ଅବହେଳିତ ଜୁଆଙ୍ଗ ଜନଜାତି

କେନ୍ଦୁଝର, ୩୧।୧(ଡି.ଏନ୍‌.ଏ.) ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ଅବହେଳିତ ହୋଇ ରହିଛନ୍ତି। ପାହାଡ ଓ ଜଙ୍ଗଲ ଘେରା ମଧ୍ୟରେ ରହି ଆସୁଥିବା ଏହି ଜନଜାତି ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ବିକାଶ ସ୍ରୋତରେ ପୂର୍ଣ୍ଣମାତ୍ରାରେ ସାମିଲ ହୋଇପାରିନାହାନ୍ତି। ଏମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ତଦାରଖ ଅଭାବରୁ ସଫଳତା ମିଳିପାରୁ ନାହିଁ। ତେବେ କାଗଜପତ୍ରରେ ଯୋଜନା ସଫଳତା ଲାଭ କରୁଥିବା ଦର୍ଶାଯାଉଛି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଘଟଗଁା ବ୍ଲକରେ ୧୪୮ଟି ଜୁଆଙ୍ଗ ଗ୍ରାମ ରହିଛି। ସରକାରୀ ସର୍ଭେ ଅନୁଯାୟୀ ୪୫୭୫ଟି ଜୁଆଙ୍ଗ ପରିବାରରେ ୨୧,୧୪୬ ଜଣ ଜୁଆଙ୍ଗ ରହୁଛନ୍ତି। ଜୁଆଙ୍ଗମାନଙ୍କ ବାର୍ଷିକ ଜନସଂଖ୍ୟା ବୃଦ୍ଧି ୨.୬ ପ୍ରତିଶତ ଥିବାବେଳେ ସାକ୍ଷରତା ହାର ପ୍ରାୟ ୧୨.୨୪ ପ୍ରତିଶତ ବୋଲି ଜଣାପଡିଛି। ବହୁ ଜୁଆଙ୍ଗ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ ଏଣୁ ସ୍ବାସ୍ଥ୍ୟସେବା ସେମାନଙ୍କ ପାଇଁ ଅପହଞ୍ଚ ହୋଇପଡୁଛି। ରୋଗୀକୁ ଭାରରେ ବୋହି ଡାକ୍ତରଖାନାକୁ ଆଣିବାକୁ ପଡିଥାଏ ଫଳରେ ଅନେକ ରୋଗୀଙ୍କର ବାଟରେ ମୃତ୍ୟୁ ଘଟିଥାଏ। ଜୁଆଙ୍ଗମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଥମଥର ୧୯୭୮ ମସିହାରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାଠାରେ ପ୍ରତିଷ୍ଠା ହୋଇଥିଲା ‘ଜୁଆଙ୍ଗ ଉନ୍ନୟନ ସମିତି’। ପ୍ରଥମେ ୭ଟି ଜୁଆଙ୍ଗ ଗ୍ରାମକୁ ଏଥିରେ ସାମିଲ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ୧୯୯୬ରେ ୩୨ଟି ଗ୍ରାମକୁ ସାମିଲ କରାଯାଇଥିଲା। ଅଦ୍ୟାବଧି ଏହି ପ୍ରକଳ୍ପରେ ଆଉ କୌଣସି ଗ୍ରାମକୁ ସାମିଲ କରାଯାଇ ନ ଥିବା ଜଣାପଡିଛି। ଫଳରେ ଅବଶିଷ୍ଟ ପ୍ରାୟ ୧୧୬ଟି ଜୁଆଙ୍ଗ ଗ୍ରାମ ଏହି ଜୁଆଙ୍ଗ ଉନ୍ନୟନ ସମିତିରେ ସାମିଲ ହୋଇ ପାରିନାହିଁ। ଏନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ଜୁଆଙ୍ଗ ଗ୍ରାମଗୁଡିକୁ ସରକାର ଅବହେଳା ପ୍ରଦର୍ଶନ କରି ଉକ୍ତ ସମିତିରେ ସାମିଲ କରୁନଥିବାରୁ ସେମାନଙ୍କ ବିକାଶରେ ବାଧା ଉପୁଜିଛି।
ଜୁଆଙ୍ଗମାନଙ୍କ ବିକାଶ ପାଇଁ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ଆଇଟିଡିଏ, ବ୍ଲକ, ପଞ୍ଚାୟତ ଆଦି ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଜୁଆଙ୍ଗମାନଙ୍କୁ ମିଳୁନଥିବା ଅଭିଯୋଗ ହେଉଛି। କାମଧନ୍ଦା ନ ପାଇ ଓ ଆର୍ଥିକ ଅନଟନ ଯୋଗୁ ବହୁ ଜୁଆଙ୍ଗ ଦାଦନ ଖଟିବାକୁ ଦୂରଦୂରାନ୍ତକୁ ଯାଉଥିବାବେଳେ ଆଉ କେହି ପର ଘରେ ମୂଲ ଲାଗୁଛନ୍ତି। ପରିବାରର ଆର୍ଥିକ ଅନଟନ ଯୋଗୁ ପିଲାମାନେ ପାଠପଢା ଛାଡି ଗାଈ, ଛେଳି ଚରାଇବା, ଶିଶୁ ଶ୍ରମିକ କାମରେ ନିୟୋଜିତ ହେଉଛନ୍ତି। ଏନେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଜନ ଥମ୍ବ କହିଛନ୍ତି, ଜୁଆଙ୍ଗମାନଙ୍କ ବିକାଶ ପାଇଁ ସବୁ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି। ଜୁଆଙ୍ଗ ଅଧ୍ୟୁଷିତ ଅଞ୍ଚଳର ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?