ସମ୍ପ୍ରସାରଣ ହେବ ମୂଷା ନଦୀ

ପୁରୀ ଅଫିସ,୨୯।୧୦:  ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ପୁରୀ। ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏକାଧିକ ପ୍ରକଳ୍ପ କାମ ଚାଲିଥିବା ଆଗକୁ ଆହୁରି ଅନେକ ପ୍ରକଳ୍ପ କାମ ଆରମ୍ଭ କରାଯିବ। ତେବେ ପୁରୀ ସହର କଡ଼ରେ ରହିଥିବା ମୂଷା ନଦୀ ପ୍ରାୟ ସୁପ୍ତ ଅବସ୍ଥାରେ ରହିଛି। ଦଳ ଓ ଆବର୍ଜନାରେ ଭର୍ତ୍ତି ମୂଷା ନଦୀର ବିକାଶ କରାଯିବ। ଏହାକୁ ସମ୍ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ପୁରୀ ସଦର ତହସିଲ ଅନ୍ତର୍ଗତ ୩ଟି ମୌଜା (ସମଙ୍ଗ, ମାଟିତୋଟା ଏବଂ ମାର୍କଣ୍ଡେଶ୍ୱର ସାହି)ର ୪୬.୬୦୯ ଏକର ଜମି ଅଧିଗ୍ରହଣ କରାଯିବ। ଏହି ଜମି ଅଧିଗ୍ରହଣ ନିମନ୍ତେ ସର୍ବସାଧାରଣ ଉଦ୍ଦେଶ୍ୟରେ ପ୍ରଭାବିତ ଅଞ୍ଚଳରେ ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ବେକ୍ଷଣ ହେବ। ଭୂମି ଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ସ୍ବଚ୍ଛତା ଅଧିକାର ଆଇନ-୨୦୧୩ର ଧାରା ୪ ଅନୁଯାୟୀ ଉକ୍ତ ସର୍ବେକ୍ଷଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି।
ହୁଳୁହୁଳିଆ ପୋଲଠାରୁ ଦେବୀଘାଟ ପର୍ଯ୍ୟନ୍ତ ମୂଷା ନଦୀର ସମ୍ପ୍ରସାରଣ କରାଯିବ। ନଦୀର ଉଭୟ ପାର୍ଶ୍ୱରେ ଜମି ଅଧିଗ୍ରହଣ ହେବ। ପୁରୀ ସଦର ତହସିଲ ଅନ୍ତର୍ଗତ ଉପରୋକ୍ତ ୩ଟି ମୌଜାର ୪୬.୬୦୯ ଏକର ଜମି ଅଧିଗ୍ରହଣ କରାଯିବ। ଏଥିରେ ଘରୋଇ ଜମି ୩୭.୬୨୯ ଏକର ରହିଥିବା ବେଳେ ୮.୯୮୦ ଏକର ସରକାରୀ ଜମି ରହିଛି। ସମଙ୍ଗ ମୌଜାର ୨୪.୯୪୬ ଏକର ଘରୋଇ ଜମି ଏବଂ ୩.୪୦୦ ଏକର ସରକାରୀ ଜମି, ମାଟିତୋଟା ମୌଜାର ୧୦.୮୯୮ ଏକର ଘରୋଇ ଜମି ଏବଂ ୦.୦୭୨ ଏକର ସରକାରୀ ଜମି, ମାର୍କଣ୍ଡେଶ୍ୱର ସାହିର ୧.୭୮୫ ଏକର ଘରୋଇ ଜମି ଏବଂ ୫.୫୦୮ ଏକର ସରକାରୀ ଜମି ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri