ପୁଣି ପ୍ରେମରେ ପଡିଛନ୍ତି ହ୍ରିତିକ ରୋଶନ,ଗର୍ଲଫ୍ରେଣ୍ଡଙ୍କ ସହ ଭିଡିଓ ଭାଇରାଲ

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଜଣେ ଯୁବତୀଙ୍କ ହାତ ଧରି ବାହାରୁଥିବାର ସେ ନଜର ଆସିଥିଲେ। ଏବେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ହ୍ରିତିକ ରୋଶନ ଏବଂ ତାଙ୍କ ସାଙ୍ଗରେ ଥିବା ଯୁବତୀ ମାସ୍କ ପିନ୍ଧିଥିଲେ। ଏହି କାରଣରୁ ଯୁବତୀ ଜଣଙ୍କ ପ୍ରକୃତରେ କିଏ ତାହା ଜଣାପଡିନାହିଁ। ତେବେ ଭିଡିଓ ଦେଖିବା ପରେ ଲାଗୁଛି ଯେ ଫଟୋଗ୍ରାଫରମାନେ ସେଠାରେ ରହିବା ଏବଂ ଫଟୋ ଉଠାଇବାରେ ହ୍ରିତିକଙ୍କର କୌଣସି ଅସୁବିଧା ନାହିଁ। ହ୍ରିତିକ ରେଷ୍ଟୁରାଣ୍ଟରୁ ବାହାରି ସିଧା ତାଙ୍କ କାର ଆଡକୁ ଗଲେ କିନ୍ତୁ ଫଟୋଗ୍ରାଫରମାନଙ୍କୁ ଦେଖିବା ପରେ ସେ ସେଠାରେ ଅଟକି ଗଲେ। ରୋଚକକଥା ହେଉଛି ଫଟୋଗ୍ରାଫର୍‌ଙ୍କୁ ଦେଖିବା ପରେ ମଧ୍ୟ ହ୍ରିତିକ ଶେଷ ପର୍ଯ୍ୟନ୍ତ ଯୁବତୀଙ୍କ ହାତ ଧରିଥିଲେ। ହ୍ରିତିକ ଯୁବତୀଙ୍କୁ ପ୍ରଥମେକାରରେ ବସିବାରେ ସାହାଯ୍ୟ କରିଥିଲେ ଏବଂ ପରେ ସେ ମଧ୍ୟ ସମାନ କାରରେ ବସି ସେଠାରୁ ଚାଲି ଯାଇଲେ। ଚର୍ଚ୍ଚା ଅନୁଯାୟୀ ହ୍ରିତିକ୍‌ ଲେଖିକା ସବା ଆଜାଦଙ୍କୁ ଡେଟ କରୁଛନ୍ତି। ସମ୍ପୃକ୍ତ ଯୁବତୀ ଜଣଙ୍କ ସବା ବୋଲି କୁହାଯାଉଛି।
ହ୍ରିତିକ ରୋଶନ ଦୀର୍ଘ ଦିନ ଧରି ତାଙ୍କ ସହ ପ୍ରେମସମ୍ପର୍କ ରଖିବା ପରେ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ସନ୍ତାନ ଅଛନ୍ତି। କିନ୍ତୁ ଦୁହେଁ ୨୦୧୪ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ସୁଜାନେ ଅଭିନେତା ଅର୍ସଲାନ ଗୋନିଙ୍କୁ ଡେଟ୍‌ କରୁଛନ୍ତି।

 

View this post on Instagram

 

A post shared by Varinder Chawla (@varindertchawla)


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri