର ମଧ୍ୟରେ ବି ବହୁ ସମାନତା ଅଛି ବୋଲି ଆବେ ଦର୍ଶାଇଥିଲେ। ସେ କହିଥିଲେ,ସ୍ବାଧୀନତା ଓ ସମୃଦ୍ଧିର ଉକ୍ତ ସାଗରଗୁଡ଼ିକର ପରିବର୍ତ୍ତନ କେବଳ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ବା ଇଣ୍ଡୋ ପାସିଫିକକୁ ବଦଳାଇବ ନାହିଁ, ବରଂ ପୂରା ଏସିଆକୁ ପରିବର୍ତ୍ତନ କରିଦେବ।
କିନ୍ତୁ ଗତବର୍ଷ ଜୁଲାଇରେ ଆବେଙ୍କୁ ହତ୍ୟା କରାଯାଇଥିଲା। ଦେଖିବାକୁ ଗଲେ ସେ ସମୁଦ୍ର ସମ୍ପର୍କିତ ବକ୍ତବ୍ୟ ଠାରୁ ଅଧିକ ଚିନ୍ତାକରିଥିଲେ। ତାଙ୍କର ବ୍ୟାପକ ଲକ୍ଷ୍ୟ ଥିଲା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଓ ଜାପାନ ମଧ୍ୟରେ ଏକ ସବୁଠୁ ପରିଣାମୀ ଦ୍ୱିପାକ୍ଷିକ ସମ୍ପର୍କ ଗଢିବା । ଚାଇନାର ଉତ୍‌ଥାନର ବୈଶ୍ୱିକ ଓ ଆଞ୍ଚଳିକ ପ୍ରଭାବକୁ ଚିହ୍ନଟ କରିଥିବା ଆବେ ପ୍ରଥମ ଏସୀୟ ନେତା ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ନୂଆ ଶକ୍ତି ସମନ୍ବୟ ସୃଷ୍ଟି କରିବାରେ ଥିଲେ ଜଣେ ଅଗ୍ରଦୂତ। ଇଣ୍ଡୋ ପାସିଫିକର ଭୂରାଜନୈତିକ ଦୃଷ୍ଟିକୋଣକୁ ସମ୍ପ୍ରସାରିତ କରିବା ସହ ତାହାକୁ ପଶ୍ଚିମାମୁୁଖୀ କରି ଭାରତ ମହାସାଗର ଆଡକୁ ବଢ଼ାଇଥିଲେ। ଏହା କରି ଆଞ୍ଚଳିକ ରଣନୀତିକ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାରେ ସେ ସାହାଯ୍ୟ କରିଥିଲେ। ୨୦୦୭ର ଆବେଙ୍କ ବକ୍ତବ୍ୟ ସେତେବେଳେ ଓ୍ବାଶିଂଟନରେ ଜ୍ଞାନାଭାବକୁ ସାମ୍‌ନାକୁ ଆଣିଥିଲା, କାରଣ ତାଙ୍କ ଦୃଷ୍ଟିକୋଣ ସମ୍ପର୍କରେ ଆମେରିକା ଚିନ୍ତା କରିପାରି ନ ଥିଲା। ଆମେରିକା ସେତେବେଳେ ସନ୍ତ୍ରାସବାଦ ବିରୋଧୀ ଯୁଦ୍ଧକୁ ନେଇ ଅସୁବିଧାରେ ଗତି କରୁଥିଲା। ଲମ୍ବା ସମୟ ଧରି ତାହା ବ୍ୟୟବହୁଳ ଇରାକ ଓ ଆଫଗାନିସ୍ତାନରେ ଯୁଦ୍ଧରେ ଲିପ୍ତ ଥିଲା। ତେବେ ସେ ସମୟରେ ଆବେ ଚାଇନାର ପାରସ୍ପରିକ ସହଯୋଗକୈନ୍ଦ୍ରିକ ବିଶ୍ୱ ଗଠନ ମନୋଭାବର ବିରୋଧୀ ଭାବେ ସାମ୍‌ନାକୁ ଆସିଥିଲେ। ଜାପାନର ଚୁକ୍ତିରେ ଇଣ୍ଡୋ ପାସିଫିକକୁ ପୁନର୍ବିଚାର କରିବାକୁ ଚାହଁିଥିଲେ। ସମଗ୍ର ୟୁରାସିଆନ୍‌ ଏବଂ ଆଫ୍ରିକାନ୍‌ ରିମ୍‌ଲାଣ୍ଡରେ ବ୍ୟାପକ ପ୍ରତିରକ୍ଷା ଓ ବାଣିଜି୍ୟକ ଚୁକ୍ତି ମାଧ୍ୟମରେ ସହଯୋଗ ବଢାଇ ସମଗ୍ର ଏସିଆର ଦୃଷ୍ଟିକୋଣକୁ ଅନୁଭବ କରିବା ଆବେ ଓ ତାଙ୍କ ଉତ୍ତରାଧିକାରୀମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଦୃଷ୍ଟିକୋଣର କେନ୍ଦ୍ରରେ ଭାରତ- ପ୍ରଶାନ୍ତମହାସାଗରୀୟ ଶକ୍ତିକୁ ସ୍ଥାପିତ କରି ସେମାନେ ଊନବିଂଶ ଶତାବ୍ଦୀର ଆମେରିକୀୟ ଆଡମିରାଲ ଆଲଫ୍ରେଡ୍‌ ମାହାନ ଏବଂ ବ୍ରିଟିଶ ଐତିହାସିକ ଜୁଲିଆନ କର୍ବେଟଙ୍କ ଅନ୍ତର୍ଦୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ। ମାହାନ ଏବଂ କର୍ବେଟ ଆଧୁନିକ ନୌରଣନୀତିର ବିନ୍ଧାଣୀ ଥିଲେ। ଜାତୀୟ କ୍ଷେତ୍ରରେ ଅତି ଦରକାରୀ ଉତ୍ସ ଭାବେ ସେମାନେ ସାମୁଦ୍ରିକ ଶକ୍ତିକୁ ଦେଖିତ୍ଥିଲେ। ସମାଦ୍ରିକ ଶକ୍ତି ସମ୍ପର୍କରେ ମାହାନ ଏବଂ କର୍ବେଟଙ୍କ ଲେଖା ସମେତ ବିଂଶ ଶତାବ୍ଦୀର ରାଜନୈତିକ ବିଶେଷଜ୍ଞ ନିକୋଲାସ ସ୍ପିକମ୍ୟାନଙ୍କ ଭୂରାଜନୈତିକ ଦୃଷ୍ଟିକୋଣ ଆବେଙ୍କ ବ୍ୟାପକ ଏସିଆ ଦୃଷ୍ଟିକୋଣ ପାଇଁ ବୌଦ୍ଧିକ ଭିତ୍ତିଭୂମି ଯୋଗାଇଦେଇଥିଲା।
ଏବେ ଆବେଙ୍କ ଇଣ୍ଡୋ-ପାସିଫିକ୍‌ର ସର୍ଜନା ଏବେ ଚତୁର୍ରାଷ୍ଟ୍ରୀୟ ସୁରକ୍ଷା ଆଲୋଚନାକୁ ବାଟ କଢ଼ାଇ ନେଇଛି। ଏହା କ୍ୱାଡ୍‌ ନାମରେ ଜଣାଶୁଣା। ଏହା ଏକ ମାନବୀୟ ଅଭିଯାନରୁ ସୃଷ୍ଟି ହୋଇଥିଲା। ୨୦୦୪ରେ ଇଣ୍ଡୋନେସିଆରେ ବିଧ୍ୱଂସକ ସୁନାମି ପରେ ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ଜାପାନ ମିଳିତ ଭାବେ ରିଲିଫ କାର୍ଯ୍ୟ ସଞ୍ଚାଳନ କରୁଥିବା ସମୟରେ କ୍ୱାଡ ଚିନ୍ତା କରାଯାଇଥିଲା। ୨୦୧୭ରେ ଆବେ ପୁନର୍ନିବାଚିତ ହେବା ପରେ ତାଙ୍କ ଭୂରାଜନୈତିକ ଦୃଷ୍ଟିକୋଣ ପାଇଁ ଏହାକୁ ପୁନର୍ବାର ଏକ ପ୍ରେରକ ଭାବେ ପ୍ରସ୍ତାବ ବାଢ଼ିଥିଲେ। କିନ୍ତୁ କ୍ୱାଡ ଥିଲା ଆରମ୍ଭ ମାତ୍ର। ଏହା ପରେ ଅନେକ କ୍ଷେତ୍ରରେଏହାକୁ ଅନୁସରଣ କରାଯାଇଛି। ଏସବୁ ମଧ୍ୟରେ ଅଷ୍ଟ୍ରେଲିଆ, ଆମେରିକା ଓ ଇଂଲଣ୍ଡ ମଧ୍ୟରେ ଅକୁସ ପ୍ରତିରକ୍ଷା ଚୁକ୍ତି; ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ମଧ୍ୟ ତ୍ରିପାକ୍ଷିକ ରଣନୀତିକ ଆଲୋଚନା; ଅଷ୍ଟ୍ରେଲିଆ, ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ତ୍ରିଦେଶୀୟ ସହଯୋଗ ଏବଂ ଇଟାଲୀ- ଜାପାନ- ଇଂଲଣ୍ଡ ମଧ୍ୟରେ ଫାଇଟର ଜେଟ୍‌ ପ୍ରୋଜେକ୍ଟ ଅନ୍ୟତମ। ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳଗୁଡ଼ିକରେ ସ୍ଥିରତା ଏବଂ ସୁରକ୍ଷା ବୃଦ୍ଧି କରିବା ପାଇଁ ଏ ସମସ୍ତ ପଦକ୍ଷେପର ଲକ୍ଷ୍ୟ ରହିଛି। ଏହି ଅଞ୍ଚଳ କିଭଳି ଏକ ରଣନୀତିକ ଭୌଗୋଳିକ କ୍ଷେତ୍ରରେ ପରିବର୍ତ୍ତନ ହେଉଛି ତାହା ବି ଦର୍ଶାଉଛି।
ଇରାକ ଯୁଦ୍ଧ ପରେ ଏବଂ ଆରବ ଦେଶଗୁଡ଼ିକରେ ସରକାରଙ୍କ ବିରୋଧରେ ଦେଖାଯାଇଥିବା ସଶସ୍ତ୍ର ବିଦ୍ରୋହ ପରେ ଆରବ ଦେଶଗୁଡ଼ିକ ସେମାନଙ୍କ ମେଣ୍ଟ ଓ ଭାଗୀଦାରିକୁ ସମ୍ପ୍ରସାରିତ କରିବା ସହ ଆମେରିକା,ଏସୀୟ ଦେଶ ଯଥା ଚାଇନା, ଜାପାନ, ଭାରତ, ଇଣ୍ଡୋନେସିଆ ଏବଂ ଦକ୍ଷିଣ କୋରିଆ ଉପରେ ନିର୍ଭରଶୀଳତା ହ୍ରାସ କରି ନିଜର ଅଭାବ ପୂରଣ କରିବା ସକାଶେ ଆଗେଇଛନ୍ତି। ଉଦାହରଣସ୍ବରୂପ, ସଂଯୁକ୍ତ ଆରବ ସଂଘ( ୟୁଏଇ) ଓ ସାଉଦି ଆରବ ଏବେ ଭାରତର ଯଥାକ୍ରମେ ତୃତୀୟ ଓ ଚତୁର୍ଥ ବାଣିଜି୍ୟକ ଭାଗୀଦାରି। ଜାପାନ ଟେକ୍‌ନୋଲୋଜି, ସ୍ବଚ୍ଛ ଶକ୍ତି ଓ ମହାକାଶ ଗବେଷଣା କ୍ଷେତ୍ରରେ ଏକ ବିଶ୍ୱସ୍ତ ଆଞ୍ଚଳିକ ନେତୃତ୍ୱ ପାଲଟିଛି। ବର୍ତ୍ତମାନ ଇଜିପ୍ଟ ଓ ପ୍ରାଚ୍ୟ ଦେଶଗୁଡ଼ିକୁ ଟେକ୍‌ନୋଲୋଜି ଓ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଦକ୍ଷିଣ କୋରିଆ ହେଉଛି ଏକ ପ୍ରମୁଖ ଦେଶ। ପ୍ରତିରକ୍ଷା ଓ ବାଣିଜ୍ୟ ଚୁକ୍ତିକୁ ମଜଭୁତ କରିବା ସହ ଶକ୍ତି ବୃଦ୍ଧି କରି ପ୍ରାଚ୍ୟ ଦେଶଗୁଡ଼ିକ ମଧ୍ୟପ୍ରାଚ୍ୟର ଏକତା ଓ ଏସୀୟ ଆର୍ଥିକ କ୍ଷେତ୍ରକୁ ଗତିଶୀଳ କରିଛି।
