ଶିଶୁକନ୍ୟା ଜନ୍ମ ହେବାରୁ ମା’ ହସ୍ପିଟାଲରୁ ଫେରାର

ବ୍ରହ୍ମପୁର ଅଫିସ,୧୭।୭: ଜଣେ ମା’ ଶିଶୁକନ୍ୟାଙ୍କୁ ଜନ୍ମ ଦେବା ପରେ ମେଡିକାଲରୁ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଶୁକ୍ରବାର ରାତିରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି। ନବଜାତ ଶିଶୁକନ୍ୟାର ସୁରକ୍ଷା ଓ ଯତ୍ନ ପାଇଁ ତାକୁ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶିଶୁଟି ଏବେ ସ୍ବତନ୍ତ୍ର ନବଜାତ ସୁରକ୍ଷା ବିଭାଗ (ଏସ୍‌ଏନ୍‌ସିୟୁ)ରେ ଚିକିତ୍ସିତ ହେଉଛି। ମେଡିକାଲରେ ଶିଶୁଟିର ସ୍ତନ୍ୟପାନ ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ବିଭାଗୀୟ ଡାକ୍ତର ସୂଚନା ଦେଇଛନ୍ତି। ଶିଶୁକନ୍ୟାଙ୍କୁ ସ୍ବତନ୍ତ୍ର ପୌଷ୍ୟା ସନ୍ତାନ କେନ୍ଦ୍ରରେ ରଖାଯିବ ବୋଲି ଚାଇଲ୍‌ଡ ଲାଇନ୍‌ କେନ୍ଦ୍ରୀୟ ସଂଯୋଜକ ସାଇ ପ୍ରସାଦ ସାମଲ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନରେ ଜଣେ ଗର୍ଭବତୀ ନନ୍ଦିନୀ (ଛଦ୍ମନାମ) ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପ୍ରସବ ଗୃହକୁ ନିଆଯାଇଥିଲା। ସେଠାରେ ମହିଳା ଜଣଙ୍କ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ହେଲେ ମହିଳା ଜଣକ ରାତିରେ ଶଯ୍ୟା ଛାଡି କେଉଁଆଡେ ଚାଲିଯାଇଥିଲେ। ଶିଶୁଟି କାନ୍ଦିବା ପରେ ମା’ଙ୍କୁ ଖୋଜାପଡିଥିଲା। ହେଲେ ତାଙ୍କ ପିତ୍ତା ମିଳି ନ ଥିଲା। ମେଡିକାଲରେ ଥିବା ସିସିଟିଭି ଫୁଟେଜ କାମ କରୁ ନ ଥିବାରୁ ସମ୍ପୃକ୍ତ ମହିଳାଙ୍କ ସମ୍ପର୍କରେ ଜଣାପଡି ନ ଥିଲା ବୋଲି ମେଡିକାଲ ଅଫିସର ପ୍ରଦୀପ ଗନ୍ତାୟତ ସୂଚନା ଦେଇଛନ୍ତି। ଶିଶୁଟିର ସୁରକ୍ଷା ଓ ଯନତ୍ ପାଇଁ ତାକୁ ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏ ନେଇ ଖଲ୍ଲିକୋଟ ଥାନାରେ ଏକ ଅଭିଯୋଗ କରାଯାଇଛି ବୋଲି ଡାକ୍ତର ଗନ୍ତାୟତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ଗିରଫ

ବଡବିଲ, ୪।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଲାଣୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ପ୍ରତାପ...

ରାଜ୍ୟରେ ଚାଲିଛି ୩୬ ରେଳ ପ୍ରକଳ୍ପ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଓଡ଼ିଶାରେ ବର୍ତ୍ତମାନ ୩୬ ରେଳ ପ୍ରକଳ୍ପ ରହିଛି। କେତେକ ପ୍ରକଳ୍ପର କାର୍ଯ୍ୟ ଚାଲୁଥିବାବେଳେ ଆଉକିଛି ବିଭିନ୍ନ ଅନୁମତି ଅପେକ୍ଷାରେ ରହିଛି। ସେହିଭଳି କେତେକ ପ୍ରକଳ୍ପର...

ନଦୀବନ୍ଧ କାଟିଦେଲେ କାଠ ମାଫିଆ :ଜଳସମ୍ପଦ ବିଭାଗ ପକ୍ଷରୁ ଥାନାରେ ଏତଲା

ବରୀ, ୨୬।୨ (ସ୍ବ.ପ୍ର.): ବରୀ ଥାନା ଅଞ୍ଚଳରେ ଏବେ କାଠ ମାଫିଆ ବେଶ୍‌ ସକ୍ରିୟ ହୋଇଛନ୍ତି। ଅନେକ ସମୟରେ କାଠ ଚୋରା ଚାଲାଣ ହେଉଥିବା ବେଳେ...

୬ରୁ ରବିଧାନ ସଂଗ୍ରହ: ବିକ୍ରି ପରିମାଣ ଅସ୍ପଷ୍ଟ

ବରଗଡ଼ ଅଫିସ୍‌,୮।୪: ବରଗଡ଼ ଜିଲାରେ ଆସନ୍ତା ମେ ୬ରୁ ରବିଧାନ ସଂଗ୍ରହ ଆରମ୍ଭ ହେବ। ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧୀନ ମଣ୍ଡି...

୧୪ ସମିତି ସଭ୍ୟଙ୍କ ସମର୍ଥନରେ ଜିତିଲେ ସୁନୀଲ

ସାକ୍ଷୀଗୋପାଳ, ୧୨।୩(ଡି.ଏନ.ଏ): ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ସତ୍ୟବାଦୀ ବ୍ଲକରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ସୁନୀଲ କୁମାର ପଣ୍ଡା ବିଜୟୀ ହୋଇଛନ୍ତି। ସେ...

ମାଓବାଦୀଙ୍କ ଶହୀଦ ସପ୍ତାହ : କୋରାପୁଟ ଜିଲାରେ ହାଇଆର୍ଲଟ, ଗାଡ଼ି ଚଳାଚଳ ବନ୍ଦ

କୋରାପୁଟ,୨୮।୭(ସ୍ବ.ପ୍ର.): ଅବିଭକ୍ତ କୋରାପୁଟ ଜିଲାରେ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାବେଳେ କୋରାପୁଟରେ ଆଂଶିକ ପ୍ରଭାବ ଦେଖାଯାଇଛି। ବିଶେଷକରି ଜିଲାର ପଟ୍ଟାଙ୍ଗି ବ୍ଲକର ଆବଲି,...

ବଜାରରେ ଭିଡ, ରହୁନି ସାମାଜିକ ଦୂରତା

ବୁଗୁଡ଼ା,୧୩ା୫(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ କରୋନା ପଜିଟିଭ ସଂଖ୍ୟା ୨ଶହ ଟପିଛି। ମାତ୍ର ଏବେବି ଲୋକେ ସଚେତନ ହେଉନାହନ୍ତି। ସାମାଜିକ ଦୂରତା ସହ ମାସ୍କ ବ୍ୟବହାର...

କାଉଡୋଳା ମୁଟୁରା ନଦୀ ପଠାରେ ଚାଲିଛି ବେଆଇନ ଇଟାଭାଟି

କୋକସରା, ୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ତହସିଲ ଅନ୍ତର୍ଗତ କାଉଡୋଲା ମୁଦ୍ରା ନଦୀ କୂଳରେ ବେଧଡକ ଭାବେ ଚାଲିଛି ଏବେ ବେଆଇନ ଇଟାଭାଟି। ସରକରୀ...

Advertisement
Archives

Model This Week