ସ୍ବାସ୍ଥ୍ୟ ବିଭାଗ ଆଗରେ ମୁଣ୍ଡ ନୁଆଁଇଲେ ଏନ୍‌ଏସି ପ୍ରଶାସନ

ପୁରୁଷୋତ୍ତମପୁର,୨୭ା୧୦ (ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜାଗାକୁ ବଳପୂର୍ବକ ଏନ୍‌ଏସି ପ୍ରଶାସନ ନେଇ ସେହି ସ୍ଥାନରେ ନିର୍ମିତ ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ସୋକ୍‌ପିଟ, ସେପ୍‌ଟିକ ଟ୍ୟାଙ୍କକୁ ଜେସିବି ଲଗାଇ ଭାଙ୍ଗି ସେହି ସ୍ଥାନରେ ଆହାରକେନ୍ଦ୍ରର ରୋଷେଇ ଶାଳ ନିର୍ମାଣ କରିବାରେ ଲାଗିଥିଲା। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ ଏନ୍‌ଏସି କର୍ତ୍ତୃପକ୍ଷ ଭୃକ୍ଷେପ ନ କରି ନିଜ ଜାଗା କହି ଜବରଦସ୍ତି ଭାବେ ଭାଙ୍ଗି
ଖୋଳ ିଚାଲିଥିଲେ।

ଏହି ଘଟଣା ବୁଧବାର ରାଜସ୍ବ ବିଭାଗ ପକ୍ଷରୁ ମାପଜୁପ ପରେ ପଦାରେ ପଡି ସ୍ବାସ୍ଥ୍ୟ ବିଭାଗ ଆଗରେ ଏନ୍‌ଏସି ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଛି। ଭଙ୍ଗାରୁଜା ଓ ଗୃହ ନିର୍ମାଣକୁ ନେଇ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଆସି ଏହି ଘଟଣା ଦେଖି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ। ଏହାକୁ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗତ ୨୨ତାରିଖରେ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଏଭଳି କାର୍ଯ୍ୟରୁ ନିବୃତ ହୋଇ ଭଙ୍ଗା ଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର କାମକୁ ତୁରନ୍ତ ମରାମତି କରିବାକୁ କହିଥିଲେ। ଏହାକୁ ନେଇ ଏନ୍‌ଏସି ଓ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରେ ଏକପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଉଭୟେ ଏହିଜାଗାକୁ ନିଜର ବୋଲି କହିିଥିଲେ। ଫଳରେ ସହର ଜନସାଧାରଣ ମଧ୍ୟ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ଏନ୍‌ଏସି ପ୍ରଶାସନକୁ ତୀବ୍ର ସମାଲୋଚନା କରିଥିଲେ। ଏହି ଘଟଣା ଜିଲା ପ୍ରଶାସନ ପର୍ଯ୍ୟନ୍ତ ମଧ୍ୟଯାଇଛି। ଉଭୟ ପକ୍ଷରୁ ଏହି ଜାଗାର ଚିହ୍ନଟ (ଡିମାରର୍କେସନ) ଲାଗି ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ବୁଧବାର ଅତିରିକ୍ତ ତହସିଲଦାର ସୁନିଲ୍‌ କୁମାର ଟୁଡୁ, ସ୍ମୃତି ଶୁଭଦର୍ଶ ସାହୁ, ଆରଆଇ, ଅମିନଙ୍କ ସହ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳକୁ ଯାଇ ବିଡିଓ ବିଜୟ କୁମାର ବେହେରା, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ହୃଷୀକେଶ ମହନ୍ତ, ଏନ୍‌ଏସି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ମାପଜୁପ କରିଥିଲେ। ଯାହାକି ଖାତା ନଂ ୧୭୮୮ର ପ୍ଲଟ ନଂ.୧୬୯୧/୫୩୯୭ରେ ୦,୨୨୩୦ ଡେସିମି, ପ୍ଲଟ ନଂ ୧୬୯୩ରେ ୦,୦୧୨୦ ଡେସିମିଲ ଓ ପ୍ଲଟ ନଂ ୧୬୯୪ରେ ୦,୦୩୭୦ ଡେସିମିଲ ଆହାର କେନ୍ଦ୍ର ଖାତା ନଂ ୧୭୮୮ର ପ୍ଲଟ ନଂ ୧୬୯୧ରେ ୦,୦୨୦୦ ଡେସିମଲି ଓ ପ୍ଲଟ ନଂ ୧୬୯୨ରେ ୦,୦୨୦୦ ଡେସିମିଲ ଥିବା ଜଣାପଡିଥିଲା। ଆହାର କେନ୍ଦ୍ରଗୃହ ସମୁଦାୟ ୦,୦୪୦ଡେସିମିଲ ଯାଗାରେ ନିର୍ମାଣ କରିବା ବଦଳରେ ସ୍ବାସ୍ଥ୍ୟ କେନ୍ଦ୍ରର ୦,୦୪୦ ଜାଗାକୁ ଜବରଦଖଲ ଭାବେ ଅକ୍ତିଆର କରି ସମୁଦାୟ ୦,୦୮୦ ଡେସିମିଲ ଜାଗାରେ ପୂର୍ବରୁ ଆହାର କେନ୍ଦ୍ର ଗୃହନିର୍ମାଣ କରି ସାରିଥିବା ଜଣାପଡିଛି। ଏହା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ସୁନେତ୍ର ଯୋଜନାରେ ଭିଜନ ସେଣ୍ଟର, ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଆଦି ନିର୍ମାଣଲାଗି ରହିଥିବା ସ୍ବାସ୍ଥ୍ୟକେନ୍ଦ୍ର ଜାଗାକୁ ଭାଙ୍ଗିରୁଜି ପୁଣି ଆହାରକେନ୍ଦ୍ର ରୋଷେଇ ଶାଳ ନିର୍ମାଣ କରିବା ଲାଗି ଏନ୍‌ଏସି କର୍ତ୍ତୃପକ୍ଷ ଖୋଳିବାରେ ଲାଗିଥିଲେ। ଯାହାକି ସେହି ଯାଗା ଏନ୍‌ଏସିର ନୁହେଁ। ଜାଗା ସମ୍ପୁର୍ଣ୍ଣ ଭାବେ ସ୍ବାସ୍ଥ୍ୟକେନ୍ଦ୍ରର ବୋଲି ରାଜସ୍ବ ବିଭାଗ ଅଧିକାରୀମାନେ ଚିହ୍ନଟ କରି ଶୁଣାଇଛନ୍ତି।
ଘଟଣା ସ୍ଥଳରୁ ମୁଣ୍ଡ ନୂଅଁାଇ ନିର୍ବାହୀ ଅଧିକାରୀ ଚାଲିଯାଇଥିଲେ। ଏହାକୁ ନେଇ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଏହା ଏନ୍‌ଏସିର ଜାଗା ଭାବି କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରର କିଛି ଭଙ୍ଗାରୁଜା କରାଯାଇନାହିଁ। ଯାହା କିଛି ଭାଙ୍ଗିଛି ମରାମତି କରିଦିଆଯିବ। କୌଣସି ପ୍ରକାର ଦାଦାଗିରି ଭାବେ କାର୍ଯ୍ୟ କରାଯାଇନାହିଁ ବୋଲି କହିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ହୃଷୀକେଶ ମହନ୍ତ କହିଛନ୍ତି, ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ବାରଣ ସତ୍ତ୍ୱେ ସେମାନେ ମନଇଛା ଯୋର ଜବରଦସ୍ତ ଭାବେ କାର୍ଯ୍ୟ କରିଚାଲିଲେ। ପୂର୍ବରୁ ମଧ୍ୟ ଏପରି କିଛି ଯାଗା ଆହାରକେନ୍ଦ୍ରକୁ ନେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?