ଅଣ୍ଡାକୁ ଶତ୍ରୁ କବଳରୁ ଜଗିଛି ମା’ କୁମ୍ଭୀର

ମହାକାଳପଡ଼ା,୧୪ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ନଦୀ ଓ ଯୋର ଆଦି ସ୍ଥାନରେ କୁମ୍ଭୀରଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ବିଶେଷକରି ଉପକୂଳ ଅଞ୍ଚଳର ନଦୀକୂଳ ଘଞ୍ଚ ବୁଦା ମୂଳେ କୁମ୍ଭୀର ଅଣ୍ଡା ଦେଇଥାନ୍ତି। ମା’ କୁମ୍ଭୀର ସନ୍ତସନ୍ତିଆ, ଘଞ୍ଚ ବୁଦା ମୂଳ ଉଚ୍ଚ ସ୍ଥାନରେ ହେନ୍ତାଳ, ଖରି ଗଛ ପତ୍ର କାଠି କୁଟା ଓ ଘାସକୁ ସଂଗ୍ରହ କରି ଦୁଇ ଫୁଟ୍‌ ଉଚ୍ଚରେ ସଜେଇ ରଖି ତାହା ଭିତରେ ଅଣ୍ଡା ଦେଇଥାଏ। କାଉ, କୁକୁର, ବିଲୁଆ ଆଦି ଯନ୍ତୁମାନଙ୍କଠାରୁ ଦୂରେଇ ରଖିବାକୁ ବସା ମଧ୍ୟରେ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିଥାଏ। ଏହାର କିଛି ଦୂରରେ ମା’ କୁମ୍ଭୀର ଅଣ୍ଡାକୁ ଶତ୍ରୁ କବଳରୁ ରକ୍ଷା ପାଇଁ ଜଗି ରହିଥାଏ। ଯଦି କିଏ ଅଣ୍ଡା ଦେଇଥିବା ବସା ପାଖକୁ ଯାଏ ଜଗି ରହିଥିବା ମା’ କୁମ୍ଭୀର ଅତର୍କିତ ଆକ୍ରମଣ କରିଥାଏ। ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇଥାନ୍ତି। ନଦୀର ସନ୍ତସନ୍ତିଆ, ପାଣି ଗଡାଣି ସ୍ରୋତରେ କୁମ୍ଭୀର ଆଶ୍ରୟ ନିଅନ୍ତି। ବର୍ଷର ଜୁନ୍‌, ଜୁଲାଇରେ କୁମ୍ଭୀର ପ୍ରଜନନ ସମୟ ହୋଇଥାଏ। ବ୍ଲକର ଅରଡ, ଏକଲପୁର ନିକଟ ଗୋବରୀ ନଦୀ କୂଳ, ରାମଚଣ୍ଡୀ ଗଳିଆ ନଦୀ କୂଳ ଘଞ୍ଚ ବୁଦା ମୂଳେ ମା’ କୁମ୍ଭୀର ସୁରକ୍ଷିତ ସ୍ଥାନ ଭାବି ବସା ବାନ୍ଧିଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ଏହି ବସାରୁ କିଛି ଅଣ୍ଡାକୁ ବିଲୁଆ, କୁକୁର, କାଉ ନେଇ ଯାଉଛନ୍ତି। ବନ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ କୁମ୍ଭୀରଙ୍କ ବସା ଠାବ କରି ଗଣନା କରାଯାଏ। ବ୍ଲକର ଗୋବରୀ, ଲୁଣା, ରାମଚଣ୍ଡୀ ଗଳିଆ ନଦୀ, ବତୀଘର ଟୁବି ଓ ଖୋଳା ନଦୀ ସମେତ ମହାନଦୀ ତଳିଆ ନଦୀ ଯୋର, ନାଳ ଆଦି ସନ୍ତସନ୍ତିଆ ସ୍ଥାନରେ କୁମ୍ଭୀର ଆଡ୍ଡା ଜମାଇଛନ୍ତି। ସାଧାରଣତଃ ଏହି ଅଞ୍ଚଳରେ ବଉଳା ଜାତୀୟ କୁମ୍ଭୀର ଦେଖିବାକୁ ମିଳିଥାଏ। ଅନେକ ସମୟରେ ଏହି କୁମ୍ଭୀରମାନେ ଛେଳି, ମେଣ୍ଢା, ଗାଈ, ମଇଁଷି ଓ ମଣିଷଙ୍କୁ ଆକ୍ରମଣ କରିଥାନ୍ତି। ସ୍ଥାନୀୟ ଲୋକ ନଦୀ ମଧ୍ୟରେ ମାଛ ଧରିବା ସମୟରେ କୁମ୍ଭୀର ଆକ୍ରମଣର ଶିକାର ହେଉଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri