ଝରାଫୁଲ ମୃତ୍ୟୁ ରହସ୍ୟ ହଟିପାରୁନି

ଭୁବନେଶ୍ୱର (ବ୍ୟୁରୋ)/: ରସୁଲପୁର,୧ା ୨(ଡି.ଏନ.ଏ.): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ମୟୂରଭଞ୍ଜର ଝରାଫୁଲ ନାୟକଙ୍କ ମୃତ୍ୟୁକୁ ୫ ଦିନ ବିତିଛି। ଇତିମଧ୍ୟରେ ତାଙ୍କ ପ୍ରେମିକ ରାକେଶ ସ୍ବାଇଁ ଗିରଫ ହୋଇଥିଲେ ମଧ୍ୟ ଏହି ରହସ୍ୟଜନକ ମୃତ୍ୟୁ ଉପରୁ ପର୍ଦ୍ଦା ହଟୁନି। ଫୁଡ୍‌ ପଏଜନ୍‌ରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ରାକେଶ ପୋଲିସକୁ କହୁଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ପୂରା ଘଟଣା ଅଡୁଆ ସୂତାରେ ଗୁଡ଼ାଇହେବା ଭଳି ଲାଗୁଛିି। ଏହା ତଦନ୍ତକୁ ଆହୁରି ଜଟିଳ କରିଦେଉଥିବାବେଳେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆରମ୍ଭରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ ରାକେଶଙ୍କ କଥା କେତେ ସତ କେତେ ମିଛ ଜାଣିବା ପାଇଁ ୫ଦିନ ହେବ ପୋଲିସ ନୟାନ୍ତ ହୋଇଛି। ଝରାଫୁଲ ବାଣୀବିହାର ନିକଟରେ ବସ୍‌ରୁ ଓହ୍ଲାଇ ରାକେଶଙ୍କ ସହ ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ବିରିଆନି ଦୋକାନକୁ ଯିବା ଓ ଖଣ୍ଡଗିରି ଧର୍ମବିହାରସ୍ଥିତ ଗେଷ୍ଟ୍‌ ହାଉସ୍‌ରେ ରାତି ବିତାଇବା ପର୍ଯ୍ୟନ୍ତ ସବୁକିଛି ଛାନ୍‌ଭିନ୍‌ କରିଛି ଯାଜପୁର ଜିଲା ପୋଲିସର ୨ ଟିମ୍‌ ଏବଂ ଭୁବନେଶ୍ୱର କମିଶନରେଟ୍‌ ପୋଲିସ। ତେବେ ରାତିରେ ଏପରି କ’ଣ ଘଟିଲା ଯେ ଝରାଫୁଲର ଜୀବନ ଚାଲିଗଲା, ତାହାର ପ୍ରକୃତ କାରଣ ଏଯାଏ ଖୋଜିପାଉନି। ଏପଟେ ଭୁବନେଶ୍ୱରରୁ ସ୍କୁଟିରେ ମୃତଦେହକୁ ନେଇ ଯାଜପୁରରେ ଫିଙ୍ଗିବା ପର୍ଯ୍ୟନ୍ତ ସହଯୋଗ କରିଥିବା ଅନ୍ୟତମ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ଉକ୍ତ ସ୍କୁଟିର ବି ପତ୍ତା ମିଳୁନି। ଏପରିସ୍ଥଳେ ପୋଲିସ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟକୁ ଚାହିଁ ବସିଛି। ତେବେ ଭିସେରା ରିପୋର୍ଟରୁ ତାଙ୍କ ଶରୀରରେ ବିଷକ୍ରିୟା ହୋଇଥିଲା କି ନାହିଁ ଅଧିକ ସ୍ପଷ୍ଟ ହେବ ବୋଲି ଫରେନ୍‌ସିକ୍‌ ଟିମ୍‌ର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ଝରାଫୁଲଙ୍କ ମୃତ୍ୟୁ ଘଟିବା କଥା ରାକେଶ ଜାଣିବା ପରେ ଡାକ୍ତରଖାନା, ସ୍ଥାନୀୟ ପୋଲିସ କିମ୍ବା ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ମୃତଦେହକୁ ମୟୂରଭଞ୍ଜ କାହିଁକି ନେଇ ଯାଉଥିଲେ, ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭୁବନେଶ୍ୱରରେ ରହସ୍ୟ ଲୁଚି ରହିଥିଲେ ମଧ୍ୟ କମିଶନରେଟ ପୋଲିସ ମାମଲାକୁ କାହିଁକି ନିଜ ଅଧୀନକୁ ଆଣୁନାହିଁ ତାହାକୁ ନେଇ ଆଉଏକ ପ୍ରଶ୍ନ ଉଠୁଛି।
ଖସିବାକୁ ଯୋଜନା କରିଥିଲେ ରାକେଶ
ଗତ ୨୬ ତାରିଖରେ ଝରାଫୁଲ ଗାଁକୁ ଯିବା ପାଇଁ ବସ୍‌ରେ ବସିବା ପରେ ପରିବାର ଲୋକଙ୍କ ସହ ଆଉ ସମ୍ପର୍କ କରି ନ ଥିଲେ। ପରିବାର ଲୋକେ ତାଙ୍କ ପହଞ୍ଚତ୍ବା ବାଟକୁ ଚାହିଁ ବସିଥିବାବେଳେ ସେ ବସ୍‌ରୁ ଓହ୍ଲାଇ ପ୍ରେମିକ ରାକେଶଙ୍କ ସହ ବୁଲାବୁଲି କରି ରାତିରେ ଗେଷ୍ଟ ହାଉସ୍‌ରେ ରହିଥିଲେ। ବିଳମ୍ବିତ ରାତିରେ ରାକେଶ ଝରାଫୁଲଙ୍କ ଫୋନରୁ ତାଙ୍କ ଭାଇଙ୍କୁ ମେସେଜ୍‌ କରିଥିଲେ ଏବଂ ସେତେବେଳକୁ ଝରାଫୁଲଙ୍କ ମୃତ୍ୟୁ ଘଟିସାରିଥିବା ଅନୁମାନ କରାଯାଉଛି। ୨୭ ତାରିଖ ସକାଳେ ନିଜ ସହଯୋଗୀଙ୍କ ସହ ମିଶି ଝରାଫୁଲଙ୍କ ମୃତ ଶରୀରକୁ ମୟୂରଭଞ୍ଜ ନେଉଥିଲେ। ତେବେ ମୃତଦେହ ମୟୂରଭଞ୍ଜରେ ମିଳିଥିଲେ ଏହା ଭିନ୍ନ ମୋଡ଼ ନେଇଥାନ୍ତା। ପୋଲିସର ଦୃଷ୍ଟି ରାକେଶଙ୍କ ଉପରୁ ହଟି ଅନ୍ୟଆଡେ ପଳାଇଥାନ୍ତା। ତେଣୁ ଏହା ରାକେଶର ସୁପରିକଳ୍ପିତ ଯୋଜନା ଥିଲା ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। ରାତିରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ରାକେଶ ଜାଣି ସାରିବା ପରେ ଏ ସମସ୍ତ ଯୋଜନା କରିଥିଲେ ବୋଲି କୁହାଯାଉଛି।
ଝରାଫୁଲଙ୍କ ସିମ୍‌ ଭାଙ୍ଗି ତାଗିଦ କରିଥିଲେ ବାପା
ଝରାଫୁଲଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରାକେଶଙ୍କ ସହ ଝରାଫୁଲ ସବୁବେଳେ ଫୋନ୍‌ରେ କଥା ହେଉଥିଲେ। ଏହା ଜାଣିବା ପରେ ଝରାଫୁଲଙ୍କଠାରୁ ବାପା ମୋବାଇଲ ଫୋନ୍‌ ଛଡ଼ାଇ ନେଇ ସେଥିରୁ ସବୁକିଛି ଡିଲିଟ୍‌ କରିଦେଇଥିଲେ। ଏମିତିକି ମୋବାଇଲ୍‌ ଫୋନ ସିମ୍‌କୁ ଭାଙ୍ଗି ଦେଇଥିଲେ। ଏଥିସହିତ ରାକେଶ ସହ ଦେଖା ନ କରିବାକୁ ତାଙ୍କୁ ବାରମ୍ବାର ତାଗିଦ୍‌ ମଧ୍ୟ କରିଥିଲେ। ହେଲେ ଝରାଫୁଲ ରାକେଶଙ୍କ ଫୋନ୍‌ ନମ୍ବର ମନେରଖିଥିଲେ। ଏହାର କିଛିଦିନ ପରେ ସେ ରାକେଶଙ୍କୁ ଯୋଗାଯୋଗ କରିବା ସହ ମିଳାମିଶା କରିଥିଲେ ବୋଲି ରବିବାର ଝରାଫୁଲଙ୍କ ବାପା ରମାକାନ୍ତ କହିଛନ୍ତି।

ଯାଜପୁର ପୋଲିସର ସମ୍ମାନହାନି ଭୟ

ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ପାଇଁ ତଦନ୍ତକାରୀ ଅଧିକାରୀ ଯାଜପୁର ରୋଡ୍‌ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କ ନେତୃତ୍ୱରେ ୨ଟି ଟିମ୍‌ ଗଠନ କରାଯାଇଛି। ୨ ଟିମ୍‌ ମୃତଦେହ ପଡ଼ିଥିବା ସ୍ଥାନ, ଝରାଫୁଲ ଓ ରାକେଶ ରାତ୍ରିଯାପନ କରିଥିବା ଗେଷ୍ଟହାଉସ୍‌, ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ରାକେଶଙ୍କ ଘର, ତାଙ୍କ ସମ୍ପର୍କୀୟ ଭାଇଙ୍କ ଘର ଆଦି ସ୍ଥାନରେ ଚଢାଉ କରି ତଥ୍ୟ ସଂଗ୍ରହ କରିଛି। ଉକ୍ତ ସ୍ଥାନଗୁଡିକରୁ ରାକେଶ ଏବଂ ଝରାଫୁଲଙ୍କ ବ୍ୟବହୃତ ସାମଗ୍ରୀକୁ ସାଇଣ୍ଟିଫିକ୍‌ ଟିମ୍‌ ଓ ତଦନ୍ତ ଅଧିକାରୀ ଜବତ କରିଛନ୍ତି। ସେ ସବୁକୁ ସୋମବାର ଫରେନ୍‌ସିକ୍‌ ଲାବରେଟୋରିକୁ ପୋଲିସ ପଠାଇବ ବୋଲି ଜଣାପଡିଛି। ଏହାସହ ରାକେଶଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବା ପୋଲିସ କହୁଛି। ସମ୍ମାନହାନି ଭୟ ଥିବାରୁ ଯାଜପୁର ଜିଲା ପୋଲିସ ପକ୍ଷରୁ ଘଟଣାର ତଦନ୍ତକୁ ବିଶେଷଭାବେ ଗୁରୁତ୍ୱ ଦିଆଯାଉଛି। କାରଣ ୨୦୧୯ରେ ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଯାଜପୁର ଜିଲା ପୋଲିସ ଅପଦସ୍ଥ ହେବା ସହ ତତ୍କାଳୀନ ଏସ୍‌ପି ଚରଣସିଂ ମୀନା ବିବାଦୀୟ ହୋଇପଡ଼ିଥିଲେ। ତେଣୁ ଝରାଫୁଲ ମୃତ୍ୟୁ ଘଟଣାରେ ବଦନାମ ନ ହେବା ପାଇଁ ଯାଜପୁର ପୋଲିସ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ତଦନ୍ତ ପ୍ରକ୍ରିୟାକୁ ଯଥାସମ୍ଭବ ଗୋପନ ରଖାଯିବାକୁ ପୋଲିସ ଚେଷ୍ଟା କରୁଛି। ଏସ୍‌ପିଙ୍କଠାରୁ ଆରମ୍ଭ କରି ତଦନ୍ତକାରୀ ଟିମ୍‌ ଅଧିକାରୀମାନେ ଗଣମାଧ୍ୟମକୁ ମାପିଚୁପି ତଥ୍ୟ ଓ ପ୍ରତିକ୍ରିୟା ଦେଉଛନ୍ତି। ଇତିମଧ୍ୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଥିବା ଆଲୋଚନା ହେଉଛି। ସେହିପରି ଅଭିଯୁକ୍ତ ରାକେଶଙ୍କ ସହଯୋଗୀ ଗିରଫ ହୋଇସାରିଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏହାକୁ ପୋଲିସ ଖଣ୍ଡନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri