ପ୍ରାର୍ଥୀଙ୍କ ଲାଗି ପ୍ରଚାର କଲେ ରାଜସ୍ବ ମନ୍ତ୍ରୀ

ସଜନାଗଡ, ୨୦।୨ (ଡି.ଏନ.ଏ.)

ପଞ୍ଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟକୁ ଆଉ ମାତ୍ର ୨ଦିନ ରହିଲା। ରାଜ୍ୟ ସରକାର ପ୍ରଚାର କଟକଣା କୋହଳ କରିବା ପରେ ଏବେ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଜୋରଦାର ଚାଲିଛି। ପ୍ରମୁଖ ରାଜନୈତିକ ଦଳର ସମର୍ଥତ୍ତ ପ୍ରାର୍ଥୀଙ୍କ ପାଇଁ ହେଭିୱେଟ୍‌ ନେତା ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି।
ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀ ଅଧୀନ ଭଉଁରିଆବାଡ଼ ପଞ୍ଚାୟତକୁ ଯାଇ ତେରେଲଡିହି, ଆନନ୍ଦପୁର, କାନ୍ଥସିମୁଳିଆ, ବାଲିଆଝର, କୁମାର ଖାଲିଆ ଗ୍ରାମରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀଙ୍କ ପାଇଁ ପଥପ୍ରାନ୍ତ ସଭା ଓ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ବଖାଣିଥିଲେ। ସମିତିସଭ୍ୟା ପ୍ରାର୍ଥତ୍ନୀ ଶୁଭଲକ୍ଷ୍ମୀ ମାଝି, ସରପଞ୍ଚ ପ୍ରାର୍ଥୀ ସତ୍ୟନାରାୟଣ ସିଂ ଓ ୧୨ନଂ. ଜୋନର ଜିଲା ପରିଷଦ ପ୍ରାର୍ଥତ୍ନୀ ରଞ୍ଜିତା ସିଂଙ୍କ ନିର୍ବାଚନୀ ପ୍ରଚାରରେ ମନ୍ତ୍ରୀ ମାରାଣ୍ଡି ସାମିଲ ହୋଇ ଧୂଆଁଧାର ପ୍ରଚାର କରିଥିଲେ। ଶୁଭଲକ୍ଷ୍ମୀ ପ୍ରଥମଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ହେଁ ମନ୍ତ୍ରୀ ତାଙ୍କର ପାରିବାରିକ ବନ୍ଧୁ। ମନ୍ତ୍ରୀ ପ୍ରଥମେ ଶୁଭଲକ୍ଷ୍ମୀଙ୍କ ବାସଭବନରେ ଚା’ ପିଇ ଉକ୍ତ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ କରି ଦଳ ସମର୍ଥତ୍ତ ପ୍ରାର୍ଥୀମାନଙ୍କୁ ଭୋଟ୍‌ ଦେଇ ବିଜୟୀ କରାଇବାକୁ ନିବେଦନ କରିଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ରବୀନ୍ଦ୍ର ନାୟକ, ରତିକାନ୍ତ ମଲ୍ଲିକ, ଗିରିଶ ଚନ୍ଦ୍ର ମାହାନ୍ତି, ଜଳଧର ନାୟକ, ନାରାୟଣ ବେହେରା, ନିରଞ୍ଜନ ବେହେରା ଓ ଗୋପାଳ ଚନ୍ଦ୍ର ମାଝି ପ୍ରମୁଖ ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?