ଆବେ ଚାଇନାର କ୍ଷମତା ବୃଦ୍ଧିକୁ ରୋକିବା ପାଇଁ ଏସିଆ ପ୍ରଶାନ୍ତମହାସାଗରୀୟ ଅଞ୍ଚଳ, ରଣନୀତି ଦ୍ୱାରା ପ୍ରୟାସ କରୁଥିଲା ବେଳେ ଏବଂ ଅନେକ ବିଶେଷଜ୍ଞ (ମୁଁ ମଧ୍ୟ ଏଥିରେ ସାମିଲ) ଆଞ୍ଚଳିକ ଶକ୍ତି ମଧ୍ୟରେ ସନ୍ତୁଳନ ପ୍ରତିଷ୍ଠା କରିବା ସକାଶେ ଚେଷ୍ଟା କରି ଆସୁଅଛୁ। ମଧ୍ୟପ୍ରାଚ୍ୟର ଭୂୂରାଜନୈତିକ କ୍ଷେତ୍ରକୁ ସମ୍ପ୍ରସାରିତ କରି ସେଥିରେ ଭାରତ ଏବଂ ଅନ୍ୟ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ସାମିଲ କରି ଏହା କରିବାକୁ ପ୍ରୟାସ ଜାରି ରହିଛି। ଇସ୍ରାଏଲ, ୟୁଏଇ ଓ ବାହାରିନ ମଧ୍ୟରେ ଆବ୍ରାହମ୍‌ ଚୁକ୍ତି; ନେଗେଭ ଫୋରମ, ଆଇ୨ ୟୁ୨ (ଭାରତ, ଇସ୍ରାଏଲ ଏବଂ ଆମେରିକା ଓ ୟୁଏଇ) ଏବଂ ଫ୍ରାନ୍ସ, ୟୁଏଇ ଓ ଭାରତ ମଧ୍ୟରେ ତ୍ରିପାକ୍ଷିକ ଢାଞ୍ଚା ସବୁ ଭାରତ, ଇସ୍ରାଏଲ ଏବଂ ଆରବ ଦେଶଗୁଡ଼ିକ ମଧ୍ୟରେ ଏକ ଇଣ୍ଡୋ -ଆବ୍ରାହାମିକ୍‌ ମେଣ୍ଟର ପ୍ରତିବଦ୍ଧତାକୁ ସୂଚିତ କରେ। ମଧ୍ୟପ୍ରାଚ୍ୟର ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରକୁ ଭାରତ ପ୍ରବେଶ କରିଛି। ‘ଦୁଇ ସାଗରର ସଙ୍ଗମ’ ଅଭିଭାଷଣରେ ଆବେ ଯାହା ଉପସ୍ଥାପନ କରିଥିଲେ ଏହା ତାହାର ଏକ ଦ୍ରୁତ ଅଗ୍ରଗତିକୁ ପ୍ରତିପାଦିତ କରିଛି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ପଶ୍ଚିମ ଏସିଆର ମଧ୍ୟପ୍ରାଚ୍ୟ ଓ ଆରବ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କରୁ ବୁଝାପଡ଼ୁଛି ଯେ, ଏକ ନୂଆ ମହାଦେଶୀୟ ଏସୀୟ ବ୍ୟବସ୍ଥା ଗଢ଼ିଉଠିବା ଆରମ୍ଭ ହୋଇଛି।
ବୈଶ୍ୱିକ ରଣନୀତି ପରାମର୍ଶଦାତା,
ମ୍ୟାକ୍‌- ଲାର୍ଟି ଆସୋସିଏଟସ୍‌


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri