ଅବହେଳିତ ଜୁଆଙ୍ଗ ଜନଜାତି

କେନ୍ଦୁଝର, ୩୧।୧(ଡି.ଏନ୍‌.ଏ.) ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ଅବହେଳିତ ହୋଇ ରହିଛନ୍ତି। ପାହାଡ ଓ ଜଙ୍ଗଲ ଘେରା ମଧ୍ୟରେ ରହି ଆସୁଥିବା ଏହି ଜନଜାତି ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ବିକାଶ ସ୍ରୋତରେ ପୂର୍ଣ୍ଣମାତ୍ରାରେ ସାମିଲ ହୋଇପାରିନାହାନ୍ତି। ଏମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ତଦାରଖ ଅଭାବରୁ ସଫଳତା ମିଳିପାରୁ ନାହିଁ। ତେବେ କାଗଜପତ୍ରରେ ଯୋଜନା ସଫଳତା ଲାଭ କରୁଥିବା ଦର୍ଶାଯାଉଛି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଘଟଗଁା ବ୍ଲକରେ ୧୪୮ଟି ଜୁଆଙ୍ଗ ଗ୍ରାମ ରହିଛି। ସରକାରୀ ସର୍ଭେ ଅନୁଯାୟୀ ୪୫୭୫ଟି ଜୁଆଙ୍ଗ ପରିବାରରେ ୨୧,୧୪୬ ଜଣ ଜୁଆଙ୍ଗ ରହୁଛନ୍ତି। ଜୁଆଙ୍ଗମାନଙ୍କ ବାର୍ଷିକ ଜନସଂଖ୍ୟା ବୃଦ୍ଧି ୨.୬ ପ୍ରତିଶତ ଥିବାବେଳେ ସାକ୍ଷରତା ହାର ପ୍ରାୟ ୧୨.୨୪ ପ୍ରତିଶତ ବୋଲି ଜଣାପଡିଛି। ବହୁ ଜୁଆଙ୍ଗ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ ଏଣୁ ସ୍ବାସ୍ଥ୍ୟସେବା ସେମାନଙ୍କ ପାଇଁ ଅପହଞ୍ଚ ହୋଇପଡୁଛି। ରୋଗୀକୁ ଭାରରେ ବୋହି ଡାକ୍ତରଖାନାକୁ ଆଣିବାକୁ ପଡିଥାଏ ଫଳରେ ଅନେକ ରୋଗୀଙ୍କର ବାଟରେ ମୃତ୍ୟୁ ଘଟିଥାଏ। ଜୁଆଙ୍ଗମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଥମଥର ୧୯୭୮ ମସିହାରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାଠାରେ ପ୍ରତିଷ୍ଠା ହୋଇଥିଲା ‘ଜୁଆଙ୍ଗ ଉନ୍ନୟନ ସମିତି’। ପ୍ରଥମେ ୭ଟି ଜୁଆଙ୍ଗ ଗ୍ରାମକୁ ଏଥିରେ ସାମିଲ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ୧୯୯୬ରେ ୩୨ଟି ଗ୍ରାମକୁ ସାମିଲ କରାଯାଇଥିଲା। ଅଦ୍ୟାବଧି ଏହି ପ୍ରକଳ୍ପରେ ଆଉ କୌଣସି ଗ୍ରାମକୁ ସାମିଲ କରାଯାଇ ନ ଥିବା ଜଣାପଡିଛି। ଫଳରେ ଅବଶିଷ୍ଟ ପ୍ରାୟ ୧୧୬ଟି ଜୁଆଙ୍ଗ ଗ୍ରାମ ଏହି ଜୁଆଙ୍ଗ ଉନ୍ନୟନ ସମିତିରେ ସାମିଲ ହୋଇ ପାରିନାହିଁ। ଏନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ଜୁଆଙ୍ଗ ଗ୍ରାମଗୁଡିକୁ ସରକାର ଅବହେଳା ପ୍ରଦର୍ଶନ କରି ଉକ୍ତ ସମିତିରେ ସାମିଲ କରୁନଥିବାରୁ ସେମାନଙ୍କ ବିକାଶରେ ବାଧା ଉପୁଜିଛି।
ଜୁଆଙ୍ଗମାନଙ୍କ ବିକାଶ ପାଇଁ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ଆଇଟିଡିଏ, ବ୍ଲକ, ପଞ୍ଚାୟତ ଆଦି ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଜୁଆଙ୍ଗମାନଙ୍କୁ ମିଳୁନଥିବା ଅଭିଯୋଗ ହେଉଛି। କାମଧନ୍ଦା ନ ପାଇ ଓ ଆର୍ଥିକ ଅନଟନ ଯୋଗୁ ବହୁ ଜୁଆଙ୍ଗ ଦାଦନ ଖଟିବାକୁ ଦୂରଦୂରାନ୍ତକୁ ଯାଉଥିବାବେଳେ ଆଉ କେହି ପର ଘରେ ମୂଲ ଲାଗୁଛନ୍ତି। ପରିବାରର ଆର୍ଥିକ ଅନଟନ ଯୋଗୁ ପିଲାମାନେ ପାଠପଢା ଛାଡି ଗାଈ, ଛେଳି ଚରାଇବା, ଶିଶୁ ଶ୍ରମିକ କାମରେ ନିୟୋଜିତ ହେଉଛନ୍ତି। ଏନେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଜନ ଥମ୍ବ କହିଛନ୍ତି, ଜୁଆଙ୍ଗମାନଙ୍କ ବିକାଶ ପାଇଁ ସବୁ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି। ଜୁଆଙ୍ଗ ଅଧ୍ୟୁଷିତ ଅଞ୍ଚଳର ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri