କାଠଯୋଡି ନଦୀକୁ ଡେଇଁଲେ ମା’ ଝିଅ

କଟକ ଅଫିସ, ୮।୭-କଟକ ତ୍ରିଶୁଳିଆ ବ୍ରିଜରୁ କାଠଯୋଡି ନଦୀକୁ ବୁଧବାର ମା ଓ ଝିଅ ଡେଇଁପଡିଛନ୍ତି। ବ୍ରିଜ ଉପରେ ଗାଡି ଥୋଇ ଉଭୟେ ନଦୀକୁ ଡେଇଁ ପଡିଥିବା ସୂଚନା ମିଳିଛି। ଖବରପାଇ ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବରଲେଖା ସୁଦ୍ଧା ଉଭୟ ମା ଝିଅଙ୍କ ପତ୍ତା ମିଳିନାହିଁ। ତେବେ କେଉଁ କାରଣରୁ ଉଭୟେ ନଦୀକୁ ଡେଇଁଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।