ଶୁଖୁଛି ନାଗାବଳୀ, କମୁଛି ପାଣି

ରାୟଗଡ଼ା, ୭ା୫(ସ୍ବ.ପ୍ର.) ରାୟଗଡ଼ା ଜିଲାର ଜଳ ପାଇଁ ଜୀବନରେଖା ହେଉଛି ଚିରସ୍ରୋତା ନାଗାବଳୀ। ଏହାର ଉପତ୍ତ୍ତି ନିୟମଗିରି ପାହାଡ଼ରୁ ହୋଇଥିଲେ ହେଁ ଅନାଦି କାଳରୁ ଜିଲାବାସୀଙ୍କ ଜୀବନର ଆଧାର ପାଲଟିଛି। କୃଷି କ୍ଷେତ୍ରରୁ ଆରମ୍ଭ କରି ଜନସାଧାରଣଙ୍କ ଶୋଷ ମେଣ୍ଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ନାଗାବଳୀ। ହେଲେ ଏବେ ନାଗାବଳୀ ବିପଦ ଆଡ଼କୁ ଗତିକରୁଛି। କିଛି ବର୍ଷ ପୂର୍ବେ ଏଥିରେ ଖରାଦିନରେ ମଧ୍ୟ ୩ ଫୁଟରୁ ଅଧିକା ପାଣି ରହୁଥିଲା। ହେଲେ ଏବେ ଫୁଟେ ପାଣି ମଧ୍ୟ ରହୁନାହିଁ। ନିୟମଗିରି ପାହାଡ଼ରୁ ଉପତ୍ତ୍ତି ହୋଇଥିବା ଏହି ନାଗାବଳୀ ନଦୀ ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟର ମଛଲିପଟନମ୍‌ ପର୍ଯ୍ୟନ୍ତ ବର୍ତ୍ତମାନ ଶୁଖିଲା ପଡ଼ିଥିବା ଦେଖିବାକୁ ମିଳୁଛି। ଦୂରକୁ ଦୂରକୁ କେବଳ ବାଲୁକା ଶଯ୍ୟା ଦେଖାଯାଉଛି। ଯଦି ଏଭଳି ସ୍ଥିତି ଲାଗି ରହେ, ତେବେ ଆଗାମୀ ଦିନରେ ଚାଷ ତ ଦୂରର କଥା, ପିଇବା ପାଇଁ ଟୋପାଏ ପାଣି ମଧ୍ୟ ମିଳିବନାହିଁ। ସଚେତନତା ଅଭାବ, ବିଭିନ୍ନ ସରକାରୀ ପ୍ରକଳ୍ପ ନାଁରେ ନଦୀର ଗତିପଥ ପରିବର୍ତ୍ତନ ଏବଂ ଆନ୍ଧ୍ରକୁ ବେଆଇନଭାବେ ନଦୀରୁ ବାଲି ଓ ପଥର ଚାଲାଣ ଏହି ସମସ୍ୟାର ମୁଖ୍ୟ କାରଣ।
ନାଗାବଳୀ ନଦୀ କଲ୍ୟାଣସିଂହପୁର, କୋଲନରା ଓ ରାୟଗଡ଼ା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଓ ରାୟଗଡ଼ା ସହରକୁ ପିଇବା ପାଣି ଯୋଗାଉଛି। ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳବାସୀ ମଧ୍ୟ ପାନୀୟ ଜଳ ପାଇଁ ଏହା ଉପରେ ନିର୍ଭର କରନ୍ତି। ନଦୀରୁ ବେଆଇନ ଭାବେ ମେଶିନ ଲଗାଇ ବାଲି ଓ ପଥର ଉତ୍ତୋଳନ କରାଯାଉଛି। ବିଶେଷତଃ କୁମୁଟିପେଣ୍ଠ, କୋତାପେଟା, ମାଲିଗାଁ, ଜେକେପୁର, ରାୟଗଡ଼ା ସହର, ପାରତାପୁର, ଶେଷଖାଲ, କେରେଡ଼ା ଆଦି ସ୍ଥାନରେ ବେଆଇନ ବାଲି ଚାଲାଣ ଚାଲିଛି। କେବଳ ଆଖି ଦେଖାଣିଆ ପାଇଁ ବିଭାଗୀୟ ଅଧିକାରୀମାନେ ବେଳେବେଳେ କେତେକ ଟ୍ରାକ୍ଟରକୁ ଅଟକାଇ ଜରିମାନା କାଟିଥାଆନ୍ତି। ହେଲେ ପରବର୍ତ୍ତୀ ସମୟରେ ପୁଣି ସେହି ଅବସ୍ଥା। ଆନ୍ଧ୍ରପ୍ରଦେଶରେ ନିର୍ମାଣ ପାଇଁ ମେଶିନ ଲଗାଇ ଟ୍ରକ ଯୋଗେ ବାଲି ଚାଲାଣ କରୁଛି। ଆନ୍ଧ୍ରପ୍ରଦେଶରେ ନଦୀର ତଳମୁଣ୍ଡରେ ମନଇଚ୍ଛା ଦୁଇଟି ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉଛି। ତେବେ ଆନ୍ଧ୍ରପ୍ରଦେଶସ୍ଥିତ ତୋଟାପଲି ପ୍ରକଳ୍ପ ନାଗାବଳୀର ସର୍ବାଧିକ ପାଣି ବ୍ୟବହାର କରୁଛି। ବର୍ଷା ଓ ଶୀତଋତୁରେ ପ୍ରବାହିତ ଜଳକୁ ସଂରକ୍ଷଣ କରାଯାଇ ଖରାଦିନେ ଏହା ଚାଷ ପାଇଁ ଆନ୍ଧ୍ର ସରକାର ବ୍ୟବହାର କରୁଛନ୍ତି। ଏତଦ୍‌ବ୍ୟତୀତ ଅନେକ ଛୋଟ ପ୍ରକଳ୍ପ ମଧ୍ୟ ଆନ୍ଧ୍ର ସରକାର ଏହି ନଦୀରେ ନିର୍ମାଣ କରିଛନ୍ତି। ଫଳରେ ଏହା ଶୁଖିବାରେ ଲାଗିଛି, ଗତିପଥ ମଧ୍ୟ ବଦଳୁଛି। ବେଆଇନ ବାଲି ଚାଲାଣକୁ ରୋକିବାକୁ କେହି ତପତ୍ରତା ଦେଖାଉ ନାହାନ୍ତି। ନଦୀରେ ଜଳ ସଂରକ୍ଷଣ ହେଉନି। ବର୍ଷାଋତୁରେ ଭୂସ୍ଖଳନ ଘଟି ନଦୀର ଓସାର ବଢ଼ି ବଢ଼ି ଚାଲିଛି। ଏଥିଯୋଗୁ ପାଣି ସ୍ଥିର ନ ରହି ଦିଗ ପରିବର୍ତ୍ତନ କରୁଛି।
ଚଳିତବର୍ଷ ନଦୀ ଶୁଖିଯିବା କାରଣରୁ ରବିଋତୁରେ କୃଷି ପ୍ରଭାବିତ ହୋଇଛି। ନଦୀରେ ପାଣି ନଥିବା ଯୋଗୁ ଉଠାଜଳସେଚନ ପଏଣ୍ଟଗୁଡ଼ିକ କାର୍ଯ୍ୟରେ ଲାଗୁନି। ନଦୀକୂଳରେ ଥିବା ଚାଷ ଜମିଗୁଡ଼ିକରୁ ୯୦% ଜଳବିହୀନ ପଡ଼ିଛି। ଅନେକ ନଦୀକୂଳିଆ ଗାଁରେ ମଧ୍ୟ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏଭଳିକି ରାୟଗଡ଼ା ସହର ପାଇଁ ନାଗାବଳୀ ନଦୀରୁ ଯେଉଁ ପାଣି ଯୋଗାଣ ହେଉଥିଲା ସେଥିରେ ବି ଅନ୍ତରାୟ ସୃଷ୍ଟି ହୋଇଛି। ନାଗାବଳୀକୁ ଯଦି ଏବେଠାରୁ ରକ୍ଷା କରାନଯାଏ, ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିବ। ଜଳ କମିବା ନେଇ ପରିବେଶବିତ୍‌ ନୀହାର ରଞ୍ଜନଙ୍କୁ ପଚାରିବାରୁ ନଦୀରୁ ବେଆଇନ ବାଲି ଓ ପଥର ଚାଲାଣ ବନ୍ଦ କରିବାକୁ ପଡ଼ିବ। ଆବଶ୍ୟକତାଠାରୁ ଅଧିକା ବାଲିଚାଲାଣ ଆନ୍ଧ୍ରପ୍ରଦେଶକୁ ହେଉଛି। ଫଳରେ ଏଭଳି ପରିସ୍ଥିତି ହେଉଛି ବୋଲି ସେ କହିଛନ୍ତି। ବର୍ଦ୍ଧିତ ଜନସଂଖ୍ୟା ହେତୁ ଘର କରିବାକୁ ଲୋକେ ନଦୀକୂଳରେ ଥିବା ଗଛ କାଟୁଛନ୍ତି। ଫଳରେ ନଦୀକୂଳ ଲଙ୍ଘୁଛି। ସମୟକ୍ରମେ ଓସାରିଆ ହେବାରେ ଲାଗିଛି। ଖରାଦିନେ ସେତିକି ମାତ୍ରାରେ ପାଣି ନଦୀରେ ରହୁନି। ଓସାରିଆ ନଦୀରେ ପାଣି କମ୍‌ ରହୁଥିବାରୁ ଖରା ପ୍ରଭାବରେ ସେଗୁଡ଼ିକ ଶୁଖିଯାଉଛି। ଲୋକେ ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନଈକୂଳରେ ଚାରାରୋପଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?