ବଢୁଛି ବିଦ୍ୟୁତ୍‌ ବିଭାଗର ମନମାନି

ନୟାଗଡ଼ ଅଫିସ,୧୧।୪: ଟାଟା ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରେ ଗ୍ରାହକଙ୍କ ଉପରେ ଅତ୍ୟଧିକ ବିଦ୍ୟୁତ୍‌ ବିଲ୍‌ ଲଦି ଦିଆଯାଉଥିବା ଅଭିଯୋଗ ଆସୁଛି। ଏହି ମନମାନି ବିରୋଧରେ ଅଭିଯୋଗ କଲେ ସୁଫଳ ମିଳୁନି । ଏ ସଂକ୍ରାନ୍ତରେ ଭାପୁର ଅଞ୍ଚଳର ଜଣେ ବିଦ୍ୟୁତ୍‌ ଗ୍ରାହକ ଅଭିଯୋଗ କରିଛନ୍ତି। ଦୁଇ ମାସରେ ଅତିରିକ୍ତ ୮୫୮ ୟୁନିଟ୍‌ ବିଲ୍‌ ଗ୍ରାହକ ଉପରେ ଲଦି ଟଙ୍କା ପଇଠ କରିବାକୁ ବାଧ୍ୟ କରାଯାଉଛି । ଗ୍ରାହକ ବିଲ୍‌ ସଂଶୋଧନ କରିବାକୁ କହିବାରୁ ବିଦ୍ୟୁତ୍‌ କାଟି ଦେବାକୁ ଧମକ ମିଳୁଛି । ଗ୍ରାହକ ଓ ଆକାଉଣ୍ଟ ସେକ୍ସନର କର୍ମଚାରୀଙ୍କ କଥୋପକଥନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କ କଟୁ କଥା ଶୁଣିଲେ ବିଦ୍ୟୁତ୍‌ ବିଭାଗ ବିରୋଧରେ ଆନ୍ଦୋଳନ କରିବାକୁ ଖୋରାକ ଯୋଗାଉଛି ।

ଅଭିଯୋଗ ଅନୁସାରେ ଭାପୁର ଅଞ୍ଚଳର ମଧୁସୂଦନ ପରିଡ଼ା ପ୍ରାୟ ୧ବର୍ଷ ତଳେ ଏକ ନୂଆ ମିଟର ଲଗାଇଲେ। ମିଟରରେ ତାଙ୍କର ପ୍ରତି ମାସରେ ୫୦ରୁ ୧୦୦ ୟୁନିଟ୍‌ ଭିତରେ ବିଲ୍‌ ଆସେ। ହେଲେ ୨୦୨୧ ମେ’ମାସରେ ମଧୁସୂଦନଙ୍କ ୩୩୩, ଜୁନ୍‌ ରେ ୫୨୫ ଏପରି ମୋଟରେ ୮୫୮ ୟୁନିଟ୍‌ ବିଲ୍‌ ଆସିଥିଲା। ସେ କିନ୍ତୁ ୮୫୮ ୟୁନିଟ୍‌ ବ୍ୟବହାର କରି ନ ଥିବା ଅଭିଯୋଗ କରିଥିଲେ । ମିଟର ରିଡିଂର ତ୍ରୁଟି ନେଇ ଅଭିଯୋଗ ପରେ ତ୍ରୁଟି ସଂଶୋଧନ ହେବ ବୋଲି କୁହାଯାଇଥିଲା। ହେଲେ ୧୦ ମାସ ଧରି ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର ପ୍ରତିକାର କରାଯାଉ ନ ଥିଲା । ବରଂ ପ୍ରତି ମାସରେ ତାଙ୍କୁ ବିଲ ପଇଠ କରିବାକୁ ଚାପ ପଡୁ ଥିଲା। ଏପରି କି ବିଦ୍ୟୁତ୍‌ କାଟି ଦେବାକୁ ପରୋକ୍ଷରେ ଧମକ ଶୁଣିବାକୁ ପଡୁଥିଲା। ମଧୁସୂଦନଙ୍କ ପୁଅ ଅଜୟ ଏନେଇ ଭାପୁର ଟିପିସିଓଡିଏଲ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଅମିତ୍‌ ନିଶକଙ୍କୁ ଭେଟିଥିଲେ। ବିଦ୍ୟୁତ୍‌ ବିଲ୍‌ ସଂଶୋଧନ କାହିଁକି ହେଉ ନାହିଁ ପଚାରିବାରୁ ବାକି ଟଙ୍କା ପରିଶୋଧ କରିବାକୁ କହିଥିଲେ। ଏପରି କି ଲାଇନ କାଟି ଦେବାକୁ ବିରକ୍ତି ହୋଇ କହିଥିଲେ । ଏନେଇ ମଧୁସୂଦନ କୁହନ୍ତି, ମୁଁ ଯେତିକି ବିଦ୍ୟୁତ୍‌ ବ୍ୟବହାର କରିବି ସେହି ଅନୁସାରେ ବିଲ୍‌ ପଇଠ କରିବି । ତେବେ ମୋତେ ଅଧିକ ୟୁନିଟ୍‌ ବିଲ ଦେଲେ କ’ଣ ବିଦ୍ୟୁତ୍‌ ବ୍ୟବହାର ନ କରି ବିଲ୍‌ ପଇଠ କରିବି । ମୋତେ ପୁଣି ଲାଇନ କାଟିବାର ଧମକ ମିଳୁଛି । ବିଦ୍ୟୁତ୍‌ ବିଭାଗର ଜୋର ଜୁଲମ ଠିକ୍‌ ନୁହେଁ ବୋଲି କହିଛନ୍ତି। ଭାପୁର ଟିପିସିଓଡିଏଲ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଅମିତ୍‌ ନିଶକ କୁହନ୍ତି, ମୁଁ ଖରାପ ବ୍ୟବହାର ଦେଖାଇ ନାହିଁ । ଲାଇନ କାଟିବାକୁ କହି ନାହିଁ। ନୟାଗଡ଼ ଡିଭିଜନ ଅଫିସରେ ଯାଇ ତ୍ରୁଟି ସଂଶୋଧନ କରିବାକୁ କହିଥିଲି । ମୋତେ ଅଯଥାରେ ହଇରାଣ ହରକତ ନ କରିବାକୁ ସେ କହିଛନ୍ତି ।
ଅଘୋଷିତ ବିଦ୍ୟୁତ୍‌ କାଟ୍‌ :ଗ୍ରୀଷ୍ମର ପ୍ରକୋପରେ ଗୁଳୁଗୁଳି ବଢ଼ି ଚାଲିଛି। ଏଭଳି ସ୍ଥଳେ ନୟାଗଡ଼ ଜିଲାରେ ଅଘୋଷିତ ବିଦ୍ୟୁତ୍‌ କାଟ ଜନଜୀବନକୁ ଦୁର୍ବିସହ କରିଛି। ନୟାଗଡ଼ ଜିଲା ସଦର ମହକୁମାରେ ରବିବାର ସାଢ଼େ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହୋଇଥିଲା । ସେହିପରି ଜିଲାରେ ମନଇଛା ବିଦ୍ୟୁତ୍‌ କାଟ ଚାଲିଛି। ଅନ୍ୟପକ୍ଷେ ଏୟାର କଣ୍ଡିଶନର ଅଧିକ ସଂଖ୍ୟାରେ ବ୍ୟବହାର ଯୋଗୁ ବିଦ୍ୟୁତ୍‌ କାଟ ମଧ୍ୟ ହେଉଥିବା ଜଣାପଡିଛି।
ତାର ଛିଣ୍ଡିବାରୁ ରାସ୍ତାରୋକୋ: ଗଣିଆ ବ୍ଲକ ପୂର୍ଣ୍ଣଚନ୍ଦ୍ରପୁର ଗଁାରେ ବିଦ୍ୟୁତ୍‌ ତାର ଛିଣ୍ଡିବାକୁ ନେଇ ରବିବାର ଚାପା ଉତ୍ତେଜନା ଦେଖା ଦେଇଥିଲା । ଅଭିଯୋଗ ଓ ପ୍ରତିବାଦ ହୋଇଥିଲେ ମଧ୍ୟ ବିଦ୍ୟୁତ୍‌ କର୍ମଚାରୀ ଘଟଣାସ୍ଥଳକୁ ଆସି ଛିଣ୍ଡି ଯାଇଥିବା ବିଦ୍ୟତ୍‌ ତାର ମରାମତି କରି ନ ଥିଲେ । ଏଣୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବଢ଼ି ରାସ୍ତାରୋକୋ ହୋଇଥିଲା । ପ୍ରକାଶ ଯେ, ରବିବାର ଅପରାହ୍ନ ୩ଟାରେ ଗଣିଆ ଭୁବନେଶ୍ୱର ରାସ୍ତାର ପୂର୍ଣ୍ଣଚନ୍ଦ୍ରପୁରଠାରେ ରାସ୍ତାରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା । ବର୍ଷା ପବନ ନ ଥାଇ ତାର ଛିଣ୍ଡିବା ବେଳେ କାହାରି କିଛି କ୍ଷତି ହୋଇ ନ ଥିଲା। ଗଣିଆ ଭୁବନେଶ୍ୱର ରାସ୍ତା ଅବରୋଧ ହୋଇଥିଲା। ପରେ ମରାମତି କାର୍ଯ୍ୟ କରିବା ପରେ ୧ଘଣ୍ଟା ପରେ ରାସ୍ତାରୋକୋ ହଟିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri