କାର୍ଯ୍ୟକ୍ଷମ ହେଉନି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର

ଛେଣ୍ଡିପଦା,୧୨।୧୧(ସ୍ବ.ପ୍ର.) ଦୁଗ୍ଧ ଉତ୍ପାଦନ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀମାନଙ୍କୁ ଅଧିକରୁ ଅଧିକ ଗୋପାଳନ ପାଇଁ ପ୍ରୋତ୍ସାହିତ କରୁଛନ୍ତି। ବ୍ୟାଙ୍କ ମାଧ୍ୟମରେ ଆବଶ୍ୟକ ଋଣ ଯୋଗାଇ ଦେଉଛନ୍ତି। ହେଲେ ଚାଷୀମାନେ କିପରି ସହଜରେ ଉତ୍ପାଦିତ ଦୁଗ୍ଧ ବ୍ରିକି କରିପାରିବେ ସେ ଦିଗରେ ଯଥେଷ୍ଟ ଧ୍ୟାନ ଦିଆଯାଉ ନାହିଁ। ଏହି କାରଣରୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳର ୨୫ଶହ ଦୁଗ୍ଧ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏଠାରେ ଥିବା ଏକମାତ୍ର ଦୁଗ୍ଧ ଶୀତଳୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସମ୍ପୃକ୍ତ ଚାଷୀମାନଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ।

ଛେଣ୍ଡିପଦା ବ୍ଲକର ଦୁଗ୍ଧ ଚାଷୀମାନଙ୍କଠାରୁ ଦୈନିକ ଦୁଗ୍ଧ କିଣିବା ପାଇଁ ସଦର ମହକୁମାଠାରେ ଓମଫେଡ ପକ୍ଷରୁ ୧ ହଜାର ଲିଟର କ୍ଷମତା ବିଶିଷ୍ଟ ଶୀତଳୀକରଣ କେନ୍ଦ୍ର ଖୋଲାଯାଇଥିଲା। ଏହି କେନ୍ଦ୍ର ଉପରେ ୧୬ଟି ସମବାୟ ସମିତି ବାମନାଳୀ, ବାଗଡ଼ିଆ, ଖମାରବାଣେଶ୍ୱରୀ, ସାପୋଇନାଳୀ, ଟଙ୍ଗିରୀ, ପୁରୁଣାଗଡ, ଗୋଳାଗାଡିଆ, ତୁକୁଡା, ହରିଡାଗୁଡ, ବଣିଆନଟି, ଶୁଭମ ଆଦିର ଚାଷୀ ନିର୍ଭର କରୁଥିଲେ। ଚାଷୀମାନେ ଉତ୍ପାଦିତ ୧୨୦୦ ଲିଟରରୁ ଅଧିକ ଦୁଗ୍ଧକୁ ସମବାୟ ସମିତି ମାଧ୍ୟମରେ ଆଣି ଦୈନିକ ଏହି ଶୀତଳୀକରଣ କେନ୍ଦ୍ରରେ ଦେଉଥିଲେ। ଏ ବାବଦର ଅର୍ଥ ରାଶି ପ୍ରତ୍ୟେକ ୧୦ ଦିନରେ ସମିତି ବ୍ୟାଙ୍କ ଖାତାକୁ ଓମଫେଡ ପକ୍ଷରୁ ପଠାଯାଉଥିଲା। କିନ୍ତୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ରହିବା ସହିତ ଗାଈଙ୍କ ପାଇଁ ଔଷଧ ନ ଦେଇ ଚାଷୀଙ୍କ ଖାତାରୁ ଟଙ୍କା କଟାଯିବା ଘଟଣାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଉକ୍ତ ରାଶି ଆଜି ପର୍ଯ୍ୟନ୍ତ ମିଳି ନ ଥିବାବେଳେ ଶୀତଳୀକରଣ କେନ୍ଦ୍ର ମଧ୍ୟ ବର୍ଷେ ତଳୁ ବନ୍ଦ ହୋଇଯାଇଛି। ଏହାର ନବୀକରଣ ପାଇଁ ନିର୍ମାଣ କରାଯାଇଥିବା ନୂତନ ଗୃହ ୩ ମାସ ତଳୁ ଉଦ୍‌ଘାଟିତ ହୋଇସାରିଛି। ହେଲେ ଶୀତଳୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଉ ନ ଥିବାରୁ ଚାଷୀମାନେ ଦୁଗ୍ଧ ବିକ୍ରି କରିପାରୁ ନାହାନ୍ତି। ଏ ନେଇ ଚାଷୀମାନେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବଙ୍କୁ ଭେଟି ଅଭିଯୋଗ କରିଥିଲେ। ଖୁବ୍‌ଶୀଘ୍ର ଏହା ଖୋଲାଯିବ ବୋଲି ଜିଲାପାଳ କହିଥିବା ଏମ୍‌ପି ଦୁଗ୍ଧ ଚାଷୀଙ୍କୁ ସୂଚନା ଦେଇଥିଲେ। ମାତ୍ର ଦେଢମାସ ବିତିଯାଇଥିଲେ ମଧ୍ୟ ଶୀତଳୀକରଣ କେନ୍ଦ୍ର କର୍ଯ୍ୟକ୍ଷମ ହୋଇପାରି ନାହିଁ। ଏ ସମ୍ପର୍କରେ ଢେଙ୍କାନାଳସ୍ଥିତ ଓମ୍‌ଫେଡ୍‌ ଜିଏମ୍‌ ଅଜିତ ଖେସଙ୍କୁ ବାରମ୍ବାର ଯୋଗାଯୋଗ (ମୋବାଇଲ୍‌ ନଂ. ୭୯୭୮୮୦୧୧୬୦) ସତ୍ତ୍ୱେ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri