ଗାଁ ଜମି ନ ଫେରାଇଲେ ଆନ୍ଦୋଳନ: ସୁର

ଖୋର୍ଦ୍ଧା ଅଫିସ,୪।୧: ଗାଁ ସଂସ୍କୃତି ଓ ପରମ୍ପରା ସମାଜକୁ ଉଜ୍ଜୀବିତ କରିଥାଏ। ତେବେ ଗାଁ ଜମି, ଖେଳପଡ଼ିିଆ, ଶ୍ମଶାନ ଜମି, ମେଲଣ ପଡ଼ିିଆ ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ିିଛି। ସରକାର କମ୍‌ ମୂଲ୍ୟରେ ଏସବୁକୁ ଇଡ୍‌କୋ ହାତକୁ ଟେକି ଦେଇଛନ୍ତି। ୩ଲକ୍ଷ ଟଙ୍କାରେ କିଣି ଇଡ୍‌କୋ ୫କୋଟିରେ ବିକୁଛି। ଗାଁ ଜମି ଏବେ ଅଣଓଡ଼ିଆଙ୍କ କବ୍‌ଜାରେ ରହିଛି। ଖେଳପଡ଼ିଆ ନ ରହିଲେ, ପିଲାମାନେ ଖେଳିବେ କେଉଁଠି। ସେହିପରି ମେଲଣ ପଡ଼ିଆ ନ ରହିଲେ, ଗ୍ରାମ ଠାକୁର କେଉଁଠି ବସିବେ ବୋଲି କଂଗ୍ରେସ ଖୋର୍ଦ୍ଧା ଜିଲା ସଭାପତି ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ୯୪ତମ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ବିଧାୟକ ସୁର କହିଲେ ଯେ, ଖୋର୍ଦ୍ଧା ଜିଲାର ଅର୍ଦ୍ଧାଧିକ ଜମିକୁ ରାଜ୍ୟ ସରକାର ଇଡ୍‌କୋ ହାତକୁ ଟେକି ଦେଇଛନ୍ତି। ଗାଁ ଚାରିଆଡେ ଇଡ୍‌କୋ ପାଚେରି ନିର୍ମାଣ କରୁଛି। ଏଣିକି ଇଞ୍ଚେ ଜମି ଦିଆଗଲେ ଆଉ ବରଦାସ୍ତ କରାଯିବ ନାହିଁ। ମାର୍ଚ୍ଚ ୧ ସୁଦ୍ଧା ସରକାର ନେଇଥିବା ଗାଁ ଜମିକୁ ନ ଫେରାଇଲେ ଭୁବନେଶ୍ୱରରେ ଆନ୍ଦୋଳନ ହେବ। ୨୦ ହଜାରରୁ ଊର୍ଦ୍ଧ୍ୱ କର୍ମୀ ବିଧାନସଭା ଘେରାଉ କରିବେ ବୋଲି ବିଧାୟକ ରାଉତରାୟ ଚେତାବନୀ ଦେଇଛନ୍ତି।
ସେହିପରି ସେ କହିଛନ୍ତି, ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ରାଷ୍ଟ୍ରପତି ଶୁଭ ଦେବା ପରେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ। ୧୦ ଏକର ଜମି ସରକାର ଦେଇପାରିଲେ ନାହିଁ। ତେଣୁ ପ୍ରସ୍ତାବିତ ସ୍ମାରକୀ କାମ ଅଟକି ରହିଛି। ବେଲପଡ଼ାରେ ୧୦ ଏକର ଜମି ରହିଛି। ଜିଲା ପ୍ରଶାସନ ଏଦିଗରେ ତପତ୍ରତା ଦେଖାଇବା ଉଚିତ। ବରୁଣେଇ ପାହାଡ଼ର ୫୦ ଭାଗ ଜମିକୁ ସରକାର ଅଣଓଡ଼ିଆଙ୍କୁ ଟେକି ଦେଲେଣି। ସେହିପରି ସାରୁଅଠାରୁ ଆରମ୍ଭ କରି କୁମାରବସ୍ତ ଜଙ୍ଗଲ ଜମିକୁ ଇଡ୍‌କୋକୁ ଶାଗମାଛ ଦରରେ ସରକାର ଦେଇଛନ୍ତି। ଇଡ୍‌କୋ ଏହାକୁ କୋଟି କୋଟି ଟଙ୍କାରେ ଅଣଓଡ଼ିଆଙ୍କୁ ବିକ୍ରି କରୁଛି। ଆମେ ବଂଶାନୁକ୍ରମେ ଗ୍ରାମରେ ରହିଆସୁଛୁ। ଆମ ଜମି ଚାଲିଗଲେ ଆମେ କୁଆଡ଼େ ଯିବୁ ବୋଲି ବିଧାୟକ ରାଉତରାୟ ପ୍ରଶ୍ନ କରିଛନ୍ତି। ଛତାବରରେ ୬ଶହ ଏକର, ଖୁଦୁପୁର, ତରାବୋଇର ଶ୍ମଶାନ, ଖେଳପଡ଼ିଆ ଓ ମେଲଣ ପଡ଼ିଆ ଜମିକୁ ମଧ୍ୟ ସରକାର ବିକ୍ରି କରିବାକୁ ବସିଛନ୍ତି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ। ଏହା ବିରୋଧରେ ଲଢେଇ ହେବ। ଅନ୍ୟପକ୍ଷରେ ସେ ଜଟଣୀ ନିର୍ବାଚନମଣ୍ଡଳୀରେ ୨୪ଘଣ୍ଟିଆ ପାନୀୟଜଳ ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇ କହିଥିଲେ, ମୁଖ୍ୟମନ୍ତ୍ରୀ କାମିକା ଲୋକ। ତାଙ୍କ ମୁଣ୍ଡରେ ପୂରେଇବାକୁ ପଡ଼ିିବ। ତାଙ୍କ ପାଖ ଲୋକଙ୍କୁ ତେଲ ମାରିବାକୁ ପଡ଼େ। ମୁଖ୍ୟମନ୍ତ୍ରୀ ମୋର ଅନୁରୋଧ ରଖି ୭ମାସ ମଧ୍ୟରେ ପାନୀୟଜଳ ବ୍ୟବସ୍ଥା କରିଦେଲେ ବୋଲି ରାଉତରାୟ କହିଛନ୍ତି। ସ୍ମୃତି କମିଟି ସମ୍ପାଦକ ସଞ୍ଜୟ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଶିକ୍ଷାବିତ୍‌ କ୍ଷୀରୋଦ ମହାନ୍ତି, ପୂର୍ବତନ ବିଧାୟକ ଦିଲୀପ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri