୨୫ରୁ ଆହୁରି ବଢ଼ିବ ତାତି ୪୪ ଡିଗ୍ରୀକୁ ଛୁଇଁବ ପାରଦ

ଭୁବନେଶ୍ୱର,୨୨ା୩(ବ୍ୟୁରୋ):ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲସିୟସକୁ ଟପିଗଲାଣି। ଆସନ୍ତା ୨୫ ତାରିଖରୁ ସମଗ୍ର ରାଜ୍ୟ ଆହୁରି ଉତ୍ତପ୍ତ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀକୁ ଛୁଇଁବ। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ବୃଦ୍ଧି ପାଇବ। ଦିନରେ ଝାଞ୍ଜି ପବନ ସାଙ୍ଗକୁ ତତଲା ହାଓ୍ବା ବହିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୨୪ ତାରିଖରେ ବାଂଲାଦେଶ ଅତିକ୍ରମ କରିବା ପରେ ରାଜ୍ୟକୁ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେବ । ଫଳରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀକୁ ଅତିକ୍ରମ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।
ଗତ କିଛି ଦିନ ହେବ ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ସୋମବାର ୪ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ସର୍ବାଧିକ ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀର ୪୦, ଟିଟିଲାଗଡ଼ ୪୦, ବୌଦ୍ଧ ୪୦, ବାରିପଦା ୩୯, ସମ୍ବଲପୁର ୩୮.୯, ସୁନ୍ଦରଗଡ଼ ୩୮, ହୀରାକୁଦ ୩୮, ଭଦ୍ରକ ୩୮.୨, ଭବାନୀପାଟଣା ୩୭.୬, ଚାନ୍ଦବାଲି ୩୭ ଏବଂ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୨/୩ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ରେନୋର ଅଲ୍‌ ନ୍ୟୁ କାଇଗର

ଭୁବନେଶ୍ୱର,୧୦।୯(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ୍ସ କମ୍ପାନୀ ରେନଲ୍‌ଟ (ରେନୋ) ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ଅଲ୍‌ ନ୍ୟୁ କାଇଗର (ଅର୍ବାନ...

ସୁପ୍ରିମକୋର୍ଟରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା

କେନ୍ଦ୍ରାପଡ଼ା ଅଫିସ,୨୮ା୬: କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। କୋଭିଡ୍‌ କଟକଣା ମଧ୍ୟରେ ରଥଯାତ୍ରା ହେଉ ବୋଲି କ୍ଷିତୀଶ କୁମାର...

ଚିତ୍ରରେ ଶିମିଳିପାଳ ଅଭୟାରଣ୍ୟର ସୌନ୍ଦର୍ଯ୍ୟ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): କେତକୀ ଫାଉଣ୍ଡେଶନ୍‌ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରୀୟ ଲଳିତ କଳା ଏକାଡେମି ପରିସରରେ ‘ଆଇ ଆମ୍‌ ୱିଥ୍‌ ନେଚର’ ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ...

ଭୁବନେଶ୍ୱରରେ ଯୁବତୀଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର,୨।୧୦ (ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଫ୍ୟାନ୍‌ରେ ଓଢଣି ଦ୍ୱାରା ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ପୋଲିସ ଜବତ କରିଛି।...

ମୁମ୍ବାଇରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୯ା୮(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଭୀମପୁର ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ଘଟିଛି। ସେ ହେଲେ ଲୋକନାଥ ସାହୁ (୫୫)। ଲୋକନାଥ...

ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବି ଭାଜପା ଆଗୁଆ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଓଡ଼ିଶାବାସୀଙ୍କ ନଜରରେ ଧାମନଗର ଉପ-ନିର୍ବାଚନ ଫଳାଫଳ ରହିଥିବା ବେଳେ ପ୍ରଥମ ରାଉଣ୍ଡ ଓ ୨ୟ ରାଉଣ୍ଡରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି।...

ପଶ୍ଚିମା ଝଡ ପ୍ରଭାବରେ ୭ ରୁ ୧୦ ଯାଏ ବର୍ଷା

ଭୁବନେଶ୍ୱର,୬।୩(ବ୍ୟୁରୋ): ହୋଲିରେ ଭିଜିବ ଓଡ଼ିଶା। ଆସନ୍ତା ୭ ଏବଂ ୮ ରେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲା ଏବଂ ୯ରୁ୧୦ ରେ ଆଭ୍ୟନ୍ତରୀଣ ସହ କିଛି...

‘ଉତ୍ତମ ଜନସ୍ବାସ୍ଥ୍ୟ ସେବା ଲାଗି ବହୁମୁଖୀ ଉଦ୍ୟମ ଲୋଡ଼ା’

ଭୁବନେଶ୍ୱର,୨୪ା୨:ଉତ୍ତମ ଜନସ୍ବାସ୍ଥ୍ୟ ସେବା ପାଇଁ ବହୁମୁଖୀ ଏବଂ ବହୁବିଧ ଉଦ୍ୟମର ଆବଶ୍ୟକତା ରହିଛି। ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ବିଶେଷଜ୍ଞମାନେ ଉତ୍ତମ ଜନସ୍ବାସ୍ଥ୍ୟ...

Advertisement
Archives

Model This Week