ମୋଦି ଯେତେ ଓଡ଼ିଶା ଆସିବେ କଂଗ୍ରେସ ସେତିକି ବଢ଼ିବ: ଅଜୟ

ଭୁବନେଶ୍ୱର,୨୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତେବେ ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ବହୁ ପ୍ରଶ୍ନ ପଚାରି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଟାର୍ଗେଟ କରିଛନ୍ତି। କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ମିଥ୍ୟାର ଶେହେନଶାହା, ଅସତ୍ୟର ମହାରାଜ ଓ ଜୁମ୍‌ଲାର ବାଦଶାହା। ମିଥ୍ୟା ଓ ଜୁମ୍‌ଲାର ସବୁ ସୀମା ପ୍ରଧାନମନ୍ତ୍ରୀ ପାର କରିସାରିଲେଣି। ନିର୍ବାଚନୀ ସଭାରେ ବଡ଼ ପାଟିରେ ସେ ମିଛ କୁହନ୍ତି। ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବା, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା, ପ୍ରତି ଘରକୁ ପକ୍କାଘର ଓ ବିଜୁଳି ସଂଯୋଗ, ସ୍ମାର୍ଟ ସିଟି ନିର୍ମାଣ, ବର୍ଷକୁ ୨ କୋଟି ଯୁବକଙ୍କୁ ନିଯୁକ୍ତି, ବୁଲେଟ ଟ୍ରେନ୍‌ ଚଲାଇବା ଏ ସମସ୍ତ କଥା ମୋଦିଙ୍କ ମିଛର ଅଂଶବିଶେଷ। ଭାଜପା ଭକ୍ତଙ୍କ ମିଥ୍ୟା ଦାବି ଅନୁସାରେ ସେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ବନ୍ଦ କରିପାରନ୍ତି , କିନ୍ତୁ ମଣିପୁରରେ ହିଂସା ରୋକିବାରେ ଅସମର୍ଥ ହୁଅନ୍ତି। ମୋଦି ଅବ୍‌କି ବାର୍‌ ପ୍ରତିଦିନ ମିଛ କହିବାରେ ୪୦୦ ପାର। ୪୫ ବର୍ଷରେ ଦେଶରେ ସର୍ବାଧିକ ବେରୋଜଗାର ହୋଇଥିବା ବେଳେ ଦରଦାମ ବୃଦ୍ଧି ଦେଶବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରଧାନମନ୍ତ୍ରୀ ଯେତେଥର ଓଡ଼ିଶା ଆସିବେ ଭାଜପା କମିବ ଏବଂ କଂଗ୍ରେସ ବଢ଼ିବ ବୋଲି ଅଜୟ କୁମାର କହିଛନ୍ତି।

ସେ ଆହୁରି କହିଛନ୍ତି, ଦେଶର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର କମ୍‌ କରିବାରେ ବିଫଳ ମୋଦି ୬୦ ହଜାର କୋଟି ଟଙ୍କା ବିନିମୟରେ ସମଗ୍ର ଦେଶରେ ନିଜର ଦଳୀୟ କାର୍ଯ୍ୟାଳୟ ପାଇଁ ଜାଗା କିଣିବା ଏବଂ ଘର କରିବାରେ ଖର୍ଚ୍ଚ କରିବା ସାଧାରଣ ଜନତାଙ୍କ ପ୍ରତି ନିଷ୍ଠୁର ଉପହାସ। ମୋଦି ଯେଉଁ ରାଜ୍ୟକୁ ଯାଉଛନ୍ତି ସେ ରାଜ୍ୟକୁ ୧ ନମ୍ବର କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଏକଥା ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି ଯେ, ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଓ ରାଜ୍ୟରେ ଭାଜପା ଶାସନ ଦୀର୍ଘବର୍ଷ ଧରି ରହିଆସିଛି ସେସବୁ ରାଜ୍ୟକୁ ୧ ନମ୍ବର କରାଇବାରେ ମୋଦି ଅସମର୍ଥ। ତେଣୁ ଯେତେ ଅଧିକ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଭାଜପା କମିବ କଂଗ୍ରେସ ବଢ଼ିବ। ଭାଜପା ଏବେ ‘ଭାଗ୍‌ତିହୁଇ ଜୁମୁଲା ପାର୍ଟି’। ଦେଶର ଜନସାଧାରଣ ସେମାନଙ୍କୁ ଭଗେଇବା ପାଇଁ ପଣ କରିଛନ୍ତି। ସେମାନେ ଯେଉଁ ଜାଗାକୁ ଯାଉଛନ୍ତି ତାଙ୍କୁ ଜନତା ଭଗାଉଛନ୍ତି। ୪ଟି ପର୍ଯ୍ୟାୟ ନିର୍ବାଚନ ସରିଥିଲା ବେଳେ ଦେଶର ଜନତାଙ୍କ ମୁଡ୍‌ ଦେଖି ମୋଦି ଏବେ ଭୟଭୀତ ଅଛନ୍ତି। ନିଜର ଚେୟାର ବଞ୍ଚାଇବା ପାଇଁ ବିଦ୍ୱେଷର ବିଷମଞ୍ଜି ବୁଣିବାରେ ଲାଗିଛନ୍ତି। ମୋଦି ଦେଇଥିବା ପ୍ରତିଶ୍ରୁତି ଯଥା ସବୁ ଘରକୁ ଅପ୍ଟିକାଲ ଫାଇବର ଯୋଗେ ସଂଯୋଗ କରିବା ତାହା ବର୍ତ୍ତମାନ ପାଣିର ଗାର ରୂପେ ସାବ୍ୟସ୍ତ ହୋଇଛି।

ଓଡ଼ିଶାରେ ନବୀନବାବୁଙ୍କ ସରକାର ଚାହିଁଥିଲେ ତାମିଲନାଡୁ ଢାଞ୍ଚାରେ ରାଜ୍ୟର ସବୁଠାରୁ ବଡ଼ ବର୍ଗ ଓବିସିଙ୍କ ପାଇଁ ୫୦%ରୁ ଉପରକୁ ଯାଇ ସଂରକ୍ଷଣ ବ୍ୟବସ୍ଥା କରିପାରିଥାନ୍ତେ। ସମ୍ବିଧାନର ନବମ ଅନୁଚ୍ଛେଦର ସାହାଯ୍ୟ ନେଇ ଏ କାର୍ଯ୍ୟ ସମ୍ପୂର୍ଣ୍ଣରୂପେ ଓଡ଼ିଶାର ଓବିସି ବର୍ଗଙ୍କୁ ତାଙ୍କର ସଂଖ୍ୟା ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଦିଆଯାଇପାରିବ। କିନ୍ତୁ ଓଡ଼ିଶା ବିଜେଡି ସରକାରଙ୍କ ଉଦାସୀନ ମନୋଭାବ ଯୋଗୁ ଏହା ଲାଗୁ କରାଯାଇପାରୁନାହିଁ। ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହେଲେ ମଧ୍ୟ ଆଦିବାସୀଙ୍କ ଜଙ୍ଗଲ ଜମି ଉପର ଥିବା ଅଧିକାରକୁ ଛଡ଼ାଇନେବା ପାଇଁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏକ ଆଇନ ଆଣିଥିଲେ ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଉଭୟ ମୋଦି ଏବଂ ନବୀନ ସମଗ୍ର ଦେଶ ଏବଂ ରାଜ୍ୟରେ ଆଦିବାସୀ ବର୍ଗଙ୍କୁ ଦିଆଯାଇଥିବା ସୁବିଧା ସୁଯୋଗ କ୍ରମାଗତ ଭାବରେ ସଙ୍କୁଚିତ କରିବାରେ ଲାଗିଛନ୍ତି ବୋଲି ଅଜୟ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋକାବାଜ ବାହାରିଲେ ସ୍ବାମୀ, ୩-୩ଟା ବିବାହ କରିଥିବା ଜାଣିବା ପରେ ଦ୍ୱିତୀୟ ସ୍ତ୍ରୀ କଲେ ଏମିତି…

ପାଟନା, ୨୦।୧: ବିହାରର ବାଙ୍କାରୁ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚାଟମାଡିହ ଗାଁର ବାସିନ୍ଦା ନୀଲୁ କୁମାରୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ...

ଆଜିଠୁ ନବୀନ ଯୁଗ ଆରମ୍ଭ: ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରତୀକ୍ଷା ପରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ନୂତନ ସଭାପତି ମିଳିଛି। ପାଞ୍ଚଥର ବିଧାୟକ ନୀତିନ ନବୀନଙ୍କୁ ଦଳର ନୂତନ ମୁଖ୍ୟ...

ନିମନ୍ତ୍ରଣ କାର୍ଡର ଦାମ୍ ୨୫ ଲକ୍ଷ; ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ବାପାଙ୍କ ଅନନ୍ୟ ପଦକ୍ଷେପ, ୩ କେଜି ରୂପା…

ଜୟପୁର,୨୦ା୧: ପ୍ରତ୍ୟେକ ପିତା ଚାହାଁନ୍ତି ଯେ ତାଙ୍କ ଝିଅର ବିବାହ ଏକ ସ୍ମରଣୀୟ ହେଉ, ଯାହା ଜୀବନବ୍ୟାପୀ ସେମାନଙ୍କ ହୃଦୟରେ ରହିବ । ଜୟପୁରର ଶିବ...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ବାଂଲାଦେଶ: ଚାଇନା ସହ ମିଶି ଚିକେନ ନେକରେ…

ଢାକା,୨୦।୧: ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶ ନିରନ୍ତର ଭାରତ ବିରୋଧୀ ପଦକ୍ଷେପ ନେଇ ଆସୁଛି। ଭାରତ ବିରୋଧରେ ବାଂଲାଦେଶର ଷଡ଼ଯନ୍ତ୍ର ପୂର୍ବରୁ ପର୍ଦ୍ଦାଫାସ ହୋଇସାରିଛି ଏବଂ...

Nitin Navin BJP President: କିଏ ଏହି ନୀତିନ ନବୀନ, କେମିତି ହେଲେ ସଙ୍ଗଠନର ପ୍ରଥମ ପସନ୍ଦ, ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି…

ନୂଆଦିଲ୍ଲୀ,୨୦।୧: ମଙ୍ଗଳବାର (୧୯ ଜାନୁଆରୀ, ୨୦୨୬) ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ନୀତିନ ନବୀନଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ସଭାପତି ଭାବରେ ନିଯୁକ୍ତ...

ଚାଷଜମିରୁ ବୋମା ଜବତ; ଆତଙ୍କିତ ଗ୍ରାମବାସୀ, ପୋଲିସର ତଦନ୍ତ…   

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ବଡ଼ବନ୍ଧ ପୋଖରୀ ନିକଟ ଚାଷଜମିରେ ବୋମା ଆତଙ୍କ । ରଘୁ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri