କାମରେ ଲାଗୁନି ଏମ୍‌ଆଇପି ଯୋଜନା

ଯାଜପୁର ଅଫିସ/ରଗଡି(ଡି.ଏନ.ଏ.),୨୦ା୫: ମରୁଡ଼ି ତଥା ସ୍ବଳ୍ପ ବୃଷ୍ଟିପାତ ସମୟରେ ଚାଷ ଜମିକୁ ଜଳଯୋଗାଣ ଲକ୍ଷ୍ୟ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କାର୍ଯ୍ୟକାରୀ ହୋଇଛି। କିନ୍ତୁ ଯାଜପୁର ଜିଲାରେ ଅନେକ କୋଟି ଟଙ୍କାର ପ୍ରକଳ୍ପ ଥାଇ ସୁଦ୍ଧା କୌଣସି କାମରେ ଲାଗୁ ନାହିଁ। ଫଳରେ କୃଷି ଓ କୃଷକଙ୍କ ବିକାଶ ହୋଇ ପାରୁନାହିଁ। ରାଜ୍ୟ ସରକାରଙ୍କ ଜଳସେଚନ ଯୋଜନା କେବଳ କାଗଜ କଲମରେ ସୀମିତ ହୋଇଛି। ଯାଜପୁର ଜିଲା କୋରେଇ ବ୍ଲକ ତୁଳତି ଏମ୍‌ଆଇପି ପ୍ରକଳ୍ପକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏହି ପ୍ରକଳ୍ପରେ ଗତ ୩ ବର୍ଷରେ ପ୍ରାୟ ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଜଳସେଚନ ବ୍ୟବସ୍ଥାକୁ ଚାହିଁ ରହିଛନ୍ତି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଳିିମିଶି ଅନୁଦାନ ସିଂହଭାଗ ଅର୍ଥ ହରିଲୁଟ କରିଥିବାରୁ ଚାଷୀଙ୍କ ଜମିରେ ପାଣି ମାଡିବା ଆଶା ଧୂଳିସାତ ହୋଇଛି ବୋଲି ଅଭିଯୋଗ ହୋଇଛି।
ଯାଜପୁର ଜିଲା ସୁକିନ୍ଦା, ଦାନଗଦି, କୋରେଇ, ବଡ଼ଚଣା, ଧର୍ମଶାଳା, ବରୀ, ରସୁଲପୁର ବ୍ଲକର ଅଧିକାଂଶ ଜମି ଅଣଜଳସେଚିତ ଅଞ୍ଚଳ ଭାବେ ପରିଚିତ। ଏହି କ୍ରମରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଜିଲାରେ ୭୪ ଏମ୍‌ଆଇପି ନିର୍ମାଣ କରାଯାଇଛି। ସେଥିମଧ୍ୟରୁ କୋରେଇ ବ୍ଲକରେ ୮ ଏମ୍‌ଆଇପି ଜରିଆରେ ୮୦ ହେକ୍ଟର ଜମିରେ ଜଳସେଚନ ସୁବିଧା ରହିଛି ବୋଲି ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି। ହେଲେ ବାସ୍ତବରେ ଏଠାରେ ଜଳସେଚନ ସ୍ଥିିତି ଅସ୍ପଷ୍ଟ ରହିଛି। କୋରେଇ ବ୍ଲକ ତୁଳତି ଏମ୍‌ଆଇପି ପୁନରୁଦ୍ଧାର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୪୨ ଲକ୍ଷ ୫୦ ହଜାର ୩୧୧ ଟଙ୍କାର ବ୍ୟୟ ବରାଦ ହୋଇଥିଲା। ଏହି ପ୍ରକଳ୍ପର କାର୍ଯ୍ୟାଦେଶ କୁଳମଣି ଜେନା ନାମକ ଠିକାଦାରଙ୍କୁ ମିଳିଥିଲା। ଉକ୍ତ କାମ ୪ା୨ା୨୦୧୯ ରୁ ଆରମ୍ଭ ହୋଇ ୩ା୮ା୨୦୧୯ରେ ଶେଷ କରିବାକୁ ଅନୁମତି ଥିଲା। ତୁଳତି ପଞ୍ଚାୟତ କାଯର୍ର୍‌ୟାଳୟ ପଛ ପାଖରେ ଲାଗି ରହିଥିବା ୨ ପୋଖରୀକୁ ମିଶାଇ ଏହି ପ୍ରକଳ୍ପ ହୋଇଥିଲା। ଆଶା ଥିଲା ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୭୦ରୁ ଊର୍ଦ୍ଧ୍ୱ ଚାଷୀକୂଳ ଉପକୃତ ହୋଇପାରିବେ। ଏଥିସହିତ ୫୦ ଏକରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ ହୋଇପାରିବ । ହେଲେ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟ କାରଣରୁ ଚାଷୀଙ୍କ ଏହି ସ୍ବପ୍ନ ଭାଙ୍ଗି ଯାଇଛି । ଠିକାଦାର ଜଣକ ସ୍ଥାନୀୟ କେତେଜଣ ମୁଷ୍ଟିମେୟ ଲୋକ ଓ ବିଭାଗୀୟ ଅଧିକାରୀମାନଙ୍କୁ ହାତ କରି ଏହି ପ୍ରକଳ୍ପ ଉନ୍ନତିକରଣ ନାମରେ ଲକ୍ଷାଧିକ ଟଙ୍କା ଆମତ୍ସାତ କରିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହାବାଦ୍‌ ଏହି ପ୍ରକଳ୍ପ କାମ ଅଧାପନ୍ତରିଆ ହୋଇ ପଡିିରହିଛି । ମାତ୍ର ୨୫ ପ୍ରତିଶତ କାମ କରି ଠିକାଦାର ୨୯ ଲକ୍ଷ ୯୧ ହଜାର ଟଙ୍କାର ବିଲ କରି ନେଇଥିବା ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଚାଷୀ ପଠାଣ ସିଂ କହିଛନ୍ତି, ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଚାଷୀଙ୍କୁ ନାଲିଆଖି ଦେଖାଇ ଠିକାଦାର ନିଜ ମନଇଚ୍ଛା କାମ କରିଛନ୍ତି । ଏହି ପ୍ରକଳ୍ପର ଭିଜିଲାନ୍ସ ତଦନ୍ତ କରାଗଲେ ସମସ୍ତ ତଥ୍ୟ ପଦାକୁ ଆସିବ। ଏହାସହିତ ଉକ୍ତ ବିଭାଗରେ ବଢି ଚାଲିଥିବା ଦୁର୍ନୀତି ଉପରେ ରୋକ ଲାଗିପାରିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏମ୍‌ଆଇପି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜି.ରାମାକ୍ରିଷ୍ଣାଙ୍କୁ ପଚାରିବାରେ ସେ କହିଛନ୍ତି, ତୁଳତି ପ୍ରକଳ୍ପରେ କିଛି ଜମି ଶ୍ମଶାନ କିସମ ଥିବା ଅଭିଯୋଗ ହେବାରୁ ଉକ୍ତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ହେଲେ ଯେତେ କାମ ହୋଇଛି ସେହି ପରିମାଣରେ ଠିକାଦାରଙ୍କୁ ଟଙ୍କା ଦିଆଯାଇଛି। ସଂପୃକ୍ତ ଯନ୍ତ୍ରୀ ଠିକ ଭାବେ ମାପଚୁପ କରି ବିଲ ପ୍ରସ୍ତୁତ କରିଛନ୍ତି। ଏଥିରେ କୌଣସି ଅନିୟମିତତା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?