୫୦ କୋଟି ପ୍ରାପ୍ୟ ପାଇଁ ଗାଁରୁ ଆରମ୍ଭ ହେବ ଆନ୍ଦୋଳନ

ଯାଜପୁର ଅଫିସ,୧୨।୪ : ଓଡ଼ିଶା ଖଣି ନିଗମ ସୁକିନ୍ଦା ଉପତ୍ୟକାର କଲରଙ୍ଗୀ କ୍ରୋମାଇଟ ଖଣି ଶ୍ରମିକଙ୍କ ହକ୍‌ ପ୍ରାପ୍ୟ ୫୦ କୋଟି ଟଙ୍କା ପ୍ରଦାନ ନ କଲେ ବ୍ୟାପକ ଆନ୍ଦୋଳନ ହେବ। ଏହାବାଦ୍‌ ଘରକୁ ଘର ଯାଇ ଏକ ଅଭିନବ ଅଭିଯାନ କରାଯିବ ବୋଲି ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ ଘୋଷଣା କରିଛନ୍ତି।
ସୁକିନ୍ଦା-ଭୂବନ ଅଞ୍ଚରୁ ଆଗୁଆ ଶ୍ରମିକମାନଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି ା ଏଥିରେ କଳିଙ୍ଗନଗର କାରଖାନା ଓ କେନ୍ଦୁଝର ଜିଲା ବଉଳା କ୍ରୋମାଇଟ ଖଣି ଅଞ୍ଚଳର ପ୍ରତିନିଧିମାନେ ଯୋଗଦେଇଥିଲେ ା ଶ୍ରମିକନେତା ହୃଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ମାୟାଧର ନାୟକ ସମ୍ପ୍ରତି ସାରା ଓଡିଶାରେ ଶ୍ରମଜୀବୀମାନଙ୍କ ବ୍ୟଥା ଓ ବେଦନା ତଥା ମାଲିକ ଠିକାଦାରମାନଙ୍କ ଶୋଷଣ ସମ୍ପର୍କରେ ଆଲୋଚନା କରିଥିଲେ। କଲରଙ୍ଗୀ ଖଣି ଶ୍ରମିକଙ୍କ ହକ ପ୍ରାପ୍ୟ ୫୦ କୋଟି ପାଇଗଲେ ସାରା ଓଡିଶାରେ କଳକାରଖାନା, ଖଣିଖାଦାନ, ଶିଳ୍ପାନୁଷ୍ଠାନର ଶ୍ରମିକ କର୍ମଚାରୀମାନେ ବର୍ଷବର୍ଷ ଧରି ଶୋଷଣର ଶିକାର ଓ ହକ ପ୍ରାପ୍ୟ ପାଇବାକୁ ଆନ୍ଦୋଳନ ଗଢି ତୋଳିବେ ା ଖଣି ନିଗମ ବିଭିନ୍ନ ସ୍ଥାନରେ ବେଆଇନ ଖନନ ପାଇଁ ରାଜ୍ୟ ସରକାରଙ୍କୁ ୩୦୦ କୋଟି ଟଙ୍କା ଜରିମାନା ଦେଇଛି ା ଓଡିଶାର ଖଣି ଖାଦାନରୁ କେତେକ ନେତା ଓ ଅଫିସର ମାସିକ ବଟି ବାବଦକୁ ବିପୁଳ ଅର୍ଥ ଆଦାୟ କରୁଛନ୍ତି ା ସରକାର ଏଥିପ୍ରତି ଆଖିବୁଜି ଦେଇଛନ୍ତି ା କିନ୍ତୁ କଳରଙ୍ଗୀ ଶ୍ରମିକଙ୍କ ପ୍ରାପ୍ୟ ୨୨ ବର୍ଷ ହେଲା ଦେଉ ନ ଥିବାରୁ ଶ୍ରମିକଙ୍କ ମହଲରେ ଅସନ୍ତୋଷ ତେଜୁଛି। ନିଷ୍ପତ୍ତି ଅନୁଯାୟ ପ୍ରଥମେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଘର କାମାକ୍ଷାନଗର ନିକଟ ଅନନ୍ତପୁରକୁ ଯାଇ ଶ୍ରମିକମାନେ ପ୍ରାପ୍ୟ ପାଇଁ ନିବେଦନ କରିବେ। ଖଣି ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଭୁବନ ବ୍ଲକ ଅଞ୍ଚଳରୁ ଅନଳ, ଓଡିଶୋ, ବଡକାଠିଆ, ବରନାଳୀ, ବରଗଜି, କୃଷ୍ଣପୁର ପ୍ରଭୃତି ଗ୍ରାମରୁ ପ୍ରାୟ ୩୦୦ ଶ୍ରମିକ କଲରଙ୍ଗୀ ଖଣିରେ କାମ କରନ୍ତି ା ପୁନଶ୍ଚ ଚିଫ୍‌ ସେକ୍ରେଟାରୀ ପ୍ରଦୀପ ଜେନାଙ୍କ ଘର ସୁକିନ୍ଦା ସୀମାନ୍ତ ଭୂବନ ବ୍ଲକର ବାଲିଛାଟିରେ ା କଲରଙ୍ଗୀ ଶ୍ରମିକଙ୍କ ପ୍ରାପ୍ୟ ପଇଠ କରିବା ପାଇଁ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ଖଣିମନ୍ତ୍ରୀ, ଏମ୍‌ପି, ବିଧାୟକ, ମୁଖ୍ୟ ଶାସନ ସଚିବଙ୍କଠାରୁ ଖଣି ନିଗମ, କେନ୍ଦ୍ରୀୟ ଶ୍ରମ ବିଭାଗ ସମସ୍ତଙ୍କୁ ସ୍ମାରକପତ୍ର ଦିଆଯାଇଛି। ଓଡିଶା ହାଇକୋର୍ଟ, କେନ୍ଦ୍ରଜଙ୍ଗଲ ପରିବେଶ ମନ୍ତ୍ରାଳୟ ପକ୍ଷରୁ ୨୦ ବର୍ଷହେଲା କଲରଙ୍ଗୀ ଖଣି ଖୋଲିବା ପାଇଁ ନିର୍ଦ୍ଦେଶ ଥିଲେ ବି ଖଣି ନିଗମ ଖାତିର କରୁନାହିଁ। ତେଣୁ ଖଣି ଶ୍ରମିକମାନେ ମନ୍ତ୍ରୀ ଓ ସଚିବଙ୍କ ଗ୍ରାମ ଘରକୁ ଯାଇ ଅନୁରୋଧ କରିବେ ା ଏହି ଅଭିନବ ଅଭିଯାନ ସୁକିନ୍ଦା, ଭୂବନ, କାମାକ୍ଷାନଗରରୁ ଆରମ୍ଭ ହେବ ବୋଲି ଶ୍ରମିକ ନେତା ନାୟକ ଘୋଷଣା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri