ଉପେକ୍ଷିତ ସେନା

ଆଜି ସେନାରେ ପ୍ରବଳ ମାତ୍ରାରେ ମାନବ ସମ୍ବଳର ଅଭାବ ଦେଖାଦେଲାଣି। ମନେପଡ଼େ ଅର୍ଦ୍ଧଶତାବ୍ଦୀର କିଛି ବର୍ଷ ପୂର୍ବେ ଭୁବନେଶ୍ୱର ଭଳି ଜାଗାରେ ଆର୍ମି ରିକ୍ରୁଟ୍‌ମେଣ୍ଟ ପରୀକ୍ଷା ସମୟରେ ଅନେକ ଦିନ ଧରି ଯୁବକମାନଙ୍କ ଭିଡ଼ ଲାଗି ରହୁଥିଲା। ଏପରିକି ସେହି ଆଶାୟୀମାନଙ୍କୁ ଶୃଙ୍ଖଳିତ କରିବାକୁ ଯାଇ ସ୍ଥାନୀୟ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ୁଥିଲା। ଆଜି ସେହି ପରିସ୍ଥିତିରେ ପରିବର୍ତ୍ତନ ଦେଖାଦେଇଛି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କର ‘ଅଗ୍ନିପଥ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ଯେଉଁଥିରେ କେତୋଟି ନିର୍ବାଚନମୁଖୀ ରାଜ୍ୟରେ ଯୁବକମାନଙ୍କୁ ସେନାରେ ଅସ୍ଥାୟୀ ଭାବେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଥିଲା। ସାଧାରଣରେ ଭାରତରେ ଯୁବପିଢ଼ିକୁ ନିଯୁକ୍ତି ମିଳିଲେ କୌଣସି ରାଜନୈତିକ ଦଳ କେବେହେଲେ ବିରୋଧ କରିବା କଥା ଜଣା ନ ଥିଲା। ହେଲେ ଅଗ୍ନିପଥ ଯୋଜନାକୁ ପ୍ରବଳ ବିରୋଧ ହୋଇଥିଲା। କାରଣ ସମସ୍ତେ ସେତେବେଳେ ବୁଝିଥିଲେ ଯେ, ମୂଳ କାର୍ଯ୍ୟକ୍ରମ ଅଗ୍ନିପଥର ଉଦ୍ଦେଶ୍ୟ ମନ୍ଦ ଥିବାରୁ ମାତ୍ର ୪ ବର୍ଷ ପାଇଁ ଚାକିରି ପାଇଗଲେ ଭାରତର ଅସଂଖ୍ୟ ଗରିବ ଯୁବକଙ୍କର ଅର୍ଥନୀତିରେ ପରିବର୍ତ୍ତନ ଆସିବ ନାହିଁ। ସେହି କାର୍ଯ୍ୟକ୍ରମରେ କୁହାଯାଇଥିଲା ଯେ,ସାଢେ ୧୭ ବର୍ଷରୁ ୨୩ ବର୍ଷ ବୟସ୍କ ଯୁବକ ଅଗ୍ନିବୀର ଭାବେ ସେନାରେ ଯୋଗଦେବାର ସୁଯୋଗ ପାଇପାରିବେ। କିନ୍ତୁ ଏହି କାର୍ଯ୍ୟକ୍ରମ ମାତ୍ର ୪ ବର୍ଷିଆ ଚିକିରିର ହୋଇଥିବାରୁ ଯୁବପିଢ଼ି ମଧ୍ୟରେ, କ୍ରମଶଃ, ଏଥପ୍ରତି ଉତ୍ସାହ ଭାଙ୍ଗିଗଲାଣି। ସେହି ସମୟରେ ପୂର୍ବରୁ ଭାରତୀୟ ସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ ଇଚ୍ଛୁକ ଯୁବକମାନଙ୍କର ଯେଉଁସବୁ ପରୀକ୍ଷା କରାଯାଇଥିଲା ସେଗୁଡ଼ିକୁ ଶେଷ କରିବା ପରିବର୍ତ୍ତେ ବାତିଲ କରିଦିଆଯାଇଥିଲା। ଅର୍ଥାତ୍‌ ନିୟମିତ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିଦିଆଗଲା। କାରଣ କେବଳ ଅଗ୍ନିପଥ ଯୋଜନାରେ ଅଗ୍ନିବୀରମାନଙ୍କୁ ଚାକିରି ଦିଆଯିବ ବୋଲି କୁହାଗଲା। ଉଲ୍ଲେଖଯୋଗ୍ୟ ଯେ, ନିୟମିତ ନିଯୁକ୍ତି ପାଇଁ ଯେଉଁସବୁ ପରୀକ୍ଷା ପୂର୍ବରୁ କରାଯାଇଥିଲା ତାହାର ଫଳାଫଳ ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇଲା ନାହିଁ।
ସୁରକ୍ଷାଜନିତ କଠିନ ସ୍ଥିତିରେ ଥିବା ଭାରତ ଭଳିି ଦେଶ ପାଇଁ ସେନା ସବୁବେଳେ ଆଶାର ଏକ ଉତ୍ସ ହୋଇରହିଛି। ଏଣୁ ସେନା ଓ ତାହାର ଯବାନମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟାଗୁଡ଼ିକ ଉପରେ ଗମ୍ଭୀରତାର ସହ ବିଚାରକରିବା ଉଚିତ।
ଅବଶ୍ୟ ଏହା କହିଲାବେଳକୁ ଆମେ ସଚେତନ ଯେ, ଭାରତୀୟ ସେନାର ନକାରାମତ୍କ ଆଭିମୁଖ୍ୟ ଯୋଗୁ ଦେଶରେ ଅନେକ ସମସ୍ୟା ଉପୁଜିଚାଲିଛି। ବିଶେଷକରି କଶ୍ମୀର ସହିତ ମଣିପୁର ଭଳି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଲାଗୁ ହୋଇଥିବା ଆର୍ମଡ୍‌ ଫୋର୍ସେସ ସ୍ପେଶାଲ ପାଓ୍ବାର୍ସ ଆକ୍ଟ, ଏଏଫ୍‌ଏସ୍‌ପିଏ (ଆଫସ୍‌ପା)ର ଦ୍ୱାହିଦେଇ ଭାରତୀୟ ସୈନିକମାନେ ଅନେକ ଅତ୍ୟାଚାର ଏବଂ ନୃଶଂସ କାର୍ଯ୍ୟ କରୁଛନ୍ତି ଯାହା ଦେଶର ଏକତାକୁ ଦୀର୍ଘମିଆଦୀ କ୍ଷତି ପହଞ୍ଚାଉଛି।
ଏହା ବ୍ୟତୀତ ଚାଇନା ଯୁଦ୍ଧର ପାଖାପାଖି ୬୦ ବର୍ଷ ପରେ ଭାରତୀୟ ସେନାର ଯବାନଙ୍କ ପାଇଁ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଉପକରଣ ହୋଇପାରିନାହିଁ। ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ସ୍ଥଳସେନାରେ ୮,୧୨୯ ଅଧିକାରୀଙ୍କ ଅଭାବ ଥିବାବେଳେ ବାୟୁସେନାରେ ୭୨୧ ଓ ନୌସେନାରେ ୧,୬୫୩ ଅଧିକାରୀ ପଦ ଖାଲିପଡ଼ିଛି। ୨୦୧୨ ଓ ୨୦୧୭ ରେ ପ୍ରକାଶିତ ରିପୋର୍ଟ ମଧ୍ୟ ଅଧିକାରୀଙ୍କ ଅଭାବକୁ ଦର୍ଶାଇଥିଲା। କେବଳ ଅଧିକାରୀ ନୁହନ୍ତି, ସେନାରେ ନିର୍ଦ୍ଧାରିତ ଯବାନଙ୍କ ସଂଖ୍ୟା ଅନେକ ଦଶନ୍ଧି ହେଲା କମ୍‌ ରହିଆସିଛି। ୩ ସେନାରେ ଏବେ ୧.୫୫ ଲକ୍ଷ ଯବାନ କମ୍‌ ରହିଛନ୍ତି ବୋଲି ଏବକାର ରିପୋର୍ଟରୁ ଜଣାପଡ଼ିଛିି। କେବଳ ସ୍ଥଳସେନାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଯବାନ ନାହାନ୍ତି। ଏଥିରୁ ସ୍ପଷ୍ଟ ଯେ, ଅଧିକାରୀ ଓ ଯବାନ ଅଭାବଜନିତ ସମସ୍ୟାରୁ ସେନା ମୁକ୍ତି ପାଇନାହିଁ କି ପାଇପାରୁନାହିଁ। ଏହାର ସମାଧାନ ପାଇଁ ବାଟ ମଧ୍ୟ ବାହାର କରାଯାଉନାହିଁ। ବରଂ ସେନାରେ ମାନବ ଦକ୍ଷତା ମଜଭୁତ କରିବା ପରିବର୍ତ୍ତେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବୃଦ୍ଧି ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ସେଥିରେ ଦୁର୍ନୀତି ପଦାକୁ ଆସିଛି। ବୋଫର୍ସଠାରୁ ଆରମ୍ଭ କରି ନିକଟରେ ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଡ୍ରୋନ୍‌ କିଣିବାର ଚୁକ୍ତି ଦସ୍ତଖତ କରିଛନ୍ତି ସେସବୁରେ ଅଧିକ ଅର୍ଥ ଖର୍ଚ୍ଚ କରାଯାଇ ରାଜନୈତିକ ବ୍ୟକ୍ତିମାନେ ଲାଭବାନ୍‌ ହୋଇଥିବା ଯେଉଁ ଦାବି କରାଯାଉଛି ତାହା ବିଶ୍ୱାସଯୋଗ୍ୟ ବୋଲି କୁହାଯାଇପାରେ। ଏଭଳି ପରିସ୍ଥିତିରେ ‘ସିଆଚେନ୍‌ରେ ଛିଡ଼ା ହୋଇଥିବା ସୈନ୍ୟକୁ ଦେଖ’ ଧ୍ୱନି ଉପରଠାଉରିଆ ମନେହେବା ଅଯଥା ନୁହେଁ। ଗୋଟିଏ ଡ୍ରୋନ୍‌କୁ ୮୮୦ କୋଟିରେ ଭାରତ କିଣିଥିବାବେଳେ ଇଂଲଣ୍ଡ ସେହି କମ୍ପାନୀର ସମାନ ପ୍ରକାର ଡ୍ରୋନ୍‌କୁ ୧୦୦ କୋଟିରେ କିଣିଛି। ଏଭଳି ଅଭିଯୋଗ ଓ ପ୍ରତି ଅଭିଯୋଗ ସବୁବେଳେ ଲାଗିରହିବ। ମୂଳ ସମସ୍ୟା ହେଲା ଯେ, ଭାରତର ସଶସ୍ତ୍ର ବାହିନୀ ପ୍ରତି କେନ୍ଦ୍ର ସରକାରଙ୍କର ଅଭିମୁଖ୍ୟ ସ୍ପଷ୍ଟ ହୋଇ ନ ଥିବାରୁ ଅନେକ ସମସ୍ୟା ଉପୁଜୁଛି। ପୂର୍ବରୁ କ୍ଷମତାରେ ଥିବାବେଳେ କଂଗ୍ରେସ ଦଳ ଏହି ଦିଗକୁ ସମ୍ପୂର୍ଣ୍ଣ ଅବହେଳା କରିଆସିଥିବାବେଳେ ଏବକାର ଭାଜପା ସରକାର ବାହୁସ୍ଫୋଟ ମାରବା ବ୍ୟତୀତ କୌଣସି ଆଖିଦୃଶିଆ ଉନ୍ନତି କରିବାରେ ସଫଳ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri