ସହାୟତା ମାଗି ଶୁଦ୍ଧି ହେଲେ ନାବାଳକ

ରାଜନଗର, ୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଚମ୍ପାଦିଆ ଗାଁର ଭାଗବତ ଦାସ (୧୪) ୨ ବର୍ଷ ତଳେ ବାପା ଗୁରୁବାରି ଦାସ (୪୫)ଙ୍କୁ ହରାଇଥିଲେ। ବିଦ୍ୟୁତ୍‌ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମା’ ଉଲି(୪୩) ଭାଗବତଙ୍କ ପାଇଁ ସାଜିଥିଲେ ସବୁକିଛି। ତାଙ୍କରି କାନି ତଳେ ପୁଅ ଭାଗବତଙ୍କ ଦିନ କଟୁଥିଲା। ହେଲେ ଦଇବ ସହିଲା ନାହିଁ।  ଗତ ୧ ତାରିଖରେ ଉଲି ଆଖି ବୁଜିଲେ। ୫ଦିନ ଧରି ଉଲି ଭଙ୍ଗା ଘର ଭିତରେ ଜ୍ୱରରେ କମ୍ପୁଥିଲେ। ପାଖରେ ଟଙ୍କା ନ ଥିବାରୁ ନାବାଳକ ପୁଅ ଭାଗବତ ତାଙ୍କୁ ମୋଡାଘଷା କରିବା ଛଡ଼ା ଆଉ କିଛି କରି ପାରି ନ ଥିଲେ। ଘରେ ଆଉ କେହି ନ ଥିବାରୁ ଉଲିଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିବା ବି ସମ୍ଭବ ହୋଇ ନ ଥିଲା। ସେହି ୫ ଦିନ ଘରେ ଚୁଲି ବି ଜଳିଲା ନାହିଁ। ରୋଗରେ ଛଟପଟ ହେଉଥିବା ଉଲି ସହ ଭାଗବତ ବି ଉପବାସରେ ଦିନ କାଟିଥିଲେ।
ଅକ୍ଟୋବର ୩୧ ଦିନ ଘରୁ ପଦାକୁ ଆସୁଥିବା ବେଳେ ଉଲି ହଠାତ୍‌ ପଡି ଯାଇଥିଲେ। ଗାଁ ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାର ଗୋଟିଏ ଦିନ ପରେ ନଭେମ୍ବର ୧ରେ ଉଲିଙ୍କ ମୃତ୍ୟୁ ଘଟିଲା। ଗାଁରେ ମୃତଦେହ ପହଞ୍ଚତ୍ବା ପରେ କିପରି ସତ୍କାର ହେବ ସେ ନେଇ ଭାଳେଣି ପଡିଲା। ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଦେବାକୁ ଗ୍ରାମବାସୀ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଖବର ଦେଇଥିଲେ। ହେଲେ କିଛି ଲାଭ ହେଲା ନାହିଁ। ଗ୍ରାମବାସୀ ହାଡ଼ିବନ୍ଧୁ ଜେନା, ସୁଶାନ୍ତ ଜେନା, ପଞ୍ଚାନନ ଦାସ, ରବୀନ୍ଦ୍ର ଜେନା, ଶ୍ରୀଧର ଜେନା, ହଳଧର ଜେନା ପ୍ରମୁଖଙ୍କ ସହଯୋଗରେ ଉଲିଙ୍କ ମୃତଦେହ ସତ୍କାର ହେଲା।
ଉଲିଙ୍କ ପରିବାରରେ ଆଉ କେହି ନ ଥିବା ବେଳେ ଭାଗବତଙ୍କ ଦାଦା ମୂକ ଓ ବଧିର। ମା’ର ଶୁଦ୍ଧିକ୍ରିୟା ପାଇଁ ଭାଗବତ ଗାଁରେ ଭିକ୍ଷା ମାଗି ଟଙ୍କା ସଂଗ୍ରହ କରିଥିଲେ। ଏଥିସହ ଗ୍ରାମବାସୀ ଘରକୁ ଘର ବୁଲି ଯାହା ଟଙ୍କା ସଂଗ୍ରହ କରିଥିଲେ, ସେଥିରେ ଭାଗବତଙ୍କ ଖାଦ୍ୟପେୟ ଯୋଗାଡ଼ କରାଯିବା ସହ ବୁଧବାର ଦଶାହ କର୍ମ ଶେଷ ହୋଇଛି। ଗୁରୁବାର ଏକାଦଶାହ କର୍ମ ସହ ବ୍ରାହ୍ମଣ ଭୋଜନ ବି ଗ୍ରାମବାସୀଙ୍କ ସହଯୋଗରେ ସରିଛି। କୋରେଡାଗଡସ୍ଥିତ ଶ୍ରୀଜଗନ୍ନାଥ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବା ଭାଗବତ କିପରି ପାଠ ପଢିବେ, ଦି’ ଓଳି ଦି’ ମୁଠା ଖାଇବେ ଓ କେଉଁଠି ରହିବେ ସେ ନେଇ ପ୍ରଶାସନ ସମସ୍ତ ଦାୟିତ୍ୱ ଗ୍ରହଣ କରୁ ବୋଲି ଗ୍ରାମବାସୀ କହିଛନ୍ତି। କେନ୍ଦ୍ରାପଡ଼ା ଜିଲାପାଳ ଭାଗବତଙ୍କ ରହିବା, ଖାଇବା ଓ ପାଠ ପଢ଼ିବାର ବ୍ୟବସ୍ଥା କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଭିକ ମାଗି ଭାଗବତ ମା’ର ଶୁଦ୍ଧିକ୍ରିୟା କରୁଥିବା ଖବର ଜଣାପଡିବା ପରେ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ଜିଲା ରେଡକ୍ରସ ପାଣ୍ଠିରୁ ଶୁଦ୍ଧିକ୍ରିୟା ପାଇଁ ଜିଲାପାଳ ୧୦ହଜାର ଟଙ୍କା ଯୋଗାଇ ଦେଇଛନ୍ତି। କୋରେଡାଗଡ ସର୍କଲର ରାଜସ୍ବ ନିରୀକ୍ଷକ ଦୀପକ ବେହେରା ଭାଗବତଙ୍କୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଗୁରୁବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଭୁ ରଞ୍ଜନ ସାହୁ ଭାଗବତଙ୍କୁ ୨ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନା ସହାୟତା ଦେଇଛନ୍ତି। ରାଜନଗର ବିଧାୟକ ଧ୍ରୁବ ସାହୁ ଚମ୍ପାଦିଆ ଗାଁରେ ପହଞ୍ଚତ୍ ଭାଗବତଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥତ୍କ ସହାୟତା ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ସହ ଏହି ଅନାଥ ନାବାଳକଙ୍କ ଭବିଷ୍ୟତ ନେଇ ଆଲୋଚନା କରିଛନ୍ତି। ଭାଗବତଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri