Posted inଫୁରସତ

ବିଶ୍ୱର ମହଙ୍ଗା ସ୍କୁଲ, ଫି’ ଜାଣିଲେ ଉଡ଼ିଯିବ ହୋସ୍‌

ଆଜିର ସମୟରେ ପିଲାମାନଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପଢ଼ାଇବା ଏତେ ସହଜ ନୁହେଁ। କାରଣ ସେମାନଙ୍କ ବିଦ୍ୟାଳୟର ଫି’ ଏତେ ଅଧିକ ଯେ ଅଭିଭାବକଙ୍କୁ ଅନେକଥର ଚିନ୍ତା କରିବାକୁ ପଡ଼ିବ। ସାଧାରଣତଃ ବେସରକାରୀ ସ୍କୁଲଗୁଡ଼ିକର ଅତ୍ୟଧିକ ଫି’ ନେବା ଦ୍ୱାରା ଅସୁବିଧାରେ ପଡ଼ନ୍ତି ଅଭିଭାବକ। ତେବେ ଆଜି ବିଶ୍ୱର ସବୁଠାରୁ ମହଙ୍ଗା ବିଦ୍ୟାଳୟ ସ୍କୁଲ ବିଷୟରେ କହିବୁ, ବର୍ଷକୁ ୯୮ ଲକ୍ଷ ଫି’ ନେଇଥାଏ ସ୍କୁଲ।

ଏମିତି ସ୍କୁଲ ରହିଛି ୟୁରୋପରେ। ଏହାର ନାମ ଇନ୍‌ଷ୍ଟିଚ୍ୟୁଟ୍‌ ଲେ ରୋଜେ। ଯେଉଁଠି ଏଠାକାର ଧନୀ ପରିବାରର ପିଲାମାନେ ଏହି ସ୍କୁଲରେ ଅଧ୍ୟୟନ କରିଥାନ୍ତି। କାରଣ ଏଠାରେ ଫି’ ଏତେ ଅଧିକ ଯେ, ଜଣେ ସାଧାରଣ ପରିବାରର ପିଲାକୁ ପଢ଼ାଇବା ପାଇଁ ସାହସ ଜୁଟାଇ ପାରିବେନି ଅଭିଭାବକ। ପ୍ରତ୍ୟେକ ପିଲାଙ୍କ ପାଇଁ ବାର୍ଷିକ ଦେୟ ୧ ଲକ୍ଷ ୩୦୦ ହଜାର ଡଲାରରୁ ଅଧିକ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୯୮ ଲକ୍ଷ ଟଙ୍କା। ଏହି ସ୍କୁଲ ୧୮୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଯାହାକି ସବୁଠାରୁ ପ୍ରସିଦ୍ଧ ଏବଂ ପୁରାତନ ସ୍କୁଲ୍‌। ଏହି ସ୍କୁଲରେ ସ୍ପେନ, ଇଜିପ୍ଟ, ବେଲଜିୟମ, ଇରାନ ଏବଂ ଗ୍ରୀସର ରାଜାମାନେ ଅଧ୍ୟୟନ କରିଥିଲେ।

ଏହି ସ୍କୁଲର ଦୁଇଟି କ୍ୟାମ୍ପସ, ଟେନିସ କୋର୍ଟ, ଏକ ଶୁଟିଂ ରେଞ୍ଜ, ଆକ୍ୱାଷ୍ଟ୍ରେନ ସେଣ୍ଟର ଏବଂ ଏକ କନ୍ସର୍ଟ ହଲ୍‌ ସହିତ ଏହା ଏକମାତ୍ର ବୋର୍ଡିଂ ସ୍କୁଲ ଅଟେ। ଯାହା ପ୍ରାୟ ୪୦ ମିଲିୟନ ଡଲାର ମୂଲ୍ୟରେ ନିର୍ମିତ। ବିଦ୍ୟାଳୟର ଶୀତକାଳୀନ ଶିବିରରେ ଏକ ପୃଥକ୍‌ ସ୍କାଏକିଂ ସୁବିଧା ଯୋଗାଇ ଦିଆଯାଇଛି।

ଏହି ସ୍କୁଲରେ ଶିକ୍ଷକଙ୍କ ବି ଅଭାବ ନାହିଁ। ଏଠାରେ ୪୨୦ ଜଣ ଛାତ୍ରୀଛାତ୍ର ଅଛନ୍ତି, ଏମାନଙ୍କୁ ୧୫୦ ଶିକ୍ଷକ ପାଠ ପଢ଼ାଉଛନ୍ତି। ପ୍ରତ୍ୟେକ ଶ୍ରେଣୀରେ ୧୦ରୁ କମ୍‌ ପିଲା ଅଛନ୍ତି, ଫଳରେ ଶିକ୍ଷକମାନେ ସମସ୍ତଙ୍କୁ ଯଥେଷ୍ଟ ଧ୍ୟାନ ଦେଇପାରିବେ। ଏଠାରେ ଥିବା ଶିକ୍ଷକମାନଙ୍କ ପିଲାମାନଙ୍କ ପାଇ ୩୦ଟି ସିଟ୍‌ ସଂରକ୍ଷିତ, ସେଥିମଧ୍ୟରୁ ୩ଟି ପ୍ରତିବର୍ଷ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ବିଦ୍ୟାଳୟରେ ଆଡ୍‌ମିଶନ ବୟସ ୭-୧୮ବର୍ଷ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri