ଉପେକ୍ଷିତ ସେନା

ଆଜି ସେନାରେ ପ୍ରବଳ ମାତ୍ରାରେ ମାନବ ସମ୍ବଳର ଅଭାବ ଦେଖାଦେଲାଣି। ମନେପଡ଼େ ଅର୍ଦ୍ଧଶତାବ୍ଦୀର କିଛି ବର୍ଷ ପୂର୍ବେ ଭୁବନେଶ୍ୱର ଭଳି ଜାଗାରେ ଆର୍ମି ରିକ୍ରୁଟ୍‌ମେଣ୍ଟ ପରୀକ୍ଷା ସମୟରେ ଅନେକ ଦିନ ଧରି ଯୁବକମାନଙ୍କ ଭିଡ଼ ଲାଗି ରହୁଥିଲା। ଏପରିକି ସେହି ଆଶାୟୀମାନଙ୍କୁ ଶୃଙ୍ଖଳିତ କରିବାକୁ ଯାଇ ସ୍ଥାନୀୟ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ୁଥିଲା। ଆଜି ସେହି ପରିସ୍ଥିତିରେ ପରିବର୍ତ୍ତନ ଦେଖାଦେଇଛି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କର ‘ଅଗ୍ନିପଥ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ଯେଉଁଥିରେ କେତୋଟି ନିର୍ବାଚନମୁଖୀ ରାଜ୍ୟରେ ଯୁବକମାନଙ୍କୁ ସେନାରେ ଅସ୍ଥାୟୀ ଭାବେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଥିଲା। ସାଧାରଣରେ ଭାରତରେ ଯୁବପିଢ଼ିକୁ ନିଯୁକ୍ତି ମିଳିଲେ କୌଣସି ରାଜନୈତିକ ଦଳ କେବେହେଲେ ବିରୋଧ କରିବା କଥା ଜଣା ନ ଥିଲା। ହେଲେ ଅଗ୍ନିପଥ ଯୋଜନାକୁ ପ୍ରବଳ ବିରୋଧ ହୋଇଥିଲା। କାରଣ ସମସ୍ତେ ସେତେବେଳେ ବୁଝିଥିଲେ ଯେ, ମୂଳ କାର୍ଯ୍ୟକ୍ରମ ଅଗ୍ନିପଥର ଉଦ୍ଦେଶ୍ୟ ମନ୍ଦ ଥିବାରୁ ମାତ୍ର ୪ ବର୍ଷ ପାଇଁ ଚାକିରି ପାଇଗଲେ ଭାରତର ଅସଂଖ୍ୟ ଗରିବ ଯୁବକଙ୍କର ଅର୍ଥନୀତିରେ ପରିବର୍ତ୍ତନ ଆସିବ ନାହିଁ। ସେହି କାର୍ଯ୍ୟକ୍ରମରେ କୁହାଯାଇଥିଲା ଯେ,ସାଢେ ୧୭ ବର୍ଷରୁ ୨୩ ବର୍ଷ ବୟସ୍କ ଯୁବକ ଅଗ୍ନିବୀର ଭାବେ ସେନାରେ ଯୋଗଦେବାର ସୁଯୋଗ ପାଇପାରିବେ। କିନ୍ତୁ ଏହି କାର୍ଯ୍ୟକ୍ରମ ମାତ୍ର ୪ ବର୍ଷିଆ ଚିକିରିର ହୋଇଥିବାରୁ ଯୁବପିଢ଼ି ମଧ୍ୟରେ, କ୍ରମଶଃ, ଏଥପ୍ରତି ଉତ୍ସାହ ଭାଙ୍ଗିଗଲାଣି। ସେହି ସମୟରେ ପୂର୍ବରୁ ଭାରତୀୟ ସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ ଇଚ୍ଛୁକ ଯୁବକମାନଙ୍କର ଯେଉଁସବୁ ପରୀକ୍ଷା କରାଯାଇଥିଲା ସେଗୁଡ଼ିକୁ ଶେଷ କରିବା ପରିବର୍ତ୍ତେ ବାତିଲ କରିଦିଆଯାଇଥିଲା। ଅର୍ଥାତ୍‌ ନିୟମିତ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିଦିଆଗଲା। କାରଣ କେବଳ ଅଗ୍ନିପଥ ଯୋଜନାରେ ଅଗ୍ନିବୀରମାନଙ୍କୁ ଚାକିରି ଦିଆଯିବ ବୋଲି କୁହାଗଲା। ଉଲ୍ଲେଖଯୋଗ୍ୟ ଯେ, ନିୟମିତ ନିଯୁକ୍ତି ପାଇଁ ଯେଉଁସବୁ ପରୀକ୍ଷା ପୂର୍ବରୁ କରାଯାଇଥିଲା ତାହାର ଫଳାଫଳ ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇଲା ନାହିଁ।
ସୁରକ୍ଷାଜନିତ କଠିନ ସ୍ଥିତିରେ ଥିବା ଭାରତ ଭଳିି ଦେଶ ପାଇଁ ସେନା ସବୁବେଳେ ଆଶାର ଏକ ଉତ୍ସ ହୋଇରହିଛି। ଏଣୁ ସେନା ଓ ତାହାର ଯବାନମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟାଗୁଡ଼ିକ ଉପରେ ଗମ୍ଭୀରତାର ସହ ବିଚାରକରିବା ଉଚିତ।
ଅବଶ୍ୟ ଏହା କହିଲାବେଳକୁ ଆମେ ସଚେତନ ଯେ, ଭାରତୀୟ ସେନାର ନକାରାମତ୍କ ଆଭିମୁଖ୍ୟ ଯୋଗୁ ଦେଶରେ ଅନେକ ସମସ୍ୟା ଉପୁଜିଚାଲିଛି। ବିଶେଷକରି କଶ୍ମୀର ସହିତ ମଣିପୁର ଭଳି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଲାଗୁ ହୋଇଥିବା ଆର୍ମଡ୍‌ ଫୋର୍ସେସ ସ୍ପେଶାଲ ପାଓ୍ବାର୍ସ ଆକ୍ଟ, ଏଏଫ୍‌ଏସ୍‌ପିଏ (ଆଫସ୍‌ପା)ର ଦ୍ୱାହିଦେଇ ଭାରତୀୟ ସୈନିକମାନେ ଅନେକ ଅତ୍ୟାଚାର ଏବଂ ନୃଶଂସ କାର୍ଯ୍ୟ କରୁଛନ୍ତି ଯାହା ଦେଶର ଏକତାକୁ ଦୀର୍ଘମିଆଦୀ କ୍ଷତି ପହଞ୍ଚାଉଛି।
ଏହା ବ୍ୟତୀତ ଚାଇନା ଯୁଦ୍ଧର ପାଖାପାଖି ୬୦ ବର୍ଷ ପରେ ଭାରତୀୟ ସେନାର ଯବାନଙ୍କ ପାଇଁ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଉପକରଣ ହୋଇପାରିନାହିଁ। ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସ୍ଥଳସେନାରେ ୮,୧୨୯ ଅଧିକାରୀଙ୍କ ଅଭାବ ଥିବାବେଳେ ବାୟୁସେନାରେ ୭୨୧ ଓ ନୌସେନାରେ ୧,୬୫୩ ଅଧିକାରୀ ପଦ ଖାଲିପଡ଼ିଛି। ୨୦୧୨ ଓ ୨୦୧୭ ରେ ପ୍ରକାଶିତ ରିପୋର୍ଟ ମଧ୍ୟ ଅଧିକାରୀଙ୍କ ଅଭାବକୁ ଦର୍ଶାଇଥିଲା। କେବଳ ଅଧିକାରୀ ନୁହନ୍ତି, ସେନାରେ ନିର୍ଦ୍ଧାରିତ ଯବାନଙ୍କ ସଂଖ୍ୟା ଅନେକ ଦଶନ୍ଧି ହେଲା କମ୍‌ ରହିଆସିଛି। ୩ ସେନାରେ ଏବେ ୧.୫୫ ଲକ୍ଷ ଯବାନ କମ୍‌ ରହିଛନ୍ତି ବୋଲି ଏବକାର ରିପୋର୍ଟରୁ ଜଣାପଡ଼ିଛିି। କେବଳ ସ୍ଥଳସେନାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଯବାନ ନାହାନ୍ତି। ଏଥିରୁ ସ୍ପଷ୍ଟ ଯେ, ଅଧିକାରୀ ଓ ଯବାନ ଅଭାବଜନିତ ସମସ୍ୟାରୁ ସେନା ମୁକ୍ତି ପାଇନାହିଁ କି ପାଇପାରୁନାହିଁ। ଏହାର ସମାଧାନ ପାଇଁ ବାଟ ମଧ୍ୟ ବାହାର କରାଯାଉନାହିଁ। ବରଂ ସେନାରେ ମାନବ ଦକ୍ଷତା ମଜଭୁତ କରିବା ପରିବର୍ତ୍ତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବୃଦ୍ଧି ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ସେଥିରେ ଦୁର୍ନୀତି ପଦାକୁ ଆସିଛି। ବୋଫର୍ସଠାରୁ ଆରମ୍ଭ କରି ନିକଟରେ ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଡ୍ରୋନ୍‌ କିଣିବାର ଚୁକ୍ତି ଦସ୍ତଖତ କରିଛନ୍ତି ସେସବୁରେ ଅଧିକ ଅର୍ଥ ଖର୍ଚ୍ଚ କରାଯାଇ ରାଜନୈତିକ ବ୍ୟକ୍ତିମାନେ ଲାଭବାନ୍‌ ହୋଇଥିବା ଯେଉଁ ଦାବି କରାଯାଉଛି ତାହା ବିଶ୍ୱାସଯୋଗ୍ୟ ବୋଲି କୁହାଯାଇପାରେ। ଏଭଳି ପରିସ୍ଥିତିରେ ‘ସିଆଚେନ୍‌ରେ ଛିଡ଼ା ହୋଇଥିବା ସୈନ୍ୟକୁ ଦେଖ’ ଧ୍ୱନି ଉପରଠାଉରିଆ ମନେହେବା ଅଯଥା ନୁହେଁ। ଗୋଟିଏ ଡ୍ରୋନ୍‌କୁ ୮୮୦ କୋଟିରେ ଭାରତ କିଣିଥିବାବେଳେ ଇଂଲଣ୍ଡ ସେହି କମ୍ପାନୀର ସମାନ ପ୍ରକାର ଡ୍ରୋନ୍‌କୁ ୧୦୦ କୋଟିରେ କିଣିଛି। ଏଭଳି ଅଭିଯୋଗ ଓ ପ୍ରତି ଅଭିଯୋଗ ସବୁବେଳେ ଲାଗିରହିବ। ମୂଳ ସମସ୍ୟା ହେଲା ଯେ, ଭାରତର ସଶସ୍ତ୍ର ବାହିନୀ ପ୍ରତି କେନ୍ଦ୍ର ସରକାରଙ୍କର ଅଭିମୁଖ୍ୟ ସ୍ପଷ୍ଟ ହୋଇ ନ ଥିବାରୁ ଅନେକ ସମସ୍ୟା ଉପୁଜୁଛି। ପୂର୍ବରୁ କ୍ଷମତାରେ ଥିବାବେଳେ କଂଗ୍ରେସ ଦଳ ଏହି ଦିଗକୁ ସମ୍ପୂର୍ଣ୍ଣ ଅବହେଳା କରିଆସିଥିବାବେଳେ ଏବକାର ଭାଜପା ସରକାର ବାହୁସ୍ଫୋଟ ମାରବା ବ୍ୟତୀତ କୌଣସି ଆଖିଦୃଶିଆ ଉନ୍ନତି କରିବାରେ ସଫଳ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri