ମାନସିକତା ବଦଳିନି

ଦକ୍ଷିଣ ଏସୀୟ ଦେଶଗୁଡ଼ିକ ସହ ଆନ୍ତଃ ଦେଶୀୟ ବାଣିଜ୍ୟ ପାଇଁ ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଆଲୋଚନା କରିଛନ୍ତି ବୋଲି ଚଳିତ ସପ୍ତାହରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ହେଲେ କେଉଁ ଦେଶ ସହ ଏବଂ କେଉଁ ସ୍ଥିତିରେ ଭାରତ ଆଲୋଚନା କରିଥିଲା ସେ ସମ୍ପର୍କିତ ସବିଶେଷ ବିବରଣୀ ଦେଇ ନାହାନ୍ତି। ତଥାପି ଏଭଳି ଆଲୋଚନା କରାଯିବା ଏକ ଉତ୍ତମ ପଦକ୍ଷେପ। କାରଣ, ଦକ୍ଷିଣ ଏସିଆରେ ଆମେ କିମ୍ବା ଆହୁରି ସ୍ପଷ୍ଟ ଭାବେ କହିବାକୁ ଗଲେ ଅବିଭକ୍ତ ଭାରତ ପାରସ୍ପରିକ ବାଣିଜ୍ୟଠାରୁ ଦୂରେଇ ରହିବା ଦ୍ୱାରା ନିଜର କ୍ଷତି କରୁଛନ୍ତି। ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି ଯେ,ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ଏସିଆର ମୋଟ ଆଞ୍ଚଳିକ ବାଣିଜ୍ୟର ମାତ୍ର ୫ ପ୍ରତିଶତ। ତୁଳନାମତ୍କ ଭାବେ ଦେଖିଲେ ଜଣାଯାଏ ଯେ, ଆସୋସିଏଶନ ଅଫ୍‌ ସାଉଥ୍‌ଇଷ୍ଟ ଏସିଆନ ନେସନ୍ସ(ଆସିଆନ) ବା ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଘ (ବ୍ରୁନେଇ,କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମ୍ୟାଲେସିଆ, ମ୍ୟାନ୍‌ମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ଭିଏଟ୍‌ନାମ)ର ଆନ୍ତଃ ଆଞ୍ଚଳିକ ବାଣିଜ୍ୟ ଦକ୍ଷିଣ ଏସିଆ ଦେଶଗୁଡ଼ିକଠାରୁ ୫ଗୁଣ ଅଧିକ । ଅର୍ଥାତ୍‌ ମୋଟ ଆଞ୍ଚଳିକ ବାଣିଜ୍ୟର ଏହା ୨୫ ପ୍ରତିଶତ। ଅନ୍ୟପକ୍ଷରେ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ଏବକାର ମୋଟ ବାଣିଜ୍ୟ ଆକାର ହେଉଛି ମାତ୍ର ୨୩ ବିଲିୟନ ଆମେରିକୀୟ ଡଲାର, ଯାହା ଅତିକମ୍‌ ୬୭ ବିଲିୟନ ଡଲାର ଦେବା କଥା । ଏଭଳି ବିପୁଳ କ୍ଷତିରେ ଆମ ଭାଗ ଅଧିକ। ବାଂଲାଦେଶ ସହ ଭାରତର ୧୮ ବିଲିୟନ ଡଲାର ବାଣିଜ୍ୟରେ ରପ୍ତାନିର ପରିମାଣ ରହିଛି ୧୬ ବିଲିୟନ ଡଲାର। ସେହିଭଳି ପାକିସ୍ତାନକୁ ରପ୍ତାନି ସାମଗ୍ରୀର ମୂଲ୍ୟ ୧ ବିଲିୟନ ଡଲାରରୁ କମ୍‌ ଏବଂ ଆମଦାନୀ ୧୦୦ ମିିଲିୟନ ଡଲାର ନିମ୍ନରେ ରହିଛି। ତଥାପି ଆମ ସାମଗ୍ରୀର ମାର୍କେଟ ଓ ସେବା ବଢ଼ାଇବା ଲାଗି ଆମେ ଅଧିକ କିଛି କରିନାହୁଁ । ଅବଶ୍ୟ ଏହା କରିବା ପାଇଁ ସେମାନଙ୍କ ସକାଶେ ଆମ ସୀମା ଉନ୍ମୁକ୍ତ କରିବାକୁ ହେବ। କିନ୍ତୁ ସମସ୍ୟା ହେଉଛି ଏଥିପାଇଁ ଆମ ଇଚ୍ଛାଶକ୍ତିର ଅଭାବ ରହିଛି।
ବିଶ୍ୱ ବ୍ୟାଙ୍କ ମତରେ, ଦକ୍ଷିଣ ଏସୀୟ ଦେଶଗୁଡ଼ିକ ମଧ୍ୟରେ ସୀମା ସମସ୍ୟା ରହିଛି। ବାଣିଜ୍ୟ କ୍ଷେତ୍ରରେ ସଡ଼କ, ସମୁଦ୍ର କିମ୍ବା ଆକାଶପଥ ଭିତ୍ତିଭୂମିକୁ ଦେଖିଲେ ଏହା ସହଜରେ ବୁଝିହେବ। ପାକିିସ୍ତାନ ସହ ବାଣିଜି୍ୟ ପାଇଁ ସବୁଠୁ ଉପଯୋଗୀ ଏବଂ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେଉଛି ସଡ଼କ ପଥ। ସେଥିପାଇଁ ଓ୍ବାଘା ବର୍ଡର ଦେଇ ରେଳପଥରେ ଏହା କରାଯାଉଥିଲା। କିନ୍ତୁ ଗତ ୪ ବର୍ଷ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ରେଳପଥ କିମ୍ବା ଆକାଶପଥରେ ସମ୍ପର୍କ ନାହିଁ। କେବଳ କୋଲକାତାରୁ ସାମଗ୍ରୀ ସମୁଦ୍ର ପଥରେ ସିଙ୍ଗାପୁର ଦେଇ କରାଚୀକୁ ଯାଉଛି। ଘରୋଇ ଶିଳ୍ପକୁ ସୁରକ୍ଷିତ ରଖିବା ପାଇଁ ଲାଗୁ କରାଯାଇଥିବା ଟାରିଫ୍‌କୁ ନେଇ ମଧ୍ୟ ସମସ୍ୟା ରହିଛି। ସଡ଼କ ପଥରେ ପାକିସ୍ତାନକୁ କେବଳ ୧୩୭ଟି ଉପତ୍ାଦର ଅନୁମତି ଦିଆଯାଇଥିଲା। ହେଲେ ପୁଲ୍‌ଓ୍ବାମା ଆକ୍ରମଣ ପରେ ୨୦୧୯ରେ ପାକିସ୍ତାନର ସମସ୍ତ ସାମଗ୍ରୀ ଉପରେ ସୀମାଶୁଳ୍କ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ବ୍ୟବସାୟୀ ଏବଂ ରପ୍ତାନିକାରୀ ଓ ଆମଦାନିକାରୀମାନଙ୍କୁ ଭିଜା ପ୍ରଦାନରେ ମଧ୍ୟ ବାଧା ରହିଛି। ନିବେଶରେ କଟକଣା ଯୋଗୁ ବି ବାଣିଜି୍ୟକ କ୍ଷତି ହେଉଛି। ଏପରିକି ଟ୍ରେନ୍‌ ଚଳାଚଳକୁ ନେଇ ସମସ୍ୟା ରହିଆସିଛି। ଏହାବାଦ୍‌ ସମସ୍ୟା ରହିଛି ପେମେଣ୍ଟରେ। ବିକ୍ରେତାଙ୍କୁ ଠିକ୍‌ ସମୟରେ ଏବଂ ଉଚିତ ପରିମାଣର ଦେୟ ଦେବା ଲାଗି ପାକିସ୍ତାନୀ ବ୍ୟାଙ୍କଗୁଡ଼ିକ ତରଫରୁ ଦିଆଯାଉଥିବା ପେମେଣ୍ଟ ସଂକ୍ରାନ୍ତୀୟ ଡକ୍ୟୁମେଣ୍ଟକୁ ଭାରତରେ ଗ୍ରହଣ କରାଯାଉନାହିଁ । ସମାନ ଭାବେ ଭାରତରୁ ଦିଆଯାଉଥିବା ପେମେଣ୍ଟ ଡକ୍ୟୁମେଣ୍ଟକୁ ପାକିସ୍ତାନୀ ବ୍ୟାଙ୍କ୍‌ଗୁଡ଼ିକ ବି ଗ୍ରହଣ କରୁନାହାନ୍ତି। ଇ-ଫାଇଲିଂ ମାଧ୍ୟମରେ ପାକିସ୍ତାନରୁ ସଡ଼କ ପଥରେ ଆସୁଥିବା ରପ୍ତାନି ସାମଗ୍ରୀର କାଗଜପତ୍ର ପ୍ରସ୍ତୁତ କରି ଦାଖଲ କରିବା ବି ସମ୍ଭବ ହେଉନାହିଁ। ଆମ ସୀମାଶୁଳ୍କ ଅଧିକାରୀମାନେ ବହୁ ସମୟରେ ସୁରକ୍ଷା କେନ୍ଦ୍ର କରି ଏବଂ ଲମ୍ବା ସମୟ ଧରି ସାମଗ୍ରୀଗୁଡ଼ିକୁ ଅଟକାଇ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଭାରତ ତା’ ଅଞ୍ଚଳ ଦେଇ ବାଂଲାଦେଶ ଓ ନେପାଳକୁ ପରିବହନ ପାଇଁ ପାକିସ୍ତାନକୁ ଅନୁମତି ଦେଇନାହିଁ। ଜାତୀୟ ସୁରକ୍ଷା ଲାଗି ଏହା କେବଳ କରାଯାଇଛି ତାହା ନୁହେଁ, ବରଂ ଆମେ ପାକିସ୍ତାନ ସହିତ ବାଣିଜି୍ୟକ ସମ୍ପର୍କ ଚାହଁୁ ନ ଥିବା ମନୋଭାବକୁ ଏହା ଦର୍ଶାଉଛି। ଏଥିରୁ ବୁଝାପଡ଼ୁଛି, ଆମେ ଆମର ରପ୍ତାନିକୁ କ୍ଷତିକରୁଛୁ।
ବାସ୍ତବରେ ଆମର ଏହି ପ୍ରକାର ମାନସିକତାକୁ ଲକ୍ଷ୍ୟ କରି ମୁଁ କହୁଛି ଯେ, ଆନ୍ତଃ ଦେଶୀୟ ବାଣିଜ୍ୟ ବଢ଼ାଇବା ସକାଶେ ଯାହା ଚିନ୍ତା କରାଯାଉଛି ତାହା ଭଲ । କିନ୍ତୁ ପ୍ରଶ୍ନ ହେଉଛି,ଆମେ ଦୁଇଟି ବିଷୟ ଉପରେ ବିଚାର କରିଛୁ କି ନାହିଁ ତାହା ଦେଖିବାକୁ ହେବ। ପ୍ରଥମରେ ଆମେ ଯାହା ନେଉଛେ ତାହା ଆମକୁ ଦେବାକୁ ପଡ଼ିବ। ଅତୀତରେ ଅଧିକାଂଶ କ୍ଷେତ୍ରରେ ଆମ ନେବା ଓ ଦେବା ପ୍ରକ୍ରିୟା ନକାରାମତ୍କ ରହିଆସିଛି। ସେଥିପାଇଁ ବାଣିଜ୍ୟ ଧିମା ହୋଇଛି, ଯାହା ବିଶ୍ୱବ୍ୟାଙ୍କ ବି ଦର୍ଶାଇଛି। ଦ୍ୱିତୀୟରେ ଏକ ସ୍ଥାୟୀ ଶତ୍ରୁ ସହ କାରବାର କରୁଛୁ ବୋଲି ଆମର ଯେଉଁ ମାନସିକତା ରହିଛି ତାହା ଛାଡ଼ିବାକୁ ହେବ। ଜାତୀୟ ସୁରକ୍ଷାକୁ ନେଇ ପଶ୍ଚିମ ସୀମା ଉପରେ ଭାରତର ଥିତ୍ବା କଡ଼ା ନଜର ଗତ ଅଢ଼େଇ ବର୍ଷରେ ପୂର୍ବସୀମାକୁ ଆଡ଼କୁ ଚାଲିଯାଇଛି। ହେଲେ ଚାଇନା ସହ ଆମ ବାଣିଜି୍ୟକ କାରବାର ବଢ଼ିବାରେ ଲାଗିଛି। ଏଥିରେ ଆମର କିଛି ଲାଭ ହେଉନାହିଁ, କାରଣ ଆମେ ଅତ୍ୟଧିକ ଚାଇନା ଜିନିଷ ଆମଦାନୀ କରୁଥିବାବେଳେ ରପ୍ତାନି ବହୁତ କମ୍‌ କରୁଛୁ। ୨୦୨୨ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଚାଇନା ଭାରତକୁ ୧୦୮ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି; ଯାହା ଗତବର୍ଷ ତୁଳନାରେ ୨୪ ପ୍ରତିଶତ ଘଟିଛି। ଏହି ସମୟରେ ଭାରତର ରପ୍ତାନି (ଚାଇନାକୁ) ୩୮ ପ୍ରତିଶତ ହ୍ରାସ ପାଇ ୧୬ ବିଲିୟନ ଡଲାରରେ ପହଞ୍ଚିଛି। ଜାତୀୟ ସୁରକ୍ଷା ପ୍ରତି ଚାଇନା ବିପଦ ବୋଲି ଆମେ ସମସ୍ତେ ଜାଣି ମଧ୍ୟ ତା’ ସହ ବାଣିଜ୍ୟରେ ମାତିଛୁ। ଅପରପକ୍ଷରେ ଅନ୍ୟ ପଡ଼ୋଶୀଙ୍କୁ ନେଇ ଆମ ସ୍ଥିତିରେ ଆମେ ପରିବର୍ତ୍ତନ ଆଣୁଥିବା ମନେହେଉଥିଲେ ବି କେତେକ କାରଣରୁ ଆମ ଦୃଷ୍ଟିକୋଣ ବା ମାନସିକତା ବଦଳିନି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri