ମହାଜନଙ୍କ ପରିବାର ଲୋକେ ଆଖି ତାଡ଼ି ଦେଲେ

ନୟାଗଡ ଅଫିସ,୧୩।୨: ସୁଧ ବାବଦରେ ୫ ହଜାର ଟଙ୍କା କମ୍‌ ଦେବାକୁ କହିବାରୁ ମହାନଜଙ୍କ ପରିବାର ଲୋକେ ଜଣେ ବ୍ୟକ୍ତିଙ୍କ ଆଖି ତାଡି ଦେଇଛନ୍ତି। ନୟାଗଡ ସଦର ଥାନା ଷଠିଆପଲ୍ଲୀ ଗଁାରେ ଗୁରୁବାର ରାତିରେ ଏହି ଅମାନୁଷିକ ଘଟଣା ଘଟିଛି। ଆହତ ଇଟାମାଟି ଥାନା ସଜନାପଡା ଗଁାର ପରମାନନ୍ଦ ରାଉତରାୟ(୪୬) ବାମ ଆଖି ହରାଇ କଟକ ବଡମେଡିକାଲର ଚକ୍ଷୁ ବିଭାଗରେ ଚିକିତ୍ସିତ ହେଉଛନ୍ତି। ପରମାନନ୍ଦଙ୍କ ସ୍ତ୍ରୀ ମୀନାଙ୍କ ଅଭିଯୋଗ କ୍ରମେ ନୟାଗଡ ସଦର ଥାନା ପୋଲିିସ ଆକ୍ରମଣକାରୀ ଶଙ୍କର୍ଷଣ ସ୍ବାଇଁ, ତାଙ୍କ ସ୍ତ୍ରୀ ଓ ମାମା, ସୁମା, ବାନିଆ, କୁନ୍ତି ପ୍ରମୁଖ ୪ ଝିଅଙ୍କ ବିରୋଧରେ ଏକ ମାମଲା(ନଂ୨୩/୨୧) ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ସୁମାଙ୍କୁ ପୋଲିସ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ, ଇଟାମାଟି ଥାନା ସଜନାପଡା ଗଁାର ପରମାନନ୍ଦ ଓ ସ୍ତ୍ରୀ ମୀନା ଷଠିଆପଲ୍ଲୀ ଗଁାର ଶଙ୍କର୍ଷଣ ସ୍ବାଇଁଙ୍କଠାରୁ ୨୦ ହଜାର ଟଙ୍କା ମାସିକ ୩ ପ୍ରତିଶତ ସୁଧରେ ଆଣିଥିଲେ। ସୁଧ ମୂଳ ମିଶି ୩୦ ହଜାର ଟଙ୍କା ପରିଶୋଧ କରିବାକୁ ଏହି ଦମ୍ପତି ଷଠିଆପଲ୍ଲୀ ଯାଇଥିଲେ। ତେବେ ୪ଟଙ୍କା ସୁଧରେ ମୂଳ ପରିଶୋଧ କରିବାକୁ ଶଙ୍କର୍ଷଣଙ୍କ ପରିବାର ଲୋକେ କହିବା ସହ ଅଧିକ ୫ ହଜାର ଟଙ୍କା ଦାବି କରିଥିଲେ। ଆଉ ୫ ହଜାର ଟଙ୍କା ଦେଇ ହେବ ନାହିଁ ବୋଲି ପରମାନନ୍ଦ କହିବା ପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଶେଷରେ ତାହା ଗଣ୍ଡଗୋଳର ରୂପ ନେଇଥିଲା। ଶଙ୍କର୍ଷଣ, ତାଙ୍କର ୪ଝିଅ, ସ୍ତ୍ରୀ ମିଳିତ ଭାବେ ପରମାନନ୍ଦ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପରେ ପରମାନନ୍ଦଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ଆଖିକୁ ତାଡି ନେଇଥିଲେ। ଗୁରୁତର ଅବସ୍ଥାରେ ପରମାନନ୍ଦଙ୍କୁ ପ୍ରଥମେ ନୟାଗଡ ଜିଲା ମୁଖ୍ୟ ଚିକିସତ୍ାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଉନ୍ନତି ନ ଆସିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri