ବଢୁଛି ବିଦ୍ୟୁତ୍‌ ବିଭାଗର ମନମାନି

ନୟାଗଡ଼ ଅଫିସ,୧୧।୪: ଟାଟା ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରେ ଗ୍ରାହକଙ୍କ ଉପରେ ଅତ୍ୟଧିକ ବିଦ୍ୟୁତ୍‌ ବିଲ୍‌ ଲଦି ଦିଆଯାଉଥିବା ଅଭିଯୋଗ ଆସୁଛି। ଏହି ମନମାନି ବିରୋଧରେ ଅଭିଯୋଗ କଲେ ସୁଫଳ ମିଳୁନି । ଏ ସଂକ୍ରାନ୍ତରେ ଭାପୁର ଅଞ୍ଚଳର ଜଣେ ବିଦ୍ୟୁତ୍‌ ଗ୍ରାହକ ଅଭିଯୋଗ କରିଛନ୍ତି। ଦୁଇ ମାସରେ ଅତିରିକ୍ତ ୮୫୮ ୟୁନିଟ୍‌ ବିଲ୍‌ ଗ୍ରାହକ ଉପରେ ଲଦି ଟଙ୍କା ପଇଠ କରିବାକୁ ବାଧ୍ୟ କରାଯାଉଛି । ଗ୍ରାହକ ବିଲ୍‌ ସଂଶୋଧନ କରିବାକୁ କହିବାରୁ ବିଦ୍ୟୁତ୍‌ କାଟି ଦେବାକୁ ଧମକ ମିଳୁଛି । ଗ୍ରାହକ ଓ ଆକାଉଣ୍ଟ ସେକ୍ସନର କର୍ମଚାରୀଙ୍କ କଥୋପକଥନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କ କଟୁ କଥା ଶୁଣିଲେ ବିଦ୍ୟୁତ୍‌ ବିଭାଗ ବିରୋଧରେ ଆନ୍ଦୋଳନ କରିବାକୁ ଖୋରାକ ଯୋଗାଉଛି ।

ଅଭିଯୋଗ ଅନୁସାରେ ଭାପୁର ଅଞ୍ଚଳର ମଧୁସୂଦନ ପରିଡ଼ା ପ୍ରାୟ ୧ବର୍ଷ ତଳେ ଏକ ନୂଆ ମିଟର ଲଗାଇଲେ। ମିଟରରେ ତାଙ୍କର ପ୍ରତି ମାସରେ ୫୦ରୁ ୧୦୦ ୟୁନିଟ୍‌ ଭିତରେ ବିଲ୍‌ ଆସେ। ହେଲେ ୨୦୨୧ ମେ’ମାସରେ ମଧୁସୂଦନଙ୍କ ୩୩୩, ଜୁନ୍‌ ରେ ୫୨୫ ଏପରି ମୋଟରେ ୮୫୮ ୟୁନିଟ୍‌ ବିଲ୍‌ ଆସିଥିଲା। ସେ କିନ୍ତୁ ୮୫୮ ୟୁନିଟ୍‌ ବ୍ୟବହାର କରି ନ ଥିବା ଅଭିଯୋଗ କରିଥିଲେ । ମିଟର ରିଡିଂର ତ୍ରୁଟି ନେଇ ଅଭିଯୋଗ ପରେ ତ୍ରୁଟି ସଂଶୋଧନ ହେବ ବୋଲି କୁହାଯାଇଥିଲା। ହେଲେ ୧୦ ମାସ ଧରି ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନ ଥିଲା । ବରଂ ପ୍ରତି ମାସରେ ତାଙ୍କୁ ବିଲ ପଇଠ କରିବାକୁ ଚାପ ପଡୁ ଥିଲା। ଏପରି କି ବିଦ୍ୟୁତ୍‌ କାଟି ଦେବାକୁ ପରୋକ୍ଷରେ ଧମକ ଶୁଣିବାକୁ ପଡୁଥିଲା। ମଧୁସୂଦନଙ୍କ ପୁଅ ଅଜୟ ଏନେଇ ଭାପୁର ଟିପିସିଓଡିଏଲ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଅମିତ୍‌ ନିଶକଙ୍କୁ ଭେଟିଥିଲେ। ବିଦ୍ୟୁତ୍‌ ବିଲ୍‌ ସଂଶୋଧନ କାହିଁକି ହେଉ ନାହିଁ ପଚାରିବାରୁ ବାକି ଟଙ୍କା ପରିଶୋଧ କରିବାକୁ କହିଥିଲେ। ଏପରି କି ଲାଇନ କାଟି ଦେବାକୁ ବିରକ୍ତି ହୋଇ କହିଥିଲେ । ଏନେଇ ମଧୁସୂଦନ କୁହନ୍ତି, ମୁଁ ଯେତିକି ବିଦ୍ୟୁତ୍‌ ବ୍ୟବହାର କରିବି ସେହି ଅନୁସାରେ ବିଲ୍‌ ପଇଠ କରିବି । ତେବେ ମୋତେ ଅଧିକ ୟୁନିଟ୍‌ ବିଲ ଦେଲେ କ’ଣ ବିଦ୍ୟୁତ୍‌ ବ୍ୟବହାର ନ କରି ବିଲ୍‌ ପଇଠ କରିବି । ମୋତେ ପୁଣି ଲାଇନ କାଟିବାର ଧମକ ମିଳୁଛି । ବିଦ୍ୟୁତ୍‌ ବିଭାଗର ଜୋର ଜୁଲମ ଠିକ୍‌ ନୁହେଁ ବୋଲି କହିଛନ୍ତି। ଭାପୁର ଟିପିସିଓଡିଏଲ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଅମିତ୍‌ ନିଶକ କୁହନ୍ତି, ମୁଁ ଖରାପ ବ୍ୟବହାର ଦେଖାଇ ନାହିଁ । ଲାଇନ କାଟିବାକୁ କହି ନାହିଁ। ନୟାଗଡ଼ ଡିଭିଜନ ଅଫିସରେ ଯାଇ ତ୍ରୁଟି ସଂଶୋଧନ କରିବାକୁ କହିଥିଲି । ମୋତେ ଅଯଥାରେ ହଇରାଣ ହରକତ ନ କରିବାକୁ ସେ କହିଛନ୍ତି ।
ଅଘୋଷିତ ବିଦ୍ୟୁତ୍‌ କାଟ୍‌ :ଗ୍ରୀଷ୍ମର ପ୍ରକୋପରେ ଗୁଳୁଗୁଳି ବଢ଼ି ଚାଲିଛି। ଏଭଳି ସ୍ଥଳେ ନୟାଗଡ଼ ଜିଲାରେ ଅଘୋଷିତ ବିଦ୍ୟୁତ୍‌ କାଟ ଜନଜୀବନକୁ ଦୁର୍ବିସହ କରିଛି। ନୟାଗଡ଼ ଜିଲା ସଦର ମହକୁମାରେ ରବିବାର ସାଢ଼େ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହୋଇଥିଲା । ସେହିପରି ଜିଲାରେ ମନଇଛା ବିଦ୍ୟୁତ୍‌ କାଟ ଚାଲିଛି। ଅନ୍ୟପକ୍ଷେ ଏୟାର କଣ୍ଡିଶନର ଅଧିକ ସଂଖ୍ୟାରେ ବ୍ୟବହାର ଯୋଗୁ ବିଦ୍ୟୁତ୍‌ କାଟ ମଧ୍ୟ ହେଉଥିବା ଜଣାପଡିଛି।
ତାର ଛିଣ୍ଡିବାରୁ ରାସ୍ତାରୋକୋ: ଗଣିଆ ବ୍ଲକ ପୂର୍ଣ୍ଣଚନ୍ଦ୍ରପୁର ଗଁାରେ ବିଦ୍ୟୁତ୍‌ ତାର ଛିଣ୍ଡିବାକୁ ନେଇ ରବିବାର ଚାପା ଉତ୍ତେଜନା ଦେଖା ଦେଇଥିଲା । ଅଭିଯୋଗ ଓ ପ୍ରତିବାଦ ହୋଇଥିଲେ ମଧ୍ୟ ବିଦ୍ୟୁତ୍‌ କର୍ମଚାରୀ ଘଟଣାସ୍ଥଳକୁ ଆସି ଛିଣ୍ଡି ଯାଇଥିବା ବିଦ୍ୟତ୍‌ ତାର ମରାମତି କରି ନ ଥିଲେ । ଏଣୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢ଼ି ରାସ୍ତାରୋକୋ ହୋଇଥିଲା । ପ୍ରକାଶ ଯେ, ରବିବାର ଅପରାହ୍ନ ୩ଟାରେ ଗଣିଆ ଭୁବନେଶ୍ୱର ରାସ୍ତାର ପୂର୍ଣ୍ଣଚନ୍ଦ୍ରପୁରଠାରେ ରାସ୍ତାରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା । ବର୍ଷା ପବନ ନ ଥାଇ ତାର ଛିଣ୍ଡିବା ବେଳେ କାହାରି କିଛି କ୍ଷତି ହୋଇ ନ ଥିଲା। ଗଣିଆ ଭୁବନେଶ୍ୱର ରାସ୍ତା ଅବରୋଧ ହୋଇଥିଲା। ପରେ ମରାମତି କାର୍ଯ୍ୟ କରିବା ପରେ ୧ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?