ସହାୟତା ମାଗି ଶୁଦ୍ଧି ହେଲେ ନାବାଳକ

ରାଜନଗର, ୧୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଚମ୍ପାଦିଆ ଗାଁର ଭାଗବତ ଦାସ (୧୪) ୨ ବର୍ଷ ତଳେ ବାପା ଗୁରୁବାରି ଦାସ (୪୫)ଙ୍କୁ ହରାଇଥିଲେ। ବିଦ୍ୟୁତ୍‌ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମା’ ଉଲି(୪୩) ଭାଗବତଙ୍କ ପାଇଁ ସାଜିଥିଲେ ସବୁକିଛି। ତାଙ୍କରି କାନି ତଳେ ପୁଅ ଭାଗବତଙ୍କ ଦିନ କଟୁଥିଲା। ହେଲେ ଦଇବ ସହିଲା ନାହିଁ।  ଗତ ୧ ତାରିଖରେ ଉଲି ଆଖି ବୁଜିଲେ। ୫ଦିନ ଧରି ଉଲି ଭଙ୍ଗା ଘର ଭିତରେ ଜ୍ୱରରେ କମ୍ପୁଥିଲେ। ପାଖରେ ଟଙ୍କା ନ ଥିବାରୁ ନାବାଳକ ପୁଅ ଭାଗବତ ତାଙ୍କୁ ମୋଡାଘଷା କରିବା ଛଡ଼ା ଆଉ କିଛି କରି ପାରି ନ ଥିଲେ। ଘରେ ଆଉ କେହି ନ ଥିବାରୁ ଉଲିଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିବା ବି ସମ୍ଭବ ହୋଇ ନ ଥିଲା। ସେହି ୫ ଦିନ ଘରେ ଚୁଲି ବି ଜଳିଲା ନାହିଁ। ରୋଗରେ ଛଟପଟ ହେଉଥିବା ଉଲି ସହ ଭାଗବତ ବି ଉପବାସରେ ଦିନ କାଟିଥିଲେ।
ଅକ୍ଟୋବର ୩୧ ଦିନ ଘରୁ ପଦାକୁ ଆସୁଥିବା ବେଳେ ଉଲି ହଠାତ୍‌ ପଡି ଯାଇଥିଲେ। ଗାଁ ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାର ଗୋଟିଏ ଦିନ ପରେ ନଭେମ୍ବର ୧ରେ ଉଲିଙ୍କ ମୃତ୍ୟୁ ଘଟିଲା। ଗାଁରେ ମୃତଦେହ ପହଞ୍ଚତ୍ବା ପରେ କିପରି ସତ୍କାର ହେବ ସେ ନେଇ ଭାଳେଣି ପଡିଲା। ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଦେବାକୁ ଗ୍ରାମବାସୀ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଖବର ଦେଇଥିଲେ। ହେଲେ କିଛି ଲାଭ ହେଲା ନାହିଁ। ଗ୍ରାମବାସୀ ହାଡ଼ିବନ୍ଧୁ ଜେନା, ସୁଶାନ୍ତ ଜେନା, ପଞ୍ଚାନନ ଦାସ, ରବୀନ୍ଦ୍ର ଜେନା, ଶ୍ରୀଧର ଜେନା, ହଳଧର ଜେନା ପ୍ରମୁଖଙ୍କ ସହଯୋଗରେ ଉଲିଙ୍କ ମୃତଦେହ ସତ୍କାର ହେଲା।
ଉଲିଙ୍କ ପରିବାରରେ ଆଉ କେହି ନ ଥିବା ବେଳେ ଭାଗବତଙ୍କ ଦାଦା ମୂକ ଓ ବଧିର। ମା’ର ଶୁଦ୍ଧିକ୍ରିୟା ପାଇଁ ଭାଗବତ ଗାଁରେ ଭିକ୍ଷା ମାଗି ଟଙ୍କା ସଂଗ୍ରହ କରିଥିଲେ। ଏଥିସହ ଗ୍ରାମବାସୀ ଘରକୁ ଘର ବୁଲି ଯାହା ଟଙ୍କା ସଂଗ୍ରହ କରିଥିଲେ, ସେଥିରେ ଭାଗବତଙ୍କ ଖାଦ୍ୟପେୟ ଯୋଗାଡ଼ କରାଯିବା ସହ ବୁଧବାର ଦଶାହ କର୍ମ ଶେଷ ହୋଇଛି। ଗୁରୁବାର ଏକାଦଶାହ କର୍ମ ସହ ବ୍ରାହ୍ମଣ ଭୋଜନ ବି ଗ୍ରାମବାସୀଙ୍କ ସହଯୋଗରେ ସରିଛି। କୋରେଡାଗଡସ୍ଥିତ ଶ୍ରୀଜଗନ୍ନାଥ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବା ଭାଗବତ କିପରି ପାଠ ପଢିବେ, ଦି’ ଓଳି ଦି’ ମୁଠା ଖାଇବେ ଓ କେଉଁଠି ରହିବେ ସେ ନେଇ ପ୍ରଶାସନ ସମସ୍ତ ଦାୟିତ୍ୱ ଗ୍ରହଣ କରୁ ବୋଲି ଗ୍ରାମବାସୀ କହିଛନ୍ତି। କେନ୍ଦ୍ରାପଡ଼ା ଜିଲାପାଳ ଭାଗବତଙ୍କ ରହିବା, ଖାଇବା ଓ ପାଠ ପଢ଼ିବାର ବ୍ୟବସ୍ଥା କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଭିକ ମାଗି ଭାଗବତ ମା’ର ଶୁଦ୍ଧିକ୍ରିୟା କରୁଥିବା ଖବର ଜଣାପଡିବା ପରେ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ଜିଲା ରେଡକ୍ରସ ପାଣ୍ଠିରୁ ଶୁଦ୍ଧିକ୍ରିୟା ପାଇଁ ଜିଲାପାଳ ୧୦ହଜାର ଟଙ୍କା ଯୋଗାଇ ଦେଇଛନ୍ତି। କୋରେଡାଗଡ ସର୍କଲର ରାଜସ୍ବ ନିରୀକ୍ଷକ ଦୀପକ ବେହେରା ଭାଗବତଙ୍କୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଗୁରୁବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଭୁ ରଞ୍ଜନ ସାହୁ ଭାଗବତଙ୍କୁ ୨ହଜାର ଟଙ୍କା ହରିଶ୍ଚନ୍ଦ୍ର ଯୋଜନା ସହାୟତା ଦେଇଛନ୍ତି। ରାଜନଗର ବିଧାୟକ ଧ୍ରୁବ ସାହୁ ଚମ୍ପାଦିଆ ଗାଁରେ ପହଞ୍ଚତ୍ ଭାଗବତଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥତ୍କ ସହାୟତା ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ସହ ଏହି ଅନାଥ ନାବାଳକଙ୍କ ଭବିଷ୍ୟତ ନେଇ ଆଲୋଚନା କରିଛନ୍ତି। ଭାଗବତଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri