Posted inଖେଳ

ନେଶନ୍ସ ଲିଗ୍‌: ଜର୍ମାନୀ ଦଳକୁ ଫେରିଲେ ନୁଏର

ଫ୍ରାଙ୍କଫର୍ଟ, ୩।୧୦ (ପି.ଟି.): ଅଭିଜ୍ଞ ଫୁଟବଲର ମାନୁଏଲ ନୁଏର ଜର୍ମାନୀ ଫୁଟବଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୀର୍ଘ ୧୧ମାସ ପରେ ବେୟର୍ନ ମ୍ୟୁନିକ୍‌ ଗୋଲକିପର ୩୪ ବର୍ଷୀୟ ନୁଏର ଶୁକ୍ରବାର ଘୋଷିତ ହୋଇଥିବା ଜର୍ମାନୀ ଦଳରେ ସ୍ଥାନ ପାଇଛନ୍ତି। ନେଶନ୍ସ ଲିଗ୍‌ରେ ଆଗକୁ ଖେଳାଯିବାକୁ ଥିବା ତୁର୍କୀ, ୟୁକ୍ରେନ ଓ ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି।
ନୁଏରଙ୍କ ସହ ଲିପ୍‌ଜିଗ୍‌ ଡିଫେଣ୍ଡର ଲକାସ କ୍ଲୋଷ୍ଟେରମ୍ୟାନ୍‌ ଓ ମାର୍ସେଲ ହାଲଷ୍ଟେନବର୍ଗ ମଧ୍ୟ ଦଳକୁ ଫେରିଛନ୍ତି। ଏହି ୩ ଖେଳାଳି ଅଗଷ୍ଟରେ ଚାମ୍ପିୟନ୍ସ ଲିଗ୍‌ ଟୁର୍ନାମେଣ୍ଟ ଖେଳିଥିଲେ। ବିଶ୍ରାମ ନେବାକୁ ଏହି ଖେଳାଳିମାନେ ଗତମାସ ଖେଳାଯାଇଥିବା ସ୍ପେନ୍‌ ଓ ସୁଇଜରଲାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ। ବୁଧବାର ତୁର୍କୀ ବିପକ୍ଷରେ ଜର୍ମାନୀ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ନେଶନ୍ସ ଲିଗ୍‌ରେ ଅକ୍ଟୋବର ୧୦ରେ ୟୁକ୍ରେନ ଓ ୧୩ରେ ସୁଇଜରଲାଣ୍ଡ ବିପକ୍ଷରେ ଜର୍ମାନୀ ମ୍ୟାଚ୍‌ ଖେଳିବ। ଗତ ନଭେମ୍ବରରେ ଜର୍ମାନୀ ୟୁରୋପିଆନ ଚାମ୍ପିୟନ୍‌ଶିପ୍‌ କ୍ୱାଲିଫାଇଂରେ ଇସ୍ତୋନିଆ ଓ ବେଲାରୁଷ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଏଥିରେ ଜର୍ମାନୀ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରଶ୍ମିକା ମନ୍ଦାନା, ଫ୍ୟାନ ଫଲୋଇଙ୍ଗରେ ପଛରେ ପକାଇଲେ…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ କରିଛନ୍ତି। ଫେବୃଆରୀ ୨୬ ତାରିଖରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଏବଂ ପ୍ରଥମ ବିବାହ…

ଭାରତ ଯଦି ସେମିଫାଇନାଲ୍‌ରେ ପହଞ୍ଚେ, ଏହି ଟିମ୍‌ ସହ ହେବ ମୁକାବିଲା

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟର ଗ୍ରୁପ ୧ରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିସାରିଛି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri