Posted inଫୁରସତ

ଦୁନିଆର ସବୁଠୁ ବିପଜ୍ଜନକ ଶିଡ଼ି, ସାହସୀ ଲୋକ ହିଁ ଚଢ଼ିପାରିବେ, ଥରେ ଦେଖନ୍ତୁ ଏହି ଭିଡିଓ…

ଅଷ୍ଟ୍ରିଆରେ ଏକ ଶିଡ଼ି ଅଛି। ଯାହାକୁ ‘ସ୍କାଏ ଲ୍ୟାଡର’ କୁହାଯାଏ। ଏହା ଦୁନିଆର ସବୁଠାରୁ ବିପଜ୍ଜନକ ବୋଲି କୁହାଯାଏ। ଯାହାର ଲମ୍ବ ୧୪୦ ଫୁଟ ଏବଂ ଭୂମିରୁ ଉଚ୍ଚତା ୨,୨୯୬ ଫୁଟ। ଏହି ଶିଡ଼ିଟି ଦୁଇଟି ପର୍ବତ ଶିଖରକୁ ସଂଯୋଗ କରୁଛି। କେବଳ ସାହସୀ ଲୋକମାନେ ଏହି ପାହାଚ ଚଢ଼ିବାରେ ସକ୍ଷମ ହୋଇପାରିବେ। କିନ୍ତୁ ଥରେ ଏହି ଶିଡ଼ି ଚଢ଼ିବାରେ ସଫଳ ହେଲେ, ସେମାନେ ଏକ ଅତି ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ପାଇବେ। ଯାହାର ସୌନ୍ଦର୍ଯ୍ୟକୁ ‘ସ୍ବର୍ଗ’ ସହିତ ତୁଳନା କରାଯାଏ। ବର୍ତ୍ତମାନ ଏହା ସହ ଜଡ଼ିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Mountain Planet (@mountain_planet)

@Mountain_planet ନାମକ ଏକ ଇନ୍‌ଷ୍ଟାଗାମ୍‌ରେ ଭିଡିଓଟି ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ସ୍କାଏ ଲ୍ୟାଡର ଚଢୁଛନ୍ତି। ଭିଡିଓରେ ଏହି ବ୍ୟକ୍ତିଙ୍କୁ ଦେଖିଲେ ହୋସ୍‌ ଉଡ଼ିଯିବ। ଆପଣ ଏଥିରେ ୪ଟି ଚମତ୍କାର ଦୃଶ୍ୟ ଦେଖିପାରିବେ। ଗଭୀର ଉପତ୍ୟକା, ଉଚ୍ଚ ପର୍ବତ ଏବଂ ସମତଳ ସବୁଜ ଜଙ୍ଗଲ ଦ୍ୱାରା ଘେରି ରହିଥିବା ଏକ ନିଆରା ଦୃଶ୍ୟ।

How To Climb The Sky Ladder In Austria

ଭିଡିଓରେ ଦେଖିପାରିବେ ଶିଡ଼ି ତଳେ ଖାଲ କେତେ ବିପଜ୍ଜନକ ଏବଂ ଗଭୀର। ଯାହାକୁ ଦେଖି ଭୟରେ ଦେହ ଥରି ଉଠିବ। ଭିଡିଓ ଶେଷରେ ଏହା ଦେଖିବାକୁ ମିଳେ ଯେ, ଯେତେବେଳେ ବ୍ୟକ୍ତି ଜଣକ ଶିଖର ଧାରରେ ପହଞ୍ଚନ୍ତି, ସେତେବେଳେ ସେ ଏକ ଦୀର୍ଘ ନିଃଶ୍ୱାସ ଛାଡୁଛନ୍ତି।

ऑस्ट्रिया की 'स्काई लैडर' (Image: Instagram/@Bergmensch, @Mountain_planet)

ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରିଆର ଏହି ଆକାଶ ଶିଡ଼ି ସାହସିକତା ମଧ୍ୟରେ ବହୁତ ଲୋକପ୍ରିୟ। ଏହି ଶିଡ଼ିଗୁଡ଼ିକ ଲୁହାରେ ନିର୍ମିତ। ଏହି ମାର୍ଗକୁ ଫେରେଟା କୁହାଯାଏ। ଯାହା ମାଧ୍ୟମରେ ଜଣେ ଡୋନରକୋଗେଲ ପର୍ବତର ଶିଖରରେ ପହଞ୍ଚିଥାନ୍ତି।

2023 Sky Ladder Experience in Salzkammergut

ଗୋନାକମର ଉତ୍ତର-ପଶ୍ଚିମ ପ୍ରାନ୍ତରେ ଥିବା ଡଚ୍‌ଷ୍ଟାଇନ୍‌ ପର୍ବତରେ ଡୋନରକୋଗେଲ ଏକ ଉଚ୍ଚ ପର୍ବତ। କିଛି ଲୋକ କୁହନ୍ତି, ଏହାକୁ ଚଢ଼ିବା ଅତ୍ୟନ୍ତ ଭୟାନକ, କିନ୍ତୁ ଥରେ ଯଦି ଜଣେ ବ୍ୟକ୍ତି ଏହାକୁ ଚଢ଼ିବାରେ ସଫଳ ହେଲେ, ସେ ପର୍ବତ ଉପରେ ସବୁଠାରୁ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ପାଇଥାନ୍ତି। ତଥାପି ‘ସ୍କାଏ ଲ୍ୟାଡର୍‌’ ନିଶ୍ଚିତ ଭାବରେ ହୃଦ୍‌ସ୍ପନ୍ଦନ ବଢ଼ାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଏକଲବ୍ୟ ମଡେଲ୍‌ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦାରିଙ୍ଗବାଡି,୧୫ା୧୧(ଅରୁଣ ସାହୁ ):ରବିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ଏକଲବ୍ୟ ମୋଡେଲ ରେସିଡେଣ୍ଟିଆଲ ସ୍କୁଲର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ…

ବାତ୍ଯା ପୂର୍ବରୁ ଆକ୍ସନ୍ ମୋଡରେ ଜିଲାପାଳ, ପୁରୁଷୋତ୍ତମପୁରରେ କଲେ ସ୍ଥିତି ସମୀକ୍ଷା

ପୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ପୁଣି ଛନକା ପଶିଛି । ପୂର୍ବ ବନ୍ୟାର କ୍ଷତ ଏଯାଏ ଶୁଖିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ବାଲିଶଙ୍କରା,୧୫ା୧୧(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ଛଟ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଶଙ୍କରା ଡୁଡୁଙ୍ଗନାଳା…

୬୦ ଦିନ ପାଇଁ ଗୃହବନ୍ଦୀ ୱାଙ୍ଗଚୁକ୍‌! ବାହାରକୁ ଯିବାକୁ ରୋକିଲା ପୋଲିସ

ନୂଆଦିଲ୍ଲୀ,୧୫ା୧୧: ଲଦାଖର ସାମାଜିକ କର୍ମୀ ସୋନମ୍‌ ୱାଙ୍ଗଚୁକ୍‌ଙ୍କୁ ଆସନ୍ତା ୬୦ ଦିନ ପାଇଁ ଗୃହବନ୍ଦୀ କରିଛି ଲଦାଖ ପ୍ରଶାସନ । ଲେହର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଜାରି…

ମାଇକ୍ରୋସଫ୍ଟ ଆଉଟେଜ୍ ଯୋଗୁ କ୍ଷତି ସହିଛନ୍ତି କି? କମ୍ପାନୀ ଦେଉଛି ୧୦୦% ପର୍ଯ୍ୟନ୍ତ କ୍ରେଡିଟ୍, ଜାଣନ୍ତୁ କ୍ଲେମ୍ କରିବାର …

ନୂଆଦିଲ୍ଲୀ,୧୫।୧୧: ପ୍ରାୟ ୩୬ ଘଣ୍ଟା ଧରି ମାଇକ୍ରୋସଫ୍ଟ ସର୍ଭିସ୍ ପ୍ରଭାବିତ ହେବା ପରେ ବର୍ତ୍ତମାନ ସେବାଗୁଡ଼ିକ ସ୍ୱାଭାବିକ ହୋଇଯାଇଛି। ମାଇକ୍ରୋସଫ୍ଟରେ ଦେଖାଯାଇଥିବା ଏକ ବୈଷୟିକ ତ୍ରୁଟି କାରଣରୁ…

ଛତ୍ରପୁର ପୌରପରିଷଦରେ ବଢ଼ୁଛି ଅବ୍ୟବସ୍ଥା! ଉପାଧ୍ୟକ୍ଷ ଓ କାଉନସିଲରଙ୍କ ଅସନ୍ତୋଷ

ଛତ୍ରପୁର,୧୫ା୧୧(ଦିଲ୍ଲୀପି ସାମଲ ): ଛତ୍ରପୁର ପୌରପରିଷଦରେ ଦିନକୁ ଦିନ ପ୍ରଶାସନିକ ଅବ୍ୟବସ୍ଥା ବୃଦ୍ଧି ପାଉଥିବା ବେଳେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ ।…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମା! ମାଇକ୍‌ ଫିଙ୍ଗିଲେ, ଚେୟାର…

ନୂଆଦିଲ୍ଲୀ,୧୫ା୧୧: ଉତ୍ତରାଖଣ୍ଡରେ ଜଣେ କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ପିଥୋରାଗଡ଼ରେ ଆୟୋଜିତ ଜୌଲଜୀବୀ ମେଳାର ମଞ୍ଚରେ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?