ସହର ତାଲିକାରେ ଗାଁ ଭୋଟରଙ୍କ ନାମ

ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଭୋଟର ତାଲିକାରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୨ହଜାର ଭୋଟରଙ୍କ ନାମ ଗାଁ ଓ ସହରରେ ରହିବା, ପୁଣି ଚଞ୍ଚକତା କରାଯାଇ ନୂଆ ୮୬୮ ଭୋଟରଙ୍କ ନାମ ନୟାଗଡ଼ ପୌରାଞ୍ଚଳ ତାଲିକାରେ ସାମିଲ କରାଯିବା ପରେ ପୌର ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନଚିହ୍ନ ଲାଗିଛି । ଏହି ଭୋଟର ତାଲିକାକୁ ବାତିଲ କରାଯାଇ ନୂଆ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
୨୦୨୨ଜାନୁୟାରୀ ୫ରେ ପ୍ରକାଶିତ ଭୋଟର ତାଲିକାରେ ସିନ୍ଦୁରିଆର ରିହାନି ବିବି, ନିରୁଦ୍ଦିନ ଖାଁ, କୁମୁରୁଦ୍ଦିନ ଖାଁ, କେନ୍ଦୁଢ଼ିପିର ଛାୟାରାଣୀ ଦଳବେହେରା, ଅଶୋକ ଦଳବେହେରା, ଇକିରିର ରଜତ ପଟ୍ଟନାୟକଙ୍କ ପରି ନୟାଗଡ଼ ବ୍ଳକର ବିଭିନ୍ନ ଗାଁ ର ୨ ହଜାର ଭୋଟରଙ୍କ ନାମ ନୟାଗଡ଼ ମ୍ୟୁନିପାଲିଟି ଭୋଟର ତାଲିକାରେ ରହିଛି । ଏହି ଭୋଟରମାନେ ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇ ସାରିଛନ୍ତି । ସେମାନଙ୍କୁ ବାଦ୍‌ ନ ଦେଲେ ପୁଣି ନୟାଗଡ଼ ମ୍ୟୁନିସିପାଲିଟି ନିର୍ବାଚନ ବେଳେ ଭୋଟ ଦେବେ । ଗତ କିଛି ବର୍ଷ ହେଲା ଏପରି କେତେଜଣ ଭୋଟର ସହର ଓ ଗାଁରେ ଭୋଟ ଦେଇ ଆସୁଛନ୍ତି । ଏନେଇ ବିଭିନ୍ନ ସମୟରେ ଜିଲାପାଳ,ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ ବି ସୁଫଳ ମିଳୁନାହିଁ। ସେହିପରି ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୭୭ରୁ ୯୨ପର୍ଯ୍ୟନ୍ତ୧୬ ବୁଥ୍‌ରେ ୧୭ ହଜାର ୩୫୯ ଭୋଟର ଅଛନ୍ତି । ସମ୍ପୃକ୍ତ ୧୬ ୱାର୍ଡର ଭୋଟରଙ୍କୁ ନେଇ ନୟାଗଡ଼ ମ୍ୟୁନିସିପାଲିଟି ୨୦୨୨ଫେବୃୟାରୀ ୧୦ରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛି । ତେବେ ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୧୬ଟି ୱାର୍ଡର ଭୋଟରଙ୍କଠାରୁ ନୟାଗଡ଼ ମ୍ୟନିସିପାଲିଟିର ଭୋଟର ତାଲିକାରେ ୮୬୮ ଭୋଟର ଅଧିକ ଅଛନ୍ତି । ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ୧୭ ହଜାର ୩୫୯ ଭୋଟର ଥିବାବେଳେ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଭୋଟର ତାଲିକାରେ ୧୮ ହଜାର ୨୨୭ ରହିଛି । ଏଥିରେ ବି ଚଞ୍ଚକତା କରାଯାଇଥିବା ଅଭିଯୋଗ ହେଇଛି ।
୩୦୦ରୁ ଊର୍ଦ୍ଧ୍ୱ ଭୋଟରଙ୍କୁ ଅଣଦେଖା: ନୟାଗଡ଼ ମ୍ୟୁନିସିପାଲିଟିର ୧୧ନଂ. ୱାର୍ଡରେ ୨୦୦ପରିବାର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାମ ନାହିଁ। ଏହି ପରିବାର ମ୍ୟୁନିସିପାଲିଟିରେ ହୋଲ୍ଡିଂଟିକସ ଦେଇ ଆସୁଛନ୍ତି । ତେବେ ଏତେସଂଖ୍ୟକ ଭୋଟରଙ୍କୁ ଜାଣି ଶୁଣି କଟାଯାଇଛି ନାଁ ଭୁଲବଶତଃ ସେମାନଙ୍କ ନାଁ ଭୋଟର ତାଲିକାରେ ନାହିଁ ତଦନ୍ତ ସାପେକ୍ଷ । ବାଦ୍‌ପଡିଥିବା ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ କରିବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